ଭାରତୀୟ ଟିମ ର ଅଧିନାୟକ ବିରାଟ କୋହଲିଙ୍କର 32ତମ ଜନ୍ମ ଦିବସ ର ହାର୍ଦିକ ଅଭିନନ୍ଦନ

ନୂଆଦିଲ୍ଲୀ ୦୫/୧୧: ଭାରତୀୟ କ୍ରିକେଟ ଟିମର ଅଧିନାୟକ ତଥା ରନ୍ ମେସିନ୍ ବିରାଟ କୋହଲି ଆଜି ୩୨ ବର୍ଷରେ ପାଦ ଦେଇଛନ୍ତି । ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ କୋହଲିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଜି ଦିନ ତମାମ ଟ୍ବିଟର, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟି ଯାଇଛନ୍ତି ବିରାଟ କୋହଲି । ପଡିଆ ମଧ୍ୟରେ ନିଜର ଦବଦବା ଦେଖାଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଭାରତର କିମ୍ବଦନ୍ତୀ କ୍ରିକେଟର ବିରାଟ କୋହଲି  । ଗୁରୁବାର ଜନ୍ମଦିନ ଅବସରରେ ବିଶ୍ବର କୋଣ ଅନୁକୋଣରୁ କୋହଲିଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି ପ୍ରଶଂସକ । ଟ୍ବିଟ୍ କରି ବିସିସିଆଇ ଲେଖିଛି ୨୦୧୧ ବିଶ୍ବକପ ବିଜେତା , ଭାରତର ଅଧିନାୟକ ଭାବେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ବିଜୟ, ଟି-ଟ୍ବେଣ୍ଟିରେ ସବୁଠାରୁ ଅଧିକ ରନ୍ ସ୍କୋରର୍ ଏବଂ…

ପେଟ୍ରୋଲ୍ ଡିଜେଲ୍ ବିଲ୍ ଅଧା କରିବାକୁ ଚାହୁଁଛନ୍ତି କି ?

ନୂଆଦିଲ୍ଲୀ ୦୫/୧୧ : କରୋନା ମହାମାରୀ ଲୋକଙ୍କ ରୋଜଗାର ପନ୍ଥା ସୀମିତ କରିଦେଇଛି | ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷ ମହଙ୍ଗା ହୋଇଛି। ମହଙ୍ଗା ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହିଭଳି ସମୟରେ ଯଦି କିଏ ଆପଣଙ୍କୁ କିହେ ଯେ ଆପଣଙ୍କୁ ବିଲର ଅଧା ଦେବାକୁ ହେବ ତାହେଲେ ବୋଧହୁଏ ଆପଣ ବିଶ୍ୱାସ କରିବେନି। କିନ୍ତୁ ଏହା ସମ୍ଭବ। ଯଦି ଆପଣ FYOOL ଆପ ଜରିଆରେ ନିଜ ବିଲ ପେ କରିବେ ତାହେଲେ ଏହା ସମ୍ଭବ। FYOOL ଆପ ଫୋନ ପେ ଓ ପେଟିଏମ ଭଳି ଏକ ଆପ। ଏହା ଆପଣଙ୍କୁ ଆପଣଙ୍କ ବିଲର ଅଧା ରାଶି କ୍ୟାସବ୍ୟାକ ରୂପେ ପ୍ରଦାନ କରିପାରେ। ଏହି ଆପ ଆପଣ ପେଟ୍ରୋଲ, ଡିଜେଲ ଓ ସିଏନଜି ପାଇଁ ବ୍ୟବହାର କରି କ୍ୟାସବ୍ୟାକ ପାଇପାରିବେ। ୟୁଜର୍ସ…

ଜିଓ ଲଞ୍ଚ କଲା ୩ଟି All-in-One ପ୍ଲାନ୍

ନୂଆଦିଲ୍ଲୀ ୫/୧୧: ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଦିପାବଳୀ ଉପହାର ଦେଇ ୩ଟି ନୂଆ ଅଲ୍ ଇନ୍ ଓ୍ବାନ୍ ପ୍ଲାନ୍ ଲଞ୍ଚ୍ କରିଛି। ଜିଓ ଏହି ସମସ୍ତ ପ୍ଲାନ୍ କେବଳ ଜିଓ ଫୋନ୍ ୟୁଜର୍ସଙ୍କ ପାଇଁ ଆରମ୍ଭ କରିଛି। ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ଜିଓ ପାଖରେ ପୂର୍ବରୁ ହିଁ ଅନେକ ଅଲ୍ ଇନ୍ ଓ୍ବାନ୍ ପ୍ଲାନ୍ ରହିଛି। ଜିଓ ଏହାର ଜିଓ ଫୋନ୍ ଗ୍ରାହକଙ୍କ ପାଇଁ ୩ଟି ପ୍ଲାନ୍ ବଜାରରେ ଆରମ୍ଭ କରିଛି ଯାହାର ମୂଲ୍ୟ ୧,୦୦୧ ଟଙ୍କା,୧୩୦୧ ଟଙ୍କା ଏବଂ ୧୫୦୧ଟଙ୍କା ରହିଛି। ଏସମସ୍ତ ପ୍ଲାନର ବୈଧତା ୩୩୬ଦିନ। ଯେଉଁମାନେ ସବୁ ମାସରେ ରିଚାର୍ଜ କରିବାକୁ ପସନ୍ଦ କରନ୍ତି ନାହିଁ ସେମାନଙ୍କ ପାଇଁ ଏହି ପ୍ଲାନ୍ ରହିଛି। ୧୦୦୧ ଟଙ୍କାର ପ୍ଲାନ୍ : ଜିଓ ଫୋନର ଏହି ପ୍ଲାନରେ ମୋଟ ୪୯ଜିବି ଡାଟା ମିଳିବ ଏବଂ…

ଇନଷ୍ଟାଗ୍ରାମ୍ ଫଲୋଅର୍ସରେ ଦୀପିକାଙ୍କୁ ପଛରେ ପକାଇଲେ ଶ୍ରଦ୍ଧା କପୁର

ମୁମ୍ବାଇ ୫/୧୧: ଶ୍ରଦ୍ଧା କପୁର ଦୀପିକା ପାଦୁକୋଣଙ୍କୁ ରିପ୍ଲେସ୍ କରି ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋ କରାଯାଇଥିବା ବଲିଉଡ ଅଭିନେତ୍ରୀ ହୋଇ ଯାଇଛନ୍ତି। ୫କୋଟି ୫୬ଲକ୍ଷ ଫଲୋଅର୍ସ ସହ ଶ୍ରଦ୍ଧା କପୁର ଏବେ ପ୍ରିୟଙ୍କା ଚୋପ୍ରାଙ୍କଠୁ ଟିକେ ପଛରେ ଅଛନ୍ତି। ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଚୋପ୍ରାଙ୍କୁ ୫କୋଟି ୮୦ଲକ୍ଷରୁ ଅଧିକ ଲୋକେ ଫଲୋ କରନ୍ତି। ଦୀପିକା ପାଦୁକୋନଙ୍କ ଫଲୋଅର୍ସ କଥା କହିଲେ ଏହି ଫଟୋ ସେୟାରିଂ ଆପ୍ଲିକେସନରେ ତାଙ୍କର ୫କୋଟି ୨୦ଲକ୍ଷ ପାଖାପାଖି ଫଲୋଅର୍ସ ଅଛନ୍ତି। ଦୀପିକା ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ସବୁବେଳେ ଦ୍ବିତୀୟ ସ୍ଥାନକୁ ନେଇ ଅପ୍ସ ଏବଂ ଡାଉନ୍ ଚାଲିଥାଏ। ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋଅର୍ସ ଥିବା ବ୍ୟକ୍ତି ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି। ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମରେ ୮କୋଟି ୨୦ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ବର୍ଷକ ମଧ୍ୟରେ ଶ୍ରଦ୍ଧା କପୁରଙ୍କ…

ଆମେରିକା ନିର୍ବାଚନ: କ’ଣ ପ୍ରତ୍ୟାବର୍ତ୍ତନ କରି ପାରିବେ ଟ୍ରମ୍ପ ?

ଓ୍ଵାଶିଂଟନ ୦୫।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଲଗାତାର ଦ୍ଵିତୀୟ ଦିନ ଭୋଟ୍ ଗଣତି ଜାରି ରହିଛି। ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ୨୭୦ ସଂଖ୍ୟା ଗରିଷ୍ଠତାଠୁ ମାତ୍ର ୬ ଭୋଟ୍ ଦୂରରେ ଅଛନ୍ତି। ଅପରପକ୍ଷେ ପ୍ରତିଦ୍ଵନ୍ଦୀ ଡୋନାଲ୍ଡ ଟ୍ରମ୍ପ ୨୧୪ ଭୋଟ୍ ସହିତ ବହୁମତଠୁ ବହୁ ଦୂରରେ ଅଛନ୍ତି। କିନ୍ତୁ ଟ୍ରମ୍ପ ଏବେ ମଧ୍ୟ ପେନସିଲଭେନିଆ, ନର୍ଥ କାରୋଲିନ ଓ ଜର୍ଜିଆରେ ଆଗରେ ରହିଛନ୍ତି। ବାଇଡେନଙ୍କ ଦମଦାର ପ୍ରଦର୍ଶନ ପରେ ମଧ୍ୟ ଟ୍ରମ୍ପ ଏବେ ମଧ୍ୟ ରାଷ୍ଟ୍ରପତି ପଦ ଦୌଡରେ ରହିଛନ୍ତି। ଏହା ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ଟିମ୍ ତିନୋଟି ରାଜ୍ୟରେ ମତଗଣନାକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣାରେ ହେଉଥିବା ବିଳମ୍ବକୁ ଦୃଷ୍ଟିରେ ରଖି ନିର୍ବାଚନ  ଅଧିକାରୀ ପ୍ରମୁଖ ରାଜ୍ୟଗୁଡିକରେ ଭୋଟ୍ ଗଣତିକୁ ଜୋରଦାର କରିଛନ୍ତି। ବର୍ତ୍ତମାନ ନେଓ୍ଵାଡା, ଜର୍ଜିଆ, ନର୍ଥ କାରୋଲିନ…

ଅନଲାଇନ୍ କାରବାର : କାମ ପ୍ରେସରରୁ ଚାଲିଗଲା ୧୪ ଜଣ ଡେଲିଭରୀ ବଏଙ୍କ ଜୀବନ

ନୂଆଦିଲ୍ଲୀ ୦୫/୧୧ : କରୋନା ସଂକ୍ରମଣ ଯୋଗୁଁ ଦୁନିଆର ଏକ ନୂଆ ଆରମ୍ଭ ହୋଇଛି କହିଲେ କିଛି ଭୁଲ ହେବନାହିଁ। ମହାମାରୀ ବିସ୍ତାର ରୋକିବାକୁ ଦୁନିଆର ଅନେକ ଦେଶରେ ଲକଡାଉନ ଜାରି କରାଯାଇଥିଲା। ଲକଡାଉନ ଯୋଗୁଁ ଅନେକ ଲୋକଙ୍କ ଚାକିରୀ ଚାଲିଗଲା। କିନ୍ତୁ ଲକଡାଉନ କୋହଳ ହେବାପରେ କାମ ଚାପ ଏତେ ବଢିଯାଇଛି ଯେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି। କାର୍ଯ୍ୟ ଚାପବଢିଯିବାରୁ ୧୪ ଜଣ ଡେଲିଭରୀ ବଏଙ୍କ ଜୀବନ ଚାଲିଯାଇଛି। ବିବିସିରେ ପ୍ରକାଶିତ ଏକ ରିପୋର୍ଟରେ ୩୬ ବର୍ଷୀୟ ଜଣେ ଡେଲିଭରୀ ବଏ କିମ ଡୁକଙ୍କ ମୃତ୍ୟୁର କାରଣ ଚିନ୍ତା ବୋଲି କୁହାଯାଇଛି। ରିପୋର୍ଟରେ ଦାବି କରାଯାଇଛି ଯେ କାମ ପ୍ରେସର ଯୋଗୁଁ ତାଙ୍କୁ ଦିନକୁ ୨୧ ଘଣ୍ଟିଆ ସିଫ୍ଟ କରିବାକୁ ପଡୁଥିଲା। ୪୦୦ ପ୍ୟାକେଟ୍ ଗ୍ରାହକଙ୍କୁ ପହଞ୍ଚାଇବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ…

ଥାପଡ଼ ପାଇଁ ୫ ହଜାର, ମର୍ଡର ପାଇଁ ୫୫୦୦୦

ମୁଜାଫରନଗର ୫/୧୧: ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ଅପରାଧୀଙ୍କୁ ନାହିଁ ପୋଲିସର ଭୟ। ଖୁଲମଖୋଲା ଅପରାଧ କରିବାକୁ ଅପରାଧୀ ଦେଉଛନ୍ତି ଅଫର। ଅପରାଧ ପାଇଁ ପ୍ରାଇସ୍‌ ଚାର୍ଟ। କେଉ ଅପରାଧ ପାଇଁ କେତେ ପାଉଣା ସେନେଇ ଏକ ପୋଷ୍ଟର ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ମୁଜାଫରନଗରରେ ଏଭଳି ଏକ ପୋଷ୍ଟର ଭାଇରାଲ୍‌ ହେବା ପରେ ପୋଲିସର ନିଦ ହଜିଯାଇଛି। ପୋଷ୍ଟରରେ ବିଭିନ୍ନ ଅପରାଧ କରିବା ପାଇଁ ୧୦୦୦-୫୫,୦୦୦ ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରାଯାଇଛି। ଏହି ପୋଷ୍ଟରରେ ଜଣେ ଯବୁକ ବନ୍ଧୁକ ଧରି ଛିଡ଼ା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ପୋଷ୍ଟରରେ ଦିଆଯାଇଥିବା ପ୍ରାଇସ୍‌ ଲିଷ୍ଟ ଅନୁସାରେ କେବଳ କାହାକୁ ଧମକ ଦେବା ପାଇଁ ଲାଗିବ ୧୦୦୦ ଟଙ୍କା। କୌଣସି ବ୍ୟକ୍ତିଙ୍କୁ ବାଡ଼େଇଲେ ୫୦୦୦ ହଜାର ଲାଗିବ ବୋଲି ଲିଷ୍ଟରେ ଥିବା ବେଳେ…

ଅଭିନେତ୍ରୀ ପୁନମ୍‌ ପାଣ୍ଡେ ଗିରଫ

ପାନାଜୀ ୫/୧୧: ଗୋଆ ସମୁଦ୍ରକୂଳରେ ଅଶ୍ଳୀଳ ଭିଡିଓ ସୁଟ୍‌ କରି ଅଡ଼ୁଆରେ ଅଭିନେତ୍ରୀ ପୁନମ ପାଣ୍ଡେ। ସରକାରୀ ସ୍ଥାନରେ ଅଶ୍ଳୀଳ ଭିଡିଓ ସୁଟ୍‌ କରିବା ସହ ପୋଷ୍ଟ କରିବାକୁ ନେଇ ବିବାଦ ଉପୁଜିଥିଲା। ଏପରିକି ପୁନମଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ତେବେ ବିବାଦ ଉଗ୍ର ରୂପ ଧାରଣ କରିବା ପରେ ଗୁରୁବାର କାନକୋନା ପୋଲିସ ପୁନମଙ୍କୁ ଗିରଫ କରିଛି। ଗୋଆର ଆଗୁଡରେ ଥିବା ଏକ ରିଜୋର୍ଟରୁ ପୁନମଙ୍କୁ ପୋଲିସ ଗିରଫ କରିଥିବା​‌ ସୂଚନା ମିଳିଛି। ଗୋଆ ସମୁଦ୍ରକୂଳରେ ଅଶ୍ଳୀଳ ଭିଡିଓ ସୁଟ୍‌ କରିବା ସହ ଏହାର କିଛି ଅଂଶ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ପୋଷ୍ଟ କରିଥିଲେ ଅଭିନେତ୍ରୀ ପୁନମ ପାଣ୍ଡେ। ସରକାରୀ ସ୍ଥାନରେ ଏଭଳି ଅଭଦ୍ରାମୀ ବିରୋଧରେ ବିଭିନ୍ନ ସଂଗଠନ ସହ ଲୋକେ ତାତିଥିଲେ। ଏପରିକି ତାଙ୍କୁ ସେଠାରେ ଭିଡିଓ ସୁଟ୍‌ ପାଇଁ ଅନୁମତି ଦେଇଥିବା…

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଶ୍ରୀଚନ୍ଦ୍ର ପ୍ରଭାବରେ ଅର୍ଥ ଲାଭ ସହ ପାରିବାରିକ ଶାନ୍ତି ପାଇବେ । କିନ୍ତୁ ଦୂରଯାତ୍ରା ଓ ବିବାଦୀୟ ପରିବେଶରୁ ଦୂରେଇ ରହିବା ଭଲ ହେବ । ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ । ବୃଷ – ଚନ୍ଦ୍ରଙ୍କ ନକ୍ଷତ୍ରରେ ଶୁକ୍ର ଆପଣଙ୍କୁ ବୈଷୟିକ ସୁଖ, ସମ୍ପଦ ପ୍ରଦାନ କରିବାରେ ସହାୟକ ହେବେ । ସାହିତ୍ୟ ଚର୍ଚ୍ଚାଦିରେ ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ । ମିଥୁନ – ଘରୋଇ ବ୍ୟାପାରରେ ଅନ୍ୟମାନଙ୍କ ହସ୍ତକ୍ଷେପ ଯୋଗୁଁ ଅଶାନ୍ତ ବାତାବରଣ ସୃଷ୍ଟିର ଆଶଙ୍କା ରହିଛି । ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ନିଜର ମତ ହଠାତ୍ ବଦଳାଇ ଅସହ-ଯୋଗ କରିପାରନ୍ତି । ଶୁଭ ରଙ୍ଗ…

ICC ଦିନିକିଆ ରାଙ୍କିଂରେ ପୁଣି ଟପ୍‌ରେ ବିରାଟ

ନୂଆଦିଲ୍ଲୀ ୦୪/୧୧: ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ (ଆଇ.ସି.ସି.)ର ସଦ୍ୟ ପ୍ରକାଶିତ ଦିନିକିଆ ମାନ୍ୟତାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ପାକିସ୍ତାନର ନିର୍ଭରଯୋଗ୍ୟ. ବ୍ୟାଟସମ୍ୟାନ ବାବର ଆଜାମ । ସେହିପରି ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ଏହି ମାନ୍ୟତାର ଶୀର୍ଷରେ ଥିବାବେଳେ ଅନ୍ୟତମ ତାରକା ବ୍ୟାଟ୍ସମ୍ୟାନ୍ ତଥା ଓପନର ରୋହିତ ଶର୍ମା ୨ୟ ସ୍ଥାନରେ ଅଛନ୍ତି । ତେବେ ଜିମ୍ବାଓ୍ବେ ଗସ୍ତରେ ଚମତ୍କାର ଫର୍ମରେ ଥିବା ପାକିସ୍ତାନ ଅଧିନାୟକ ବାବର ଆଜାମ ଏହି କ୍ରମରେ ୩ୟ ସ୍ଥାନକୁ ଉଠିଛନ୍ତି । ଜିମ୍ବାଓ୍ବେରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଅଧିନାୟକ ବାବର ଆଜାମ ୨୨୧ ରନର ଚମତ୍କାର ଇନିଂସ ଖେଳିଥିଲେ । ଜିମ୍ବାଓ୍ବେ ବିପକ୍ଷ ୩ୟ ଦିନିକିଆରେ ବାବର ଆଜାମ ୧୨୫ ରନର ଇନିଂସ ଖେଳିଥିଲେ । ଅବଶ୍ୟ ପାକିସ୍ତାନ ସୁପର ଓଭରରେ ଜିମ୍ବାଓ୍ବେଠାରୁ…