କୋଲ୍ଡଡ୍ରିଙ୍କ୍‌ସ ବୋତଲରେ ଦେଶୀ ମଦ

ବଲାଙ୍ଗୀର ୪।୧୧: ନୂଆ ତରିକାରେ ଦେଶୀ ମଦ ବିକ୍ରି । ଥଣ୍ଡାପାନୀୟ ବୋତଲରେ ଦେଶୀ ମଦ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ବିଭିନ୍ନ ସୋଡା ଓ ଥଣ୍ଡାପାନୀୟ ବୋତଲରେ ଦେଶୀ ମଦ ବିକ୍ରି ରାକେଟକୁ ଧରିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ । ଘଟଣାରେ ଖର୍ସେଲ ପଡାର କିଶୋର ଠେଲା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଟାଉନ ପୋଲିସ । ଘଟଣାସ୍ଥଳରୁ ୨୦୦ ଏମଏଲର ୫୦ଟି ବୋତଲ ଜବତ କରିଛି ପୋଲିସ । ଜବତ ଦେଶୀ ମଦ ୧୦ଲିଟରରୁ ବି ଅଧିକ ହେବ ବୋଲି ପୋଲିସ କହିଛି ।

ଅଧିକ ଅଣ୍ଡା ସେବନ କଲେ ଯାଇପାରେ ଜୀବନ

ଭୁବନେଶ୍ୱର ୦୪/୧୧ : ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ହିତକର। ଅଣ୍ଡାରେ ବହୁ ମାତ୍ରାରେ ପ୍ରୋଟିନ ରହିଛି। ତେବେ ଦିନକୁ କେତେଟି ଅଣ୍ଡା ଖାଇବା ଉଚିତ ତାହା ଜାଣିବା ମଧ୍ୟ ଆବଶ୍ୟକ। କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶର ଏକ ସହରରେ ମଜା ମଜାରେ ୫୦ଟି ଅଣ୍ଡା ଖାଇବା ପାଇଁ ସର୍ତ ଲାଗିଥିଲା। ଜଣେ ଯୁବକ ସର୍ତରେ ରାଜି ହୋଇ ଅଣ୍ଡା ଖାଇବା ଆରମ୍ଭ କରିଥିଲେ। ୪୨ଟି ଅଣ୍ଡା ଖାଇବା ପରେ ସେ ବେହୋସ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ଅଣ୍ଡା ଖାଇବାରୁ ତାର ପ୍ରୋଟିନ ଶରୀରରେ ପହଞ୍ଚି ଏଲ୍ବୁମିନରେ ବଦଳି ଯାଇଥାଏ । ଏଲ୍ବୁମିନ ଶରୀରର ଅଧିକାଂଶ ଆବଶ୍ୟକତା ପୁରା କରିଥାଏ। ଜଣେ ବୟସ୍କଙ୍କ ଶରୀର ପାଇଁ ଗୋଟିଏରୁ ଦୁଇଟି ଅଣ୍ଡା ଆବଶ୍ୟକ। କିନ୍ତୁ କିଛି କାରଣବଶତଃ କିଛି…

ମୋଦି ଭୋଟିଂ ମେସିନ୍‌ MVMକୁ ନେଇ ଆମେ ଭୟଭୀତ ନୁହଁ କହିଲେ ରାହୁଲ

ପାଟନା ୪।୧୧: ବିହାର ବିଧାନସଭା ନିର୍ବାଚନରେ ବ୍ୟବହୃତ ହେଉଥିବା ଇଲେକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ୍)କୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏମଭିଏମ୍ ବା ମୋଦି ଭୋଟିଂ ମେସିନ ବୋଲି କହିଛନ୍ତି। ସେହିପରି ଦେଶର ବିଜେପି ସମର୍ଥିତ ଗଣମାଧ୍ୟମକୁ ମୋଦିଜୀକା ମିଡିଆ ବା ଏମଏମ୍‌ କହିଛନ୍ତି। ତେବେ ମୋଦିଙ୍କ ଉଭୟ କଳକୁ ନେଇ ଆମେ ଭୟଭୀତ ନୁହଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ବୁଧବାର ବିହାର ମାଧେପୁରରେ ଅନୁଷ୍ଠିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ସତ୍ୟ ସର୍ବଦା ସତ୍ୟ, ନ୍ୟାୟ ମଧ୍ୟ ସବୁ ବେଳେ ନ୍ୟାୟ। ତେବେ ଖାସ ଏହି ବ୍ୟକ୍ତିଙ୍କ ବିରୋଧରେ ଆମର ଲଢେଇ ଆଦର୍ଶର ଲଢେଇ ବୋଲି ରାହୁଲ କହିଛନ୍ତି। ଆମେ ସେମାନଙ୍କ ବିଚାର ବିରୋଧରୁ ଲଢୁଛୁ ସେମାନଙ୍କ ଦର୍ଶନ ବିରୋଧରୁ ଲଢୁଛୁ ଓ ଜାଣିଛୁ ସେମାନେ ନିଶ୍ଚିତ…

ବଲିଉଡ ଅଭିନେତା ଫରାଜ ଖାନଙ୍କ ପରଲୋକ

ମୁମ୍ବାଇ ୪/୧୧: ବଲିଉଡ ଅଭିନେତା ଫରାଜ ଖାନଙ୍କ ପରଲୋକ ହୋଇ ଯାଇଛି। ତାଙ୍କୁ ୪୬ବର୍ଷ ବୟସ ହୋଇଥିଲା। ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଦୀର୍ଘ ଦିନରୁ ଭର୍ତ୍ତି ଥିଲେ। ଅଭିନେତ୍ରୀ ପୂଜା ଭଟ୍ଟ ‘ମେହେନ୍ଦୀ’ ଫିଲ୍ମର ଅଭିନେତା ଫରାଜ ଖାନଙ୍କ ପରଲୋକର ସୂଚନା ଦେଇଛନ୍ତି। ପୂଜା ଭଟ୍ଟ ଟ୍ବିଟ୍ କରି ଲେଖିଛନ୍ତି-‘ ଦୁଃଖର ସହିତ ଏକଥା କହିବାକୁ ପଡ଼ୁଛି ଯେ ଫରାଜ ଖାନ୍ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କର ଆଶା ରହିଛି ଯେ ସେ ଏବେ ଭଲରେ ଥିବେ। ଆପଣଙ୍କ ସାହାଯ୍ୟ ଏବଂ ଶୁଭ କାମନା ପାଇଁ ଧନ୍ୟବାଦ। ଦୟା କରି ତାଙ୍କ ପରିବାର ପାଇଁ ପ୍ରାର୍ଥନା କରନ୍ତୁ। ସେ ଏକ ଏପରି ଶୂନ୍ୟସ୍ଥାନ ଛାଡ଼ି ଯାଇଛନ୍ତି ଯାହାକୁ ଭରି ପାରିବା କଷ୍ଟକର। ପୂଜା ତାଙ୍କ ପାଇଁ ଆର୍ଥିକ ସହାୟତା ଦାବି ମଧ୍ୟ କରିଥିଲେ।…

ନାବାଳିକାକୁ ମାଲିକଙ୍କ ଶ୍ୱଶୂର ଗର୍ଭବତୀ କରିଥିବା ଅଭିଯୋଗ

ଚଣ୍ଡିଖୋଲ, ୦୪/୧୧:  ଦିନକୁ ଦିନ ଦୁଷ୍କର୍ମ ଅତ୍ୟାଚାର ଓ ନାରୀ ଅସଦାଚରଣ ଘଟଣା ବଢିଚାଲିଛି । ଏକ କୋମଳମତି ନାବାଳିକାକୁ ଜଣେ ବୃଦ୍ଧଙ୍କ ଦୁଷ୍କର୍ମ ମାମଲା ଏବେ ଆଲୋଡନ ସୃଷ୍ଟି କରିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଅଭିଯୁକ୍ତ ଜଣେ ବୃଦ୍ଧ । ଏଭଳି ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵରରେ । ଦୁଷ୍କର୍ମ ନେଇ ପୀଡିତାଙ୍କ ମାଆ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଜୈନେକ ଆଦିବାସୀ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ କାମ ଦେବାକୁ ଭୁବନେଶ୍ବର ଆଣିଥିଲେ । ସେ ରାଜଧାନୀରେ ବସବାସ କରୁଥିବା ପ୍ରମୋଦ ପୃଷ୍ଟିଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ୩୦୦୦ ଟଙ୍କା ବେତନରେ କାମଧନ୍ଦା କରିବାକୁ ଛାଡିଥିଲେ । କିନ୍ତୁ ଆଦିବାସୀ ନାବାଳିକାଙ୍କ ସରଳତାର ସୁଯୋଗ ନେଇ ପ୍ରମୋଦଙ୍କ ଶ୍ୱଶୁର ପ୍ରଫୁଲ ଧମକ…

କରୋନା ଭାଇରସ : ଆଗକୁ ଶୀତ ଆସୁଥିବାରୁ ସତର୍କ ରହିବା ଜରୁରୀ

ଭୁବନେଶ୍ୱର, ୦୪/୧୧:   କରୋନା ପ୍ରସଙ୍ଗରେ ରାଜ୍ୟ ସରକାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ କୋଭିଡ୍ ପରବର୍ତ୍ତୀ ଚିକିତ୍ସା ଓ ସତର୍କତା ନେଇ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୨ଜଣ ବରିଷ୍ଠ ଚିକିତ୍ସକ କରୋନା ସମ୍ପର୍କରେ ରାଜ୍ୟବାସୀଙ୍କୁ ତଥ୍ୟ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର କହିଛନ୍ତି ଯେ. ହାଲିଆ ହେବା ସହ ସ୍ୱାଦ ଜାଣି ନପାରିବା କରୋନାର ମୁଖ୍ୟ ଲକ୍ଷଣ । ରୋଗ ଫୁସପୁସ୍ ଜନିତ ହୋଇଥିବାରୁ ଅଧିକ ମାରାତ୍ମକ ଅଟେ । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ ଅଧିକ ଦୁର୍ବଳତା ଅନୁଭବ କରନ୍ତି । ଏଥିପାଇଁ ଭୟଭୀତ ହେବାର କାରଣ ନାହିଁ । ଆହୁରି ମଧ୍ୟ କୁହାଯାଇଛି ଯେ, ଅନ୍ୟ ଭୂତାଣୁ ଓ କରୋନା ଭାଇରସ ମଧ୍ୟରେ ଅନେକ ଫରକ ରହିଛି ।ତେଣୁ କରୋନା ପ୍ରତି ସମସ୍ତେ ସତର୍କ…

ଶ୍ରୀମନ୍ଦିର ବାଇଶି ପାହାଚ ମାପଚୁପ ଓ ଅନୁଧ୍ୟାନ କଲେ ୫ଜଣିଆ ଏଏସଆଇ ଟିମ୍

ପୁରୀ ୪।୧୧: ପୁରୀ ଶ୍ରୀମନ୍ଦିରରେ ଏଏସଆଇର ୫ ଜଣିଆ ଟିମ୍ । ଏହି ଟିମ୍ ବାଇଶି ପାହାଚ ମାପଚୁପ ସହ ଅନ୍ୟାନ୍ୟ ସ୍ଥାନ ମଧ୍ୟ ଅନୁଧ୍ୟାନ କରିଛନ୍ତି । ତେବେ ଯେଉଁ ସ୍ଥାନରେ ଦୁର୍ବଳ ପଥର ରହିଥିବ ସେ ପଥର ବଦଳା ଯିବା ପାଇଁ ବ୍ୟବସ୍ଥା କରାଯିବ । ଅନୁଧ୍ୟାନ ଓ ମାପଚୁପ ପରେ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି ।

ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ ପରେ ଦିଲ୍ଲୀ ଏୟାରପୋର୍ଟରେ ହାଇ ଆଲର୍ଟ

ନୂଆଦିଲ୍ଲୀ ୪/୧୧: ଦିଲ୍ଲୀ ଏୟାରପୋର୍ଟରେ ହାଇ ଆଲର୍ଟ। ଆତଙ୍କବାଦୀ ଆକ୍ରମଣ ଧମକ ପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ହାଇ ଆଲର୍ଟ ଜାରି ହୋଇଛି। ଏୟାର ଇଣ୍ଡିଆର ଦୁଇ ବିମାନକୁ ଲଣ୍ଡନ ପହଞ୍ଚାଇବାକୁ ଦେବନି ବୋଲି ଧମ ଦେଇଛି ଖଲିସ୍ତାନୀ ଗ୍ରପ୍‌। ତେବେ ଏହି ଧମକ ଖଲିସ୍ତାନୀ କମାଣ୍ଡୋ ଫୋର୍ସ ଦ୍ବାରା ଦିଆଯାଇଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି। ଖଲିସ୍ତାନ କମାଣ୍ଡୋ ଫୋର୍ସ ସହ ଜଡ଼ିତ ଆତଙ୍କବାଦୀ ଗୁରୁପତବନ୍ତ ସିଂହ ପାନ୍ନୁ ବିଭିନ୍ନ ଅଧିକାରୀଙ୍କୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ କରିଥିବା ଏୟାରପୋର୍ଟ ଡିସିପି ରାଜୀବ ରଞ୍ଜନ ଇଣ୍ଡିଆ ଟୁଡେକୁ କହିଥିବା ଜଣାପଡ଼ିଛି। ରାଜୀବ ରଞ୍ଜନଙ୍କ ଅନୁସାରେ ନଭେମ୍ବର ୫ରେ ଖଲିସ୍ତାନୀ ଗ୍ରୁପ୍‌ ଏୟାର ଇଣ୍ଡିଆର ଦୁଇ ବିମାନକୁ ଲଣ୍ଡନରେ ଲ୍ୟାଣ୍ଡ କରିବାକୁ ଦେବ ନାହିଁ ବୋଲି ବାରମ୍ବାର ଧମକ ଦେଉଛି। ଧମକ ମିଳିବା ପରେ…

ଜମିଜମା ବିବାଦର ସମାଧାନ ପାଇଁ ଯାଇ ହଟହଟା

ସୋର ୪।୧୧: ଜମିଜମା ବିବାଦର ସମାଧାନ ପାଇଁ ଯାଇଥିବା ପୋଲିସ ହଟହଟା । ପୋଲିସ ଆଗରେ ମାଡ଼ପିଟ ହେବା ସହିତ ପୋଲିସ ମାଡ଼ ମାରିଥିବାର ଭିଡିଓ ଭାଇରାଲ୍‌ ହେଉଛି । ବାଲେଶ୍ବର ଜିଲ୍ଲା ଔପଦା ଥାନା ପରମାନନ୍ଦପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁର ମୁକୁନ୍ଦ ନାୟକ ଓ ଉପେନ୍ଦ୍ର ନାୟକ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ି ବିବାଦ ଲାଗିରହିଥିଲା । ଏନେଇ ଉଭୟ ପରିବାର ପକ୍ଷରୁ ଔପଦା ଥାନାରେ ଅଭିଯୋଗ ପରେ ପୋଲସ ତଦନ୍ତ ପାଇଁ ସେହି ଗ୍ରାମକୁ ଯାଇଥିବା ବେଳେ ଉପେନ୍ଦ୍ରଙ୍କର ପରିବାର ପକ୍ଷରୁ ପୋଲିସ ଗାଡିକୁ ଅଟକାଇ ଥିଲେ । ପୋଲିସ ଉପସ୍ଥିତରେ ମକୁନ୍ଦଙ୍କର ପରିବାର ଲୋକ ଉପେନ୍ଦ୍ରଙ୍କର ଝିଅକୁ ପୋଲିସ ଆଗରେ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା । ଏହାସହ ପୋଲିସ ମଧ୍ୟ ମାଡ଼ ମାରିଥିବାର ଭିଡିଓ ଭାଇରାଲ୍…