କୋଲ୍ଡଡ୍ରିଙ୍କ୍‌ସ ବୋତଲରେ ଦେଶୀ ମଦ

ବଲାଙ୍ଗୀର ୪।୧୧: ନୂଆ ତରିକାରେ ଦେଶୀ ମଦ ବିକ୍ରି । ଥଣ୍ଡାପାନୀୟ ବୋତଲରେ ଦେଶୀ ମଦ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ବିଭିନ୍ନ ସୋଡା ଓ ଥଣ୍ଡାପାନୀୟ ବୋତଲରେ ଦେଶୀ ମଦ ବିକ୍ରି ରାକେଟକୁ ଧରିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ ।

ଘଟଣାରେ ଖର୍ସେଲ ପଡାର କିଶୋର ଠେଲା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଟାଉନ ପୋଲିସ । ଘଟଣାସ୍ଥଳରୁ ୨୦୦ ଏମଏଲର ୫୦ଟି ବୋତଲ ଜବତ କରିଛି ପୋଲିସ । ଜବତ ଦେଶୀ ମଦ ୧୦ଲିଟରରୁ ବି ଅଧିକ ହେବ ବୋଲି ପୋଲିସ କହିଛି ।

Related posts

Leave a Comment