ଭିଏନା ଗୁଳିକାଣ୍ଡରେ ୭ଜଣଙ୍କ ମୃତ୍ୟୁ : ଅନେକ ଆହତ

ଭିଏନା ୩/୧୧: ୟୁରୋପର ଅଷ୍ଟ୍ରିଆ ଦେଶର ଭିଏନା ସହରରେ ଏକ ଇହୁଦୀ ଉପାସନାଗୃହ ସମେତ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ଜଣେ ଆକ୍ରମଣକାରୀ ସମେତ ୭ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଭିଏନା ପୋଲିସ୍ ବିଭାଗ ଅନୁସାରେ ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ଭିଏନା ପୋଲିସ୍ କରିଥିବା ଟ୍ବିଟରେ କୁହାଯାଇଛି ଯେ ରାତି ୮ଟାରେ ଏହି ଗୁଳିକାଣ୍ଡ ହୋଇଥିଲା ଯେଉଁଥିରେ ଅନେକ ରାଉଣ୍ଡ ଗୁଳି ଫୁଟିଥିଲା। ଅନେକ ସନ୍ଦିଗ୍ଧ ରାଇଫଲ୍ ଧରିଥିବା ନଜର ଆସିଛନ୍ତି। ଏଥିରେ ଜଣେ ଅଫିସର ମଧ୍ୟ ଆହତ ହୋଇଛନ୍ତି। ପୋଲିସ୍ ଅଧିକାରୀ ଜଣେ ଆକ୍ରମଣକାରୀକୁ ଗୁଳି କରି ମାରିଛନ୍ତି।ଏହି ସମୟରେ ସଶସ୍ତ୍ର ସନ୍ଦିଗ୍ଧ ମଧ୍ୟରୁ ଜଣକୁ ସିନେମାର୍ଗରୁ ବାହାରକୁ ବାହାରୁଥିବା ଦେଖାଯାଇପାରିବ। ଆକ୍ରମଣକାରୀ ଦୌଡ଼ିବା ପୂର୍ବରୁ ପ୍ରଥମେ ଗୁଳି କରିଥିଲା।ଲୋକଙ୍କୁ ପ୍ରଭାବିତ ଅଞ୍ଚଳରେ ଘର ଭିତରେ…

ନାସିରୁଦ୍ଦିନ ଶାହଙ୍କ ପୁଅ ଭିଭାନ ଶାହ କରୋନାରେ ସଂକ୍ରମିତ

ମୁମ୍ବାଇ ୩/୧୧: ବଲିଉଡ ଅଭିନେତା ଭିଭାନ ଶାହ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ଦିଗ୍ଗଜ ଅଭିନେତା ନାସିରୁଦ୍ଦିନ ଶାହଙ୍କ ପୁଅ। ଭିଭାନ ଶାହ କିଛି ଦିନ ହେବ ନିଜ ଓ୍ବେବ୍ ସିରିଜ ‘ଏ ସୁଟେବଲ୍ ବୟ’ର ପ୍ରମୋସନରେ ବ୍ୟସ୍ତ ଥିଲେ। ଏବେ ସୂଚନା ମିଳିଛି ଯେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଗତ ସପ୍ତାହରେ ଭିଭାନ୍ ଶାହଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥିଲା ଯାହା ପରେ ସେ କରୋନା ଟେଷ୍ଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ବର୍ତ୍ତମାନ ଭିଭାନ୍ ଆଇସୋଲେସନରେ ଅଛନ୍ତି ଏବଂ ତାଙ୍କ ଚିକିତ୍ସା ଜାରି ରହିଛି। ସାଧାରଣ ଜନତାଙ୍କଠୁ ଆରମ୍ଭ କରି ନାମୀଦାମୀ ବ୍ୟକ୍ତି କରୋନା ଭାଇରସର ସମ୍ମୁଖୀନ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଫିଲ୍ମ ଷ୍ଟାର ମଧ୍ୟ ସାମିଲ ରହିଛନ୍ତି। ଏବେ ସୁଦ୍ଧା ଅମିତାଭ ବଚ୍ଚନ,ଅଭିଷେକ…

ରାଜ୍ୟରେ ଚିହ୍ନଟ ହେଲେ ୧୨୦୧ କରୋନା ସଂକ୍ରମିତ

ଭୁବନେଶ୍ବର ୦୩।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪୪୧୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୭ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୦୪ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । Covid-19 Report For 2nd November New zpositive Cases: 1201 In quarantine: 697 Local Contacts: 504 (Details of local contacts will be shared by concerned District Administration) District Wise Cases:…

ବାଲେଶ୍ୱର ସଦରରେ ୧୨.୧୧, ତିର୍ତ୍ତୋଲରେ ୭.୫୮ ପ୍ରତିଶତ ଭୋଟିଂ

ଭୁବନେଶ୍ୱର୦୩।୧୧: ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି । କୋଭିଡ଼ କଟକଣା ଭିତରେ ନିର୍ବାଚନ ଚାଲିଛି । ତେବେ ସକାଳ ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧ ପ୍ରତିଶତ ହୋଇଥିବା ବେଳେ ତିର୍ତ୍ତୋଲରେ ୭.୫୮ ପ୍ରତିଶତ ଭୋଟିଂ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଏନେଇ ସୂଚନା ଦେଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ମକ ପୁଲ ସମୟରେ କିଛି ଜାଗାରେ ତ୍ରୁଟି ଦେଖାଦେଇଥିଲା । ବାଲେଶ୍ୱରରେ ୨ଟି ଭିଭିପାଟ ବଦଳାଇ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୋଟ ବର୍ଜନର ଖବର ଆସିନାହିଁ। ସେହିପରି  କୌଣସି ଗଣ୍ଡଗୋଳର ସୂଚନା ନାହିଁ । ଉଭୟ ନିର୍ବାଚନ ମଣ୍ଡଳୀର ଭୋଟର ମାନେ ବୁଥ ଆରେଞ୍ଜମେଣ୍ଟ କୁ ନେଇ ଖୁସି ଥିବା କହିଛନ୍ତି  ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର ୩।୧୧: ରାଜ୍ୟରେ ଖସିବାରେ ଲାଗିଛି କରୋନା ଗ୍ରାଫ୍ । ୨୪ ଘଣ୍ଟା ମଧ୍ୟରେ ୧୨୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୫୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୨ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ନୂଆପଡା, ସୁନ୍ଦରଗଡ, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୪୪୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୩୯୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୭୯୦୯୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

ଆସନ୍ତା କାଲି କରଓ୍ବା ଚୌଥ ବ୍ରତ

ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ରଖାଯାଇଥିବା କରଓ୍ବା ଚୌଥ ବ୍ରତ ବୁଧବାର,ନଭେମ୍ବର ୪ତାରିଖରେ ରଖାଯିବ। କରଓ୍ବା ଚୌଥକୁ ସବୁ ବ୍ରତଗୁଡ଼ିକ ମଧ୍ୟରୁ ସବୁଠୁ କଠିନ ବୋଲି କୁହାଯାଇଥାଏ। ମହିଳାମାନେ ବିନା କିଛି ଗ୍ରହଣ କରି ନିର୍ଜଳା ବ୍ରତ କରନ୍ତି। ବୈଜ୍ଞାନିକ ଦୃଷ୍ଟିରୁ ଦେଖିଲେ ଦିନ ସାରା ଭୋକିଲା ଶୋଷିଲା ରହିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାନ୍ତି। ଡିହାଇଡ୍ରେସନ ଏବଂ ପୋଷକ ତତ୍ତ୍ବର ଅଭାବରୁ ମନୁଷ୍ୟର ସ୍ବାସ୍ଥ୍ୟ ବିଗିଡ଼ି ପାରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଆପଣ ବ୍ରତର ଗୋଟିଏ ଦିନ ପୂର୍ବରୁ ନିଜ ଡାୟେଟରେ କିଛି ଜରୁରୀ ପରିବର୍ତ୍ତନ କଲେ ଏଥିରୁ ବର୍ତ୍ତିହେବ।

ଭଉଣୀକୁ ପ୍ରେମ କରୁଥିଲା, ଭାଇ ବିରୋଧ କରିବାରୁ ଗୁଳିମାରି ହତ୍ୟା

ନୋଏଡା ୩।୧୧: ଭଉଣୀର ପ୍ରେମ ସଂପର୍କକୁ ନେଇ ଭାଇକୁ ହତ୍ୟା । ଭଉଣୀର ପ୍ରେମ ସଂପର୍କକୁ ବିରୋଧ କରିବାରୁ ଭାଇକୁ ହତ୍ୟା କଲା ପ୍ରେମିକ । ଉତ୍ତର ପ୍ରଦେଶ ଗୌତମ ବୁଦ୍ଧ ନଗରରେ ଘଟିଛି ଏଭଳି ଘଟଣା । ଉତ୍ତରପ୍ରଦେଶ ନୋଏଡାରେ ୨୮ ଅକ୍ଟୋବର ସନ୍ଧ୍ୟାରେ ଇସ୍କନ ମନ୍ଦିର ନିକଟ ରୋଡ୍ ରେ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ପଚରାଉଚରା ବେଳେ ଅଭିଯୁକ୍ତମାନେ କହିଛନ୍ତି ଯେ, ମୃତ କମଳଙ୍କ ଭଉଣୀଙ୍କୁ ପ୍ରେମ କରୁଥିଲେ ନିଜାମୁଲ । ମାତ୍ର ଏହାକୁ ବିରୋଧ କରୁଥିଲେ କମଳ । ଉଭୟଙ୍କ ମିଳାମିଶାକୁ ପସନ୍ଦ କରୁନଥିଲେ । ଭଉଣୀଙ୍କୁ ନିଜାମୁଲ ସହ ମିଳାମିଶା କରିବାକୁ ମନାକରିଥିଲେ କମଳ । ନିଜାମୁଲ ଏହାକୁ ନେଇ ଉତକ୍ଷିପ୍ତ ହୋଇଯାଇଥିଲେ । କମଳଙ୍କୁ ରାସ୍ତାରୁ ହଟାଇବାକୁ…