ଚୋରି ନାଟକର ପର୍ଦ୍ଦାଫାସ କଲା ପୋଲିସ

ଗଞ୍ଜାମ ୦୫।୧୧: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳ ମଠପଦର ସାହିରେ ଏକ ଚୋରି ଘଟଣାକୁ ଚର୍ଚ୍ଚା ପାଲଟିଛି । ଘର ଲୋକ ହିଁ କରିଥିଲେ ଚୋରିର ନାଟକ । ପୋଲିସର ଛାନ୍‌ଭିନ୍‌ରେ ବାହାରିଲା ସତ ।

ଖବର ଅନୁଯାୟୀ, ହିଞ୍ଜିଳି ମଠପଦର ସାହିର ଗୀତା କୁମାରୀ ସାବତଙ୍କ ଘରୁ ସୁନା ସହ ନଗଦ ୬୬ହଜାର ଟଙ୍କା ଚୋରି ହୋଇଥିଲା । ଯାହାକୁ ନେଇ ହିଞ୍ଜିଳି ଥାନାରେ ଗୀତା କୁମାରୀ ସାବତ ଲିଖିତ ଭାବେ ଅଭିଯୋଗ କରିଥିଲେ  । ଅଭିଯୋଗକୁ  ଆଧାର କରି ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ପୋଲିସର ତଦନ୍ତ ପରେ ଘଟଣାର ସତ୍ୟାସତ ପଦାକୁ ଆସିଛି ।  ସୁନା ଚୋରି ନାଟକର ଖୁଲାସା ହୋଇଛି । ଘର ଲୋକ ହିଁ କରିଥିଲେ ଚୋରିର ନାଟକ । ଏହା ଜଣା ପଡିବା ପରେ ହିଞ୍ଜିଳି ଥାନାରେ ପୁଣି ଏକ ଲିଖିତ ଭାବେ ଦେଇ ସମସ୍ତ ସୁନା ଓ ନଗଦ ଟଙ୍କା ଫେରିପାଇଥିବା ସୂଚନା ମିଳିଛି ।

Related posts

Leave a Comment