ଦୀପାବଳିରେ ମିଳିଥିବା ଉପହାର ପାଇଁ ଆପଣଙ୍କୁ ଦେବାକୁ ପଡିପାରେ ଟ୍ୟାକ୍ସ

ନୂଆଦିଲ୍ଲୀ ୦୧/୧୧ : ଦୀପାବଳି ଅବସରରେ ପରସ୍ପରକୁ ଉପହାର ଦେବାର ପରମ୍ପରା ରହିଛି। ଲୋକେ ନିଜ ବନ୍ଧୁ, ସମ୍ପର୍କୀୟଙ୍କୁ ଉପହାର ଦେଇଥାନ୍ତି। ବିଭିନ୍ନ ଘରୋଇ କମ୍ପାନୀ ମଧ୍ୟ ନିଜ କର୍ମଚାରୀଙ୍କୁ ଉପହାର ଦେଇଥାଏ। ନିଜ ବନ୍ଧୁ ସମ୍ପର୍କୀୟଙ୍କ ଠାରୁ ଉପହାର ପାଇ ସମସ୍ତେ ଖୁସି ହୋଇଥାନ୍ତି। ଗୁରୁତ୍ୱପୂର୍ଣ କଥା ହେଲା ଏହି ଉପହାର ଆୟକର ଶୁଳ୍କ ସୀମାରେ ରହିଥାଏ। ଆୟକର ଆଇନ ୧୯୬୧ ସେକ୍ସନ 56(2)(x) ଅନୁସାରେ କରଦାତାଙ୍କୁ ମିଳିଥିବା ଉପହାର ଉପରେ କର ଦେବାକୁ ପଡିଥାଏ। ଟ୍ୟାକ୍ସ ନିୟମ ଅନୁଯାୟୀ, ଗୋଟିଏ ବର୍ଷରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଉପହାର ମିଳିଲେ ଏଥିପାଇଁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିଥାଏ। ଯଦି ବର୍ଷେ ଭିତରେ ଆପଣଙ୍କୁ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଉପହାର ମିଳିଥାଏ ତାହେଲେ ଏଥିପାଇଁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିଥାଏ। ଏହି ତଥ୍ୟ ଆପଣଙ୍କୁ ଆୟକର ବିଭାଗ ଠାରୁ ଲୁଚାଇବା ଉଚିତ ନୁହେଁ। ପରେ ଏଥିପାଇଁ ସମସ୍ୟା ହୋଇପାରେ।

କେଉଁ କେଉଁ ଉପହାର ଟ୍ୟାକ୍ସ ସୀମାରେ ରହିଛି କିମ୍ବା ଟ୍ୟାକ୍ସ ଦେବାକୁ ପଡ଼ିବନାହିଁ ଜାଣନ୍ତୁ :

୧. ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗହଣା, ସେୟାର, ପେଣ୍ଟିଙ୍ଗ କିମ୍ବା ଅନ୍ୟ ଯେକୌଣସି ମହଙ୍ଗା ସାମଗ୍ରୀ

୨. ଉପହାର ସ୍ୱରୂପ ଯଦି କ୍ୟାସ କିମ୍ବା ଚେକ ମିଳିଥାଏ

୩. ଜମି, କୋଠା ଭଳି ଯେକୌଣସି ଅଚଳ ସମ୍ପତ୍ତି ଯାହାର ମୂଲ୍ୟ ୫୦ ହଜାରରୁ ଅଧିକ ହୋଇଥିବ

୪. ଅଚଳ ସମ୍ପତ୍ତି ଛଡା ୫୦ ହଜାରରୁ ଅଧିକ ମୂଲ୍ୟ ଯେକୌଣସି ସମ୍ପତ୍ତି

୫. କମ୍ପାନୀ ଦ୍ୱାରା ଗୋଟିଏ ଆର୍ଥିକ ବର୍ଷରେ ୫ ହଜାର ଟଙ୍କା ମୂଲ୍ୟର ମିଳିଥିବା ଯେକୌଣସି ଉପହାର ପାଇଁ ଟ୍ୟାକ୍ସ ଦେବାକୁ ପଡ଼ିବନାହିଁ। ୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଉପହାର ପାଇଁ ଅତିରିକ୍ତ ରାଶି ଦରମା ଅନ୍ତର୍ଭୁକ୍ତ ହେବ ଏବଂ ଏଥିପାଇଁ ଟ୍ୟାକ୍ସ ଦେବାକୁ ପଡିବ।

ସବୁ ପ୍ରକାର ଉପହାର ପାଇଁ ଟ୍ୟାକ୍ସ ଦେବାକୁ ପଡ଼ିନଥାଏ। ନିଜ ପରିବାର ସଦସ୍ୟ କିମ୍ବା ରକ୍ତ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ଉପହାର ପାଇଁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବନାହିଁ।

କେଉଁ କେଉଁ ଉପହାର ପାଇଁ ଟ୍ୟାକ୍ସ ଦେବାକୁ ପଡ଼ିବନି ଜାଣନ୍ତୁ :

୧. ସ୍ୱାମୀ କିମ୍ବା ସ୍ତ୍ରୀ ଠାରୁ ମିଳିଥିବା ଉପହାର

୨. ଭାଇ କିମ୍ବା ଭଉଣୀ ଠାରୁ ମିଳିଥିବା ଉପହାର

୩. ମାତା-ପିତାଙ୍କ ଠାରୁ ମିଳିଥିବା ଉପହାର

୪. ସ୍ୱାମୀ-ସ୍ତ୍ରୀଙ୍କୁ କୌଣସି ନିକଟତମ ପୂର୍ବଜ କିମ୍ବା ବଂଶଜଙ୍କ ଠାରୁ ମିଳିଥିବା ଉପହାର

୫. ଉତ୍ତରାଧିକାରୀ ଭାବେ ମିଳିଥିବା ସମ୍ପତ୍ତି

୬. ପଞ୍ଚାୟତ, ନଗରପାଳିକା, ମ୍ୟୁନିସିପାଲିଟି କମିଟି ଏବଂ ଜିଲ୍ଲା ବୋର୍ଡ, କ୍ୟାଣ୍ଟନମେଣ୍ଟ ବୋର୍ଡ ଭଳି ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ଉପହାର

Related posts

Leave a Comment