ଥାପଡ଼ ପାଇଁ ୫ ହଜାର, ମର୍ଡର ପାଇଁ ୫୫୦୦୦

ମୁଜାଫରନଗର ୫/୧୧: ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ଅପରାଧୀଙ୍କୁ ନାହିଁ ପୋଲିସର ଭୟ। ଖୁଲମଖୋଲା ଅପରାଧ କରିବାକୁ ଅପରାଧୀ ଦେଉଛନ୍ତି ଅଫର। ଅପରାଧ ପାଇଁ ପ୍ରାଇସ୍‌ ଚାର୍ଟ। କେଉ ଅପରାଧ ପାଇଁ କେତେ ପାଉଣା ସେନେଇ ଏକ ପୋଷ୍ଟର ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ମୁଜାଫରନଗରରେ ଏଭଳି ଏକ ପୋଷ୍ଟର ଭାଇରାଲ୍‌ ହେବା ପରେ ପୋଲିସର ନିଦ ହଜିଯାଇଛି।

ପୋଷ୍ଟରରେ ବିଭିନ୍ନ ଅପରାଧ କରିବା ପାଇଁ ୧୦୦୦-୫୫,୦୦୦ ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରାଯାଇଛି। ଏହି ପୋଷ୍ଟରରେ ଜଣେ ଯବୁକ ବନ୍ଧୁକ ଧରି ଛିଡ଼ା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ପୋଷ୍ଟରରେ ଦିଆଯାଇଥିବା ପ୍ରାଇସ୍‌ ଲିଷ୍ଟ ଅନୁସାରେ କେବଳ କାହାକୁ ଧମକ ଦେବା ପାଇଁ ଲାଗିବ ୧୦୦୦ ଟଙ୍କା। କୌଣସି ବ୍ୟକ୍ତିଙ୍କୁ ବାଡ଼େଇଲେ ୫୦୦୦ ହଜାର ଲାଗିବ ବୋଲି ଲିଷ୍ଟରେ ଥିବା ବେଳେ କାହାକୁ ଗୁରୁତର କରିବାକୁ ଲାଗିବ ୧୦ ହଜାର ଟଙ୍କା। କିନ୍ତୁ ହତ୍ୟା ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ୫୫ ହଜାର ଟଙ୍କା। ଏହାସହ ଏହି ଗ୍ୟାଙ୍ଗ ଜମି ମାମଲା ବୁଝାମଣା ପାଇଁ ଅଫର ଦେଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

ତେବେ ଏଭଳି ଏକ ଚାର୍ଟ ଭାଇରାଲ୍‌ ହେବା ପରେ ଏହା ପୋଲିସର ନଜରରେ ପଡ଼ିଥିଲା। ଏହି ଫଟୋ କିଏ ପୋଷ୍ଟ କରିଛି ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଚରଥଭଲ ଥାନା ଅନ୍ତର୍ଗତ ଚୌକଡା ଗାଁର ଜଣେ ଯୁବକକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ତେବେ ପୋଷ୍ଟରରେ ଦେଖିବାକୁ ମିଳିଥିବା ଯୁବକ ଜଣକ ଜଣେ ପିଆରଡି ଯବାନଙ୍କ ପୁଅ ବୋଲି ପୋଲିସ କହିଛି। ଏହି ମାମଲାର ତଦନ୍ତ ଚାଲିଛି ଖୁବଶୀଘ୍ର ଅନ୍ୟ ଦୋଷୀମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Related posts

Leave a Comment