କରୋନା ଭାଇରସ : ଆଗକୁ ଶୀତ ଆସୁଥିବାରୁ ସତର୍କ ରହିବା ଜରୁରୀ

ଭୁବନେଶ୍ୱର, ୦୪/୧୧:   କରୋନା ପ୍ରସଙ୍ଗରେ ରାଜ୍ୟ ସରକାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ କୋଭିଡ୍ ପରବର୍ତ୍ତୀ ଚିକିତ୍ସା ଓ ସତର୍କତା ନେଇ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୨ଜଣ ବରିଷ୍ଠ ଚିକିତ୍ସକ କରୋନା ସମ୍ପର୍କରେ ରାଜ୍ୟବାସୀଙ୍କୁ ତଥ୍ୟ ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର କହିଛନ୍ତି ଯେ. ହାଲିଆ ହେବା ସହ ସ୍ୱାଦ ଜାଣି ନପାରିବା କରୋନାର ମୁଖ୍ୟ ଲକ୍ଷଣ । ରୋଗ ଫୁସପୁସ୍ ଜନିତ ହୋଇଥିବାରୁ ଅଧିକ ମାରାତ୍ମକ ଅଟେ । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ ଅଧିକ ଦୁର୍ବଳତା ଅନୁଭବ କରନ୍ତି । ଏଥିପାଇଁ ଭୟଭୀତ ହେବାର କାରଣ ନାହିଁ ।

ଆହୁରି ମଧ୍ୟ କୁହାଯାଇଛି ଯେ, ଅନ୍ୟ ଭୂତାଣୁ ଓ କରୋନା ଭାଇରସ ମଧ୍ୟରେ ଅନେକ ଫରକ ରହିଛି ।ତେଣୁ କରୋନା ପ୍ରତି ସମସ୍ତେ ସତର୍କ ରହିବା ଜରୁରୀ । ଆଗକୁ ଶୀତ ଆସୁଥିବାରୁ ସଜାଗ ରହିବା ଆବଶ୍ୟକ । ଅନେକ ଦେଶରେ ଲକଡାଉନ୍ ଓ ସଟଡାଉନ୍ ହେଲାଣି ।

Related posts

Leave a Comment