ଅନଲାଇନ୍ କାରବାର : କାମ ପ୍ରେସରରୁ ଚାଲିଗଲା ୧୪ ଜଣ ଡେଲିଭରୀ ବଏଙ୍କ ଜୀବନ

ନୂଆଦିଲ୍ଲୀ ୦୫/୧୧ : କରୋନା ସଂକ୍ରମଣ ଯୋଗୁଁ ଦୁନିଆର ଏକ ନୂଆ ଆରମ୍ଭ ହୋଇଛି କହିଲେ କିଛି ଭୁଲ ହେବନାହିଁ। ମହାମାରୀ ବିସ୍ତାର ରୋକିବାକୁ ଦୁନିଆର ଅନେକ ଦେଶରେ ଲକଡାଉନ ଜାରି କରାଯାଇଥିଲା। ଲକଡାଉନ ଯୋଗୁଁ ଅନେକ ଲୋକଙ୍କ ଚାକିରୀ ଚାଲିଗଲା। କିନ୍ତୁ ଲକଡାଉନ କୋହଳ ହେବାପରେ କାମ ଚାପ ଏତେ ବଢିଯାଇଛି ଯେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି। କାର୍ଯ୍ୟ ଚାପବଢିଯିବାରୁ ୧୪ ଜଣ ଡେଲିଭରୀ ବଏଙ୍କ ଜୀବନ ଚାଲିଯାଇଛି।

ବିବିସିରେ ପ୍ରକାଶିତ ଏକ ରିପୋର୍ଟରେ ୩୬ ବର୍ଷୀୟ ଜଣେ ଡେଲିଭରୀ ବଏ କିମ ଡୁକଙ୍କ ମୃତ୍ୟୁର କାରଣ ଚିନ୍ତା ବୋଲି କୁହାଯାଇଛି। ରିପୋର୍ଟରେ ଦାବି କରାଯାଇଛି ଯେ କାମ ପ୍ରେସର ଯୋଗୁଁ ତାଙ୍କୁ ଦିନକୁ ୨୧ ଘଣ୍ଟିଆ ସିଫ୍ଟ କରିବାକୁ ପଡୁଥିଲା। ୪୦୦ ପ୍ୟାକେଟ୍ ଗ୍ରାହକଙ୍କୁ ପହଞ୍ଚାଇବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଦିନ ସେ ଭୋର ୫ଟା ରୁ କାମ ଆରମ୍ଭ କରିଥିଲେ। ସେ ନିଜର ଜଣେ ସାଙ୍ଗକୁ ମେସେଜ ମଧ୍ୟ କରିଥିଲେ ଯେ କାମ ପ୍ରେସର ଅଧିକ ଥିବାରୁ ସେ ଚାକିରୀ ଛାଡିବା ପାଇଁ ଚାହୁଁଛନ୍ତି।

ସମସ୍ତ ମୃତକଙ୍କ ପରିବାର ଲୋକ କହିଛନ୍ତି ଯେ ଅଧିକ କାମ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଛି। କାମ ପ୍ରେସର୍ ଯୋଗୁଁ ହୃଦଘାତରେ ସେମାନଙ୍କ ମୃତ୍ୟୁ ହୋଇଛି।

Related posts

Leave a Comment