କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଭାଗ୍ୟଶାଳୀ ବ୍ୟକ୍ତିତ୍ୱ ସଂପନ୍ନ ହୋଇପାରନ୍ତି । ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିବେ । ଦାମ୍ପତ୍ୟ ସୁଖ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ । ବୃଷ – ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବିଦ୍ୟା ବୃଦ୍ଧିର ମାର୍ଗ ଫିଟିବ । ଐଶ୍ୱର୍ଯ୍ୟଯୁକ୍ତ ଓ ମାଲିମୋକଦ୍ଦମାରେ ବିଜୟୀ ହୋଇପାରନ୍ତି । ସରକାରଙ୍କ ଶୁଭ ଦୃଷ୍ଟି ପଡିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ । ମିଥୁନ – ଆଶାବାଦୀ ଓ ଚଞ୍ଚଳମନା ହୋଇପାରନ୍ତି । ଚକ୍ଷୁରେ ଯନ୍ତ୍ରଣା କାରଣରୁ ଖର୍ଚ୍ଚାନ୍ତ ହେବେ । ମଧୁରଭାଷୀ ହେତୁ ପରକୁ ଆପଣାର କରିବାରେ ସକ୍ଷମ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ…

ରାଜ୍ୟରେ ଏବେ ଖୋଲିବନି ସ୍କୁଲ!

ଭୁବନେଶ୍ବର ୬।୧୧: ରାଜ୍ୟରେ ଏବେ ଖୋଲିବନି ସ୍କୁଲ । ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ରଖାଯାଇଛି । ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ଡିସେମ୍ବରରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି । ଏ ନେଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ସ୍ବାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡ୍ ଲାଇନ୍‌କୁ ଅପେକ୍ଷା କରାଯାଇଛି । ପରବର୍ତ୍ତୀ ଗାଇଡ୍ ଲାଇନ୍ ଆସିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ନଭେମ୍ବର ୧୬ରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଖୋଲିବାକୁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ । ଏଥିପାଇଁ ବିଭାଗ ପ୍ରସ୍ତୁତ ଥିବା କହିଥିଲେ ସ୍କୁଲ ଓ ଗଣଶିକ୍ଷା…

କଲେଜ ଖୋଲିବା ଲାଗି ଗାଇଡ୍ ଲାଇନ୍ ଜାରି କଲା ୟୁଜିସି

ଭୁବନେଶ୍ବର ୬।୧୧: ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ଲାଗି ଗାଇଡ୍ ଲାଇନ୍ ଜାରି କଲା ୟୁଜିସି । କୌଣସି କ୍ୟାମ୍ପସ୍ ଖୋଲିବା ପୂର୍ବରୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ସମ୍ପୃକ୍ତ ଅଞ୍ଚଳକୁ ନିରାପଦ ଘୋଷଣା କରିବା ଆବଶ୍ୟକ ବୋଲି ଏଥିରେ ପରାମର୍ଶ ଦିଆଯାଇଛି । ସୁରକ୍ଷା ଏବଂ ସ୍ବାସ୍ଥ୍ୟ ପ୍ରତିଷେଧକ ବ୍ୟବସ୍ଥାକୁ କଡାକଡି ପାଳନ କରାଯାଇ ସମ୍ଭବ ହେଲେ ହଷ୍ଟେଲ ଖୋଲାଯାଇପାରେ ବୋଲି ୟୁଜିସି କହିଛି । ତେବେ ଯେଉଁ ଛାତ୍ର ବା ଶିକ୍ଷକଙ୍କର କରୋନା ଲକ୍ଷଣ ଥିବ ସେମାନଙ୍କୁ କଲେଜ ବା ବିଶ୍ବବିଦ୍ୟାଳୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ୟୁଜିସି ନିର୍ଦ୍ଦେଶ ଦେଇଛି । ସେହିପରି କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ର ଏବଂ କର୍ମଚାରୀମାନଙ୍କୁ କଲେଜକୁ ଆସିବାକୁ ଅନୁମତି ମିଳିବ ନାହିଁ । କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ବିଶ୍ବବିଦ୍ୟାଳୟ ଏବଂ କଲେଜଗୁଡିକୁ ଖୋଲିବାକୁ…

ପୋଲ ତଳୁ ମିଳିଲା ଯୁବକଙ୍କ ମୃତଦେହ

ତେଲକୋଇ୬/୧୧: ପୋଲ ତଳୁ ମିଳିଲା ଯୁବକଙ୍କ ମୃତଦେହ। ତେଲକୋଇ ଥାନା ଅନ୍ତର୍ଗତ ବନ୍ଦନଝରି ଗାଁ ନିକଟରେ ଥିବା ପୋଲ ତଳୁ ଏହି ମୃତଦେହ ମିଳିଛି। ମୃତକ ହେଲେ କୃଷ୍ଣପୁର ଗାଁର ବନମାଳୀ ନାୟକ। ଗତକାଲି ଆକୁଳ ଗାଁ ହାଟକୁ ଯାଇ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବନମାଳୀଙ୍କୁ ପାଇନଥିଲେ। ଗତକାଲି ରାତି ୮ଟାରେ ବନ୍ଦନଝରି ଗାଁର ଦୁଇ ଜଣ ବ୍ୟକ୍ତି ମୃତଦେହ ପଡିଥିବା ଦେଇଥିଲେ। ଏହି ଘଟଣା ସଂପର୍କରେ ମୃତ ବନମାଳୀ ନାୟକଙ୍କ ସ୍ତ୍ରୀଙ୍କୁ କହିଥିଲେ। ଏହାପରେ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସ୍ଥାନୀୟ ପୋଲିସ୍‌କୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ତେଲକୋଇ ମେଡିକାଲକୁ ପଠାଇଛି। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି। ତେଣୁ ଏହା ହତ୍ୟା କି…

ମହିଳା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ସାଲେପୁର୬/୧୧: ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ରୋଧପୁର କଲେଜ ରୋଡ ଭଡା ଘରୁ ତାଙ୍କ ମୃତଦେହ ମିଳିଛି। ମୃତ ମହିଳା ଜୟଶ୍ରୀ ବିଶ୍ୱାଳ ସାଲେପୁର ମହିଳା କଲେଜର ଚାକିରି କରିଛନ୍ତି। ସେ ସାଲେପୁର କଲେଜର ଜୁନିୟର କିରାଣୀ ଭାବେ କାମ କରନ୍ତି। ଦୀର୍ଘ ଦିନ ହେବ ରୋଧପୁର କଲେଜ ରୋଡରେ ଭଡା ଘରେ ରହୁଥିଲେ। ଏଠାରେ ସୂଚନାଯୋଗ୍ୟ କିଛିଦିନ ତଳେ ତାଙ୍କର ଏକ ମାତ୍ର ପୁଅ ମଧ୍ୟ ଆତ୍ମହତ୍ୟା କରିଥିଲା। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ କଣ ଜଣାପଡିନାହିଁ। କେହି କେହି କହୁଛନ୍ତି ପୁଅକୁ ଝୁରି ଝୁରି ଏଭଳି ପଦକ୍ଷେପ ନେଇପାରି ଥାଆନ୍ତି। ତଥାପି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଝୁଲନ୍ତା ମୃତ ଦେହକୁ ପରିବାର ଲୋକଙ୍କ ଉପସ୍ଥିତିରେ ତଳକୁ ଅଣାଯାଇଥିଲା। ତଦନ୍ତ ପରେ…

ଆଦିବାସୀ ପରିବାରରେ ମଧ୍ୟାହ୍ନ ଭୋଜନ କଲେ ଅମିତ ଶାହ

ବାଁକୁଡା ୬।୧୧: ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସ୍ଥାନୀୟ ଚତୁରଡିହି ଗାଁର ଆଦିବାସୀ କର୍ମକର୍ତ୍ତା ବିଭୀଷଣ ହାଁସଦାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ଅମିତ ଶାହାଙ୍କ ପାଇଁ କଦଳୀ ପତ୍ରରେ ଖାଦ୍ୟ ପରିବେଷଣ କରାଯାଇଥିଲା । ଏହା ବଙ୍ଗାଳୀ ଏବଂ ଶାକାହାରୀ ଖାଦ୍ୟ ଥିଲା । ଖାଦ୍ୟରେ ତାଙ୍କୁ ଭାତ, ରୋଟି, ଡାଲ, ପାମ୍ପଡ, ପାଟୋଲ ଭଜା, ପରିବାର ମିଶାମିଶି ତରକାରୀ, ଆଳୁ ପୋସ୍ତ ପରିବେଷଣ କରାଯାଇଥିଲା । ଖାଦ୍ୟରେ ମିଠା ମଧ୍ୟ ଥିଲା କିନ୍ତୁ ତାକୁ ଖାଇବାକୁ ମନା କରିଦେଇଥିଲେ । ମିଠାରେ ରସଗୁଲା, ସନ୍ଦେସ ଏବଂ ମିଠା ଦହି ରହିଥିଲା । ଶାହାଙ୍କ ସହ ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟ ଭର୍ଗିଆ, ଦଳର ଜାତୀୟ ଉପାଧ୍ୟକ୍ଷ ମୁକୁଲ ରୟ ଏବଂ ଦଳର ରାଜ୍ୟ ସଭାପତି ଦିଲୀପ ଘୋଷ…

ବିରାଟଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଅନୁଷ୍କା

ନୂଆଦିଲ୍ଲୀ ୬/୧୧: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଧିକାଂଶ ସମୟରେ ନିଜ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରୁହନ୍ତି। କିଛି ଦିନ ତଳେ ସେ ନିଜ ସ୍ବାମୀଙ୍କ ୩୨ତମ ଜନ୍ମଦିନ ଧୁମଧାମରେ ସେଲିବ୍ରେଟ୍ କରିଥିଲେ। ସେ ନିକଟରେ ସ୍ବାମୀ ବିରାଟ କୋହଲିଙ୍କ ସହ ନିଜ କିଛି ରୋମାଣ୍ଟିକ୍ ଫଟୋ ମଧ୍ୟ ସେୟାର କରିଥିଲେ। ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ଅନୁଷ୍କା ଶର୍ମାଙ୍କ ଏହି ରୋମାଣ୍ଟିକ୍ ଫଟୋରେ ସେ ଏବଂ ବିରାଟ କୋହଲି ପରସ୍ପରକୁ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି। ଏହା ସହିତ ଏକ ଫଟୋରେ ଅନୁଷ୍କା ଶର୍ମା ତାଙ୍କୁ କିସ୍ କରୁଥିବା ମଧ୍ୟ ନଜର ଆସିଛନ୍ତି। ବିରାଟ ଏବଂ ଅନୁଷ୍କାଙ୍କ ଫଟୋ ଖୁବ୍ କ୍ୟୁଟ୍ ଲାଗୁଛି। ବିରାଟ ଏବଂ ଅନୁଷ୍କା ଖୁବ୍ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ମାସରେ ଉଭୟଙ୍କ ଘରେ…