ଭାରତୀୟ ଟିମ ର ଅଧିନାୟକ ବିରାଟ କୋହଲିଙ୍କର 32ତମ ଜନ୍ମ ଦିବସ ର ହାର୍ଦିକ ଅଭିନନ୍ଦନ

ନୂଆଦିଲ୍ଲୀ ୦୫/୧୧: ଭାରତୀୟ କ୍ରିକେଟ ଟିମର ଅଧିନାୟକ ତଥା ରନ୍ ମେସିନ୍ ବିରାଟ କୋହଲି ଆଜି ୩୨ ବର୍ଷରେ ପାଦ ଦେଇଛନ୍ତି । ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ କୋହଲିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଜି ଦିନ ତମାମ ଟ୍ବିଟର, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟି ଯାଇଛନ୍ତି ବିରାଟ କୋହଲି । ପଡିଆ ମଧ୍ୟରେ ନିଜର ଦବଦବା ଦେଖାଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଭାରତର କିମ୍ବଦନ୍ତୀ କ୍ରିକେଟର ବିରାଟ କୋହଲି  । ଗୁରୁବାର ଜନ୍ମଦିନ ଅବସରରେ ବିଶ୍ବର କୋଣ ଅନୁକୋଣରୁ କୋହଲିଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି ପ୍ରଶଂସକ ।

ଟ୍ବିଟ୍ କରି ବିସିସିଆଇ ଲେଖିଛି ୨୦୧୧ ବିଶ୍ବକପ ବିଜେତା , ଭାରତର ଅଧିନାୟକ ଭାବେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ବିଜୟ, ଟି-ଟ୍ବେଣ୍ଟିରେ ସବୁଠାରୁ ଅଧିକ ରନ୍ ସ୍କୋରର୍ ଏବଂ ଆର୍ନ୍ତଜାତିକ କ୍ରିକେଟର ଭାବେ ୭୦ ଶତକ ହାସଲ କରିଥିବା ଟିମ୍ ଇଣ୍ଡିଆର ଅଧିନାୟକଙ୍କୁ ଜନ୍ମ ଦିନର ଅନେକ ଅନକେ ଶୁଭେଚ୍ଛା ।  ଆଇ.ପି.ଏଲ. ଫ୍ରାଞ୍ଚାଇଜ ବାଙ୍ଗଲୋର ପକ୍ଷରୁ ଅଧିନାୟକ ଥିବା ବିରାଟ କୋହଲିଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛି ଟିମ ରୟାଲ ଚାଲେଞ୍ଜରସ୍ ବାଙ୍ଗାଲୋର । ସେହିପରି ଯୁବରାଜ ସିଂ, ବିରେନ୍ଦ୍ର ସେହଓ୍ବାଗ, ସଚିନ ତେନ୍ଦୁଲକର, ହରଭଜନ ସିଂ ପ୍ରମୁଖ ଟ୍ବିଟ୍ କରି କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ସୁଦ୍ଧା କୋହଲି ଭାରତ ପକ୍ଷରୁ ୮୬ଟି ଟେଷ୍ଟ ଖେଳି ୫୩.୬୩ ହାରରେ ୭୨୪୦ରନ୍ ସଂଗ୍ରହ କରିଛନ୍ତି

 

Related posts

Leave a Comment