ଆଜିଠୁ କଟକରେ ସେରୋ ସର୍ଭେ, CMCର ୨୫ଟି ୱାର୍ଡରେ ହେବ ରକ୍ତ ନମୁନା ସଂଗ୍ରହ

କଟକ ୦୨।୧୧: ଆଜିଠୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ । ସିଏମସିର ୨୫ଟି ୱାର୍ଡରେ ଥିବା କରୋନା ଆକ୍ରାନ୍ତଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ହେବ । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ କରାଯାଇ ଆସନ୍ତା ୫ ତାରିଖ ଯାଏ ଚାଲିବ ସେରୋ ସର୍ଭେ । ଏହି ସର୍ଭେରେ ନାବାଳକ ଓ ଗର୍ଭବତୀ ମାନଙ୍କୁ ସାମିଲ କରାଯିବ ନାହିଁ । ସେରୋ ସର୍ଭେ ପାଇଁ ୫ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ ରେ ୫ ଜଣ ଲେଖାଁଏ ସଦସ୍ୟ ରହିଛନ୍ତି । ଏବଂ ପ୍ରତ୍ୟେକ ଟିମକୁ ୫ ଟି ଲେଖାଁଏ ୱାର୍ଡର ଦାୟିତ୍ବ ଦିଆଯାଇଛି । ପ୍ରତିଦିନ ସେରୋ ସର୍ଭେ ସକାଳ ୮ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । କଟକ ଜିଲ୍ଲାରେ କରୋନା…

ବୁଥ୍‌ରେ ପୋଲିଂ ପାର୍ଟି, ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ

ଭୁବନେଶ୍ୱର ୦୨।୧୧: ଆସନ୍ତାକାଲି ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ। ଭୋଟିଂ ପାଇଁ ପୋଲିଂ ପାର୍ଟି ଗୁଡିକ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଲେଣି। ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡି ବ୍ଲକର ମୋଟ ୩୭୩ ମତଦାନ କେନ୍ଦ୍ରକୁ ଯାଇଛନ୍ତି ପୋଲିଂ ପାର୍ଟି । ଭୋଟ ଗ୍ରହଣ ପାଇଁ ମୋଟ ୧୯୪୦ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ନିୟୋଜିତ ହୋଇଥିବା ବେଳେ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ଏହି ଉପନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୬୨ ଜଣ ସିଏପିଫ, ୩୭ ୱେବ କାଷ୍ଟିଙ୍ଗ ଟିମ୍ , ୪୦ ମାଇକ୍ରୋ ଅବଜରଭର, ୫ଟି ଭିଡିଓ ଗ୍ରାଫି ଟିମ୍  ନିୟୋଜିତ କରାଯାଇଛି ।  ୧୧ ଟି ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨ଲକ୍ଷ ୩୯…

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ବାକଅଧିପତି ଶନିଙ୍କ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାର ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ସାମାଜିକ କ୍ଷେତ୍ରରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ୱିତ ହେବାରେ ବନ୍ଧୁ ସାହାର୍ଯ୍ୟ କରିବେ । ଶୁଭ ରଙ୍ଗ ଧଳ । ଶୁଭ ଅଙ୍କ ୮ । ବୃଷ – ସହକର୍ମୀଙ୍କ ସହାୟତାରେ ସାମାଜିକ କ୍ଷେତ୍ରରେ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଅଫିସ୍ ରେ କାମର ଚାପ ପ୍ରଭାବରୁ ଟେନସନ୍ କିଛି ମାତ୍ରାରେ ଲାଗି ରହିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ । ମିଥୁନ – ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେ କରିବେ । ଯେଉଁ କାମଟିକୁ ଆଜି ଯାଏ ଆପଣ କରି ପାରୁ ନ ଥିଲେ ଆଜି ମଧ୍ୟାହ୍ନ ପରେ ତାହା ସୁବିଧାରେ ହୋଇଯିବ…

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର

ପୁରୀ ୦୨।୧୧: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡଜମିଛି । ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଅସମ୍ଭବ ଭିଡ଼ ହେଉଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଭିଡ଼ କମିଛି । ଏକ ଓଳି ହବିଷ କିମ୍ୱା ମହାପ୍ରସାଦ ଖାଇ ଏକ ମାସ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳୀ । ହବିଷ୍ୟାଳୀମାନେ ଯେଭଳି ସୁବିଧାରେ ଅବଢ଼ା ପାଇ ପାରିବେ ସେ ନେଇ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ମହାପ୍ରସାଦ ମିଳିବା ପାଇଁ ବ୍ୟବସ୍ଥା ହୋଇଛି ।   ବ୍ରତଧାରୀଙ୍କ ହରିବୋଲ, ହୁଳହୁଳିରେ କମ୍ପିଥିଲା ସିଂହଦ୍ବାର ସମ୍ମୁଖ ଅଞ୍ଚଳ । ବ୍ୟାରିକେଡ଼ ବାହରୁ ପତିତପାବନଙ୍କ ଦର୍ଶନ କରି ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିଥିଲେ ହବିଷ୍ୟାଳୀ । କରୋନା କଟକଣା ଯୋଗୁଁ ଏବର୍ଷ…

ଚୀନର ଷଡ଼ଯନ୍ତ୍ର : ଅରୁଣାଚଳର ସୀମାର ନିକଟତର ହେବ ଚୀନର ରେଳ ଲାଇନ୍

ବେଜିଂ ୨/୧୧: ଚୀନ ସାମରିକ ଏବଂ ରଣନୀତିକ କୌଶଳ କରି ମହତ୍ତ୍ବପୂର୍ଣ୍ଣ ସିଚୁଆନ-ତିବ୍ବତ ରେଲଓ୍ବେ ଲାଇନର ନିର୍ମାଣ କରିବାକୁ ଯାଉଛି। ଏହି ରେଲଓ୍ବେ ଲାଇନ୍ ଦକ୍ଷିଣ ପଶ୍ଚିମ ପ୍ରାନ୍ତ ସିଚୁଆନର ୟାନରୁ ଆରମ୍ଭ ହୋଇ ତିବ୍ବତର ଲିଞ୍ଝି ପର୍ଯ୍ୟନ୍ତ ଯିବ। ଏହି ରେଲଓ୍ବେ ଲାଇନ୍ ହେବାରୁ ଚୀନ ଅରୁଣାଚଳ ପ୍ରଦେଶର ପାଖାପାଖି ବର୍ଡର ଯାଏଁ ହୋଇଯିବ। ଚୀନର ସରକାରୀ ପତ୍ରିକା ଗ୍ଲୋବାଲ୍ ଟାଇମ୍ସ ଏହି ପ୍ରୋଜେକ୍ଟ ସହ ଜଡ଼ିତ ଟେଣ୍ଡର ପ୍ରକ୍ରିୟା ପୂରା ହେବାର ଘୋଷଣା କରିଛି। ଚୀନ ରେଲଓ୍ବେ ଶନିବାର ଏହି ରୁଟରେ ନିର୍ମାଣ ହେବାକୁ ଯାଉଥିବା ୨ଟି ସୁଡ଼ଙ୍ଗ ଏବଂ ଗୋଟିଏ ପୋଲର ଟେଣ୍ଡର ଫଳର ଘୋଷଣା କରିଛି। ଏହା ବ୍ୟତୀତ ୟାନ-ଲିଞ୍ଝି ଲାଇନକୁ ବିଜୁଳି ଯୋଗାଣ କରୁଥିବା ଟେଣ୍ଡରିଂ ମଧ୍ୟ ଫାଇନାଲ୍ ହୋଇ ଯାଇଛି। ଚୀନର ଏହି ନିଷ୍ପତ୍ତି ଏହା ସଙ୍କେତ ଦେଉଛି…

କ୍ବାରେଣ୍ଟାଇନ୍‌ରେ WHO ମୁଖ୍ୟ, କରୋନା ସଂକ୍ରମିତଙ୍କ

ନ୍ୟୁୟର୍କ ୨।୧୧: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ନିଜକୁ କ୍ବାରେଣ୍ଟାଇନ୍ କରିଛନ୍ତି । କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସେ ରବିବାର ଦିନ କହିଛନ୍ତି ଯେ, ତାଙ୍କର ଜଣେ ସଂପର୍କୀୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କ୍ବାରେଣ୍ଟାଇନ୍ ରେ ରହିଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ, ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଦେଇନାହିଁ । ସେ ଏକ ଟ୍ବିଟ୍ ରେ ଲେଖିଛନ୍ତି ଯେ, ‘ମୁଁ ଏଭଳି ଜଣେ ଏଭଳି ବ୍ୟକ୍ତିଙ୍କ ସଂପର୍କରେ ଆସିଥିଲି ଯିଏକି କୋଭିଡ୍ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୁଁ ସୁସ୍ଥ ଅଛି । ମୋ ଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ । ମାତ୍ର ପ୍ରୋଟୋକଲ ଅନୁସାରେ କିଛି ଦିନ ବ୍ୟକ୍ତିଗତ ସଂଗରୋଧରେ…

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ସଂକ୍ରମିତ

ଭୁବନେଶ୍ବର ୨।୧୧: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀଙ୍କର କରୋନା ପରୀକ୍ଷା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ଏନେଇ ଟ୍ବିଟ୍ ଯୋଗେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଉଭୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରିବାକୁ କୁହାଯାଇଛି । ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଟ୍ବିଟ୍‌ରେ ଲେଖାଯାଇଛି ଯେ, ‘ମାନ୍ୟବର ରାଜ୍ୟପାଳ ଏବଂ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷଣ କରାଇନେବାକୁ ଅନୁରୋଧ ।’

କିଙ୍ଗ୍ ଖାନ୍‌ଙ୍କ ଜନ୍ମଦିନକୁ ଭିନ୍ନ ଭିନ୍ନ ଅନ୍ଦାଜରେ ପାଳିଲେ ତାଙ୍କ ପ୍ରଶଂସକ

ନୂଆଦିଲ୍ଲୀ ୨/୧୧: ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନ୍ ନଭେମ୍ବର ୨ତାରିଖରେ ଅର୍ଥାତ୍ ଆଜି ନିଜର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଶାହରୁଖ ଖାନଙ୍କ ପାଇଁ ଏହି ଦିନଟି ଖାସ୍ ଥିବାବେଳେ ତାଙ୍କ ପ୍ରଶଂସକଙ୍କ ପାଇଁ ଏହି ଦିନଟି କୌଣସି ପର୍ବଠୁ କମ୍ ନୁହେଁ। ସୁପରଷ୍ଟାରଙ୍କ ଜନ୍ମଦିନକୁ ଆହୁରି ସ୍ପେଶାଲ୍ କରିବା ପାଇଁ ତାଙ୍କ ପ୍ରଶଂସକ ନିଜ ନିଜ ଅନ୍ଦାଜରେ ଏହାକୁ ପାଳନ କରିଛନ୍ତି। ଏକ ଫ୍ୟାନ୍ ଗୃପ୍ ୫୫୫୫ କୋଭିଡ କିଟ୍ ଡୋନେଟ୍ କରିବାକୁ ଘୋଷଣା କରିଛନ୍ତି। ଶାହରୁଖଙ୍କ ଫ୍ୟାନକ୍ଲବ୍ ଏହି ଡୋନେସନ ବିଷୟରେ ଟ୍ବିଟ୍ କରିଛନ୍ତି। ଟ୍ବିଟ୍ ଅନୁସାରେ ଶାହରୁଖଙ୍କ ପ୍ରଶଂସକ ଅଭାବୀଙ୍କ ପାଇଁ କୋଭିଡ କିଟ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ୫୫୫୫ମାସ୍କ,ସାନିଟାଇଜର ଏବଂ ଖାଦ୍ୟ ରହିଛି। ଫ୍ୟାନକ୍ଳବ୍ ଏହାର ଫଟୋ ମଧ୍ୟ ସେୟାର କରିଛି। ଏବର୍ଷ କରୋନା ଭାଇରସ୍ ମହାମାରୀ ସମୟରେ କୋଭିଡ…

IPUର ବୈଠକରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ ୦୨।୧୧: ଭାରତ ଓ ପାକିସ୍ତାନ ପୁଣି ମୁହାଁମୁହିଁ  ହେବାକୁ ଯାଉଛନ୍ତି । ୨ ପଡୋଶୀ ପ୍ରତିଦ୍ୱନ୍ଦୀ ପୁଣି ଥରେ ହେବେ ମୁହାଁମୁହିଁ । ବିଭିନ୍ନ ସଂସଦ ଓ ସର୍ବୋର୍ଚ୍ଚ ସଂସ୍ଥାର ଇଣ୍ଡର-ପାର୍ଲିଆମେଣ୍ଟ ୟୁନିୟନର ଗର୍ଭଣ୍ଣିଙ୍ଗ (IPU) କାଉନ୍‌ସିଲ୍‌ ବୈଠକରେ ୨ଦେଶ ସାମ୍ନାସାମ୍ନି ହେବେ । ୨ଦେଶ ମଧ୍ୟରେ ପୁଣିଥରେ କୁଟନୈତିକ ଲଢେଇ ଦେଖିବାକୁ ମିଳିପାରେ । ଆଇପିୟୁ (IPU) ସଭାପତି ହେବାକୁ ପାକିସ୍ତାନ ପ୍ରତିଦ୍ୱନ୍ଦ୍ୱିତା କରୁଛି।  ପାକିସ୍ତାନ ଏହାର ଅଧ୍ୟକ୍ଷ ହେବାକୁ ଚାହୁଁଛି । କିନ୍ତୁ ଏଥିରେ ପର୍ତ୍ତୁଗାଲ, କାନାଡା ଏବଂ ଉଜବେକିସ୍ତାନର ତିନିଜଣ ପ୍ରାର୍ଥୀଙ୍କ ସହ ମୁହାଁମୁହିଁ ହେବାକୁ ପଡିବ । ତେବେ ଜଣେ ଅଧିକାରୀଙ୍କ କହିବାନୁସାରେ, ଭାରତ ପାକିସ୍ତାନର ପ୍ରାର୍ଥୀତାକୁ ବିରୋଧ କରିବାକୁ ପ୍ରସ୍ତୁତ ଅଛି। ଭାରତ ପର୍ତ୍ତୁଗାଲର ଡୁରେଥ ପାଚେକୋ କିମ୍ବା ଉଜବେକିସ୍ତାନର ଅକମଲ ସଇଡୋଭଙ୍କୁ ସମର୍ଥନ ଦେଇପାରେ। ସେହିପରି କାନାଡାର…