ଭଉଣୀକୁ ପ୍ରେମ କରୁଥିଲା, ଭାଇ ବିରୋଧ କରିବାରୁ ଗୁଳିମାରି ହତ୍ୟା

ନୋଏଡା ୩।୧୧: ଭଉଣୀର ପ୍ରେମ ସଂପର୍କକୁ ନେଇ ଭାଇକୁ ହତ୍ୟା । ଭଉଣୀର ପ୍ରେମ ସଂପର୍କକୁ ବିରୋଧ କରିବାରୁ ଭାଇକୁ ହତ୍ୟା କଲା ପ୍ରେମିକ । ଉତ୍ତର ପ୍ରଦେଶ ଗୌତମ ବୁଦ୍ଧ ନଗରରେ ଘଟିଛି ଏଭଳି ଘଟଣା ।

ଉତ୍ତରପ୍ରଦେଶ ନୋଏଡାରେ ୨୮ ଅକ୍ଟୋବର ସନ୍ଧ୍ୟାରେ ଇସ୍କନ ମନ୍ଦିର ନିକଟ ରୋଡ୍ ରେ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ପଚରାଉଚରା ବେଳେ ଅଭିଯୁକ୍ତମାନେ କହିଛନ୍ତି ଯେ, ମୃତ କମଳଙ୍କ ଭଉଣୀଙ୍କୁ ପ୍ରେମ କରୁଥିଲେ ନିଜାମୁଲ । ମାତ୍ର ଏହାକୁ ବିରୋଧ କରୁଥିଲେ କମଳ । ଉଭୟଙ୍କ ମିଳାମିଶାକୁ ପସନ୍ଦ କରୁନଥିଲେ । ଭଉଣୀଙ୍କୁ ନିଜାମୁଲ ସହ ମିଳାମିଶା କରିବାକୁ ମନାକରିଥିଲେ କମଳ । ନିଜାମୁଲ ଏହାକୁ ନେଇ ଉତକ୍ଷିପ୍ତ ହୋଇଯାଇଥିଲେ । କମଳଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ନିଜାମୁଲ ତାର ଦୁଇ ସାଙ୍ଗ ସହ ମିଶି ଗୁଳି କରି ହତ୍ୟା କରିଥିଲେ । ପୋଲିସ ଅଭିଯୁକ୍ତଙ୍କ ନିକଟରୁ ବାଇକ୍, ମାରଣାସ୍ତ୍ର, ଖୋକା ଜବତ କରିଛି ପୋଲିସ ।

କମଳ ଶର୍ମା ନୋଏଡାର ସେକ୍ଟର ୩୧ରେ ରହୁଥିଲେ । ସେ ସେକ୍ଟର ୬୩ ସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ । ଅଭିଯୁକ୍ତ ନିଜାମୁଲ ଏବଂ ମୃତକଙ୍କ ଭଉଣୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । କମଳ ଶର୍ମା ତାକୁ ବିରୋଧ କରିବାରୁ ନିଜାମୁଲ ତାର ସାଙ୍ଗମାନଙ୍କ ସହ ମିଶି ହତ୍ୟା ଯୋଜନା କରିଥିଲା । ୨୭ ଅକ୍ଟୋବରରେ କମଳ ଶର୍ମାଙ୍କ ଅଫିସ ଠାବ କରିଥିଲେ । ତାପର ଦିନ ସନ୍ଧ୍ୟା ୬ଟାରେ ଅଫିସରେ ପହଞ୍ଚିଥିଲେ । ନିଜାମୁଲ ସେଠାରୁ କମଳଙ୍କ ପିଛା କରି ଆସିଥିଲେ । ନିଜାମୁଲର ସାଙ୍ଗ ଅମିତ ବାଇକ୍ ଚଳାଉଥିବା ବେଳେ ନିଜାମୁଲ ବାଇକ୍ ରେ ବସିଥିଲେ । ସେହି ସମୟରେ କମଳଙ୍କୁ ନିଜାମୁଲ ଗୁଳି କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲେ ।

Related posts

Leave a Comment