ମନୁସ୍ମୃତି ସମ୍ବନ୍ଧିତ ପ୍ରଶ୍ନକୁ ନେଇ ଭଡକିଲେ

ନୂଆଦିଲ୍ଲୀ,୧/୧୧:  ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ସୋ ‘କୌନ ବନେଗା କରୋଡପତି’ର ସିଜିନ ୧୨ ଫିକା ପଡି ଯାଇଛି । ଏପରିକି ଏହାକୁ ଲୋକ ଏତେ ଦେଖୁନଥିବା ବେଳେ ପସନ୍ଦ ମଧ୍ୟ କରୁ ନାହାଁନ୍ତି । ନିକଟରେ ଏହାର ଏକ ଏପିସୋଡକୁ ନେଇ ସୋସିଆଲ ମିଡିଆରେ ଏହି ସିରିଜକୁ ନେଇ ବ୍ୟାନ୍ କରାଯାଉ ବୋଲି କ୍ୟାମ୍ପେନ୍ ଆରମ୍ଭ ହୋଇଛି ।

କେବିସିର ଏକ ଏପିସୋଡରେ  ଅମିତାଭ ମନୁସ୍ମୃତିକୁ ନେଇ ପ୍ରଶ୍ନ ପଚାରିଥିଲେ । ପ୍ରଶ୍ନଟି ଥିଲା ଯେ, ଡିସେମ୍ବର ୨୫, ୧୯୨୭ରେ ଆମ୍ବେଦକର ଓ ତାଙ୍କ ସହଯୋଗୀମାନେ କାହାର କପି ଜାଳିଥିଲେ । ଏହାର ସମ୍ଭାବ୍ୟ ଉତ୍ତର ଥିଲା୧- ବିଷ୍ଣୁ ପୁରାଣ, ୨- ଭଗବତ ଗୀତା, ୩- ଋକବେଦ, ୪-ମନୁସ୍ମୃତି

ଏହି ପ୍ରଶ୍ନକୁ ଅନେକ ସମାଲୋଚନା କରିଛନ୍ତି । ଏହା ବାମପନ୍ଥୀ ବିଚାରଧାରାକୁ ପ୍ରଦର୍ଶିତ କରୁଥିବା ଓ ହିନ୍ଦୁଙ୍କ ଭାବନାକୁ କ୍ଷତି ପହଁଚାଉଥିବା ଅଭିଯୋଗ ହୋଇଛି ।

Related posts

Leave a Comment