ନୂଆଦିଲ୍ଲୀ ୪/୧୧: ଦିଲ୍ଲୀ ଏୟାରପୋର୍ଟରେ ହାଇ ଆଲର୍ଟ। ଆତଙ୍କବାଦୀ ଆକ୍ରମଣ ଧମକ ପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ହାଇ ଆଲର୍ଟ ଜାରି ହୋଇଛି। ଏୟାର ଇଣ୍ଡିଆର ଦୁଇ ବିମାନକୁ ଲଣ୍ଡନ ପହଞ୍ଚାଇବାକୁ ଦେବନି ବୋଲି ଧମ ଦେଇଛି ଖଲିସ୍ତାନୀ ଗ୍ରପ୍।
ତେବେ ଏହି ଧମକ ଖଲିସ୍ତାନୀ କମାଣ୍ଡୋ ଫୋର୍ସ ଦ୍ବାରା ଦିଆଯାଇଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି। ଖଲିସ୍ତାନ କମାଣ୍ଡୋ ଫୋର୍ସ ସହ ଜଡ଼ିତ ଆତଙ୍କବାଦୀ ଗୁରୁପତବନ୍ତ ସିଂହ ପାନ୍ନୁ ବିଭିନ୍ନ ଅଧିକାରୀଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ କରିଥିବା ଏୟାରପୋର୍ଟ ଡିସିପି ରାଜୀବ ରଞ୍ଜନ ଇଣ୍ଡିଆ ଟୁଡେକୁ କହିଥିବା ଜଣାପଡ଼ିଛି। ରାଜୀବ ରଞ୍ଜନଙ୍କ ଅନୁସାରେ ନଭେମ୍ବର ୫ରେ ଖଲିସ୍ତାନୀ ଗ୍ରୁପ୍ ଏୟାର ଇଣ୍ଡିଆର ଦୁଇ ବିମାନକୁ ଲଣ୍ଡନରେ ଲ୍ୟାଣ୍ଡ କରିବାକୁ ଦେବ ନାହିଁ ବୋଲି ବାରମ୍ବାର ଧମକ ଦେଉଛି।
ଧମକ ମିଳିବା ପରେ ଦିଲ୍ଲୀ ପୋଲିସ, ଏୟାରପୋର୍ଟ କର୍ତ୍ତୃପକ୍ଷ ସମେତ ସିଆଇଏସ୍ଏଫ ଯବାନ ଦିଲ୍ଲୀ ଏୟାରପୋର୍ଟରେ ସଜାଗ ଥିବା ସୂଚନା ମିଳିଛି। ଖଳିସ୍ତାନୀ ଗ୍ରୁପ୍ ଦ୍ବାରା ନଭେମ୍ବର ୫ ଧମକ ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ୩୬ ବର୍ଷ ପୂର୍ତ୍ତିକୁ ଦର୍ଶାଉଥିବା କୁହାଯାଉଛି।