ଓଲା ଗାଡ଼ି ଚାଳକଙ୍କୁ ମାଡ଼, ୩ ଗିରଫ

ପୁରୁଣା ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବିମାନବନ୍ଦର ଟାକ୍ସି ଷ୍ଟାଣ୍ଡରେ ଗଣ୍ଡଗୋଳ କରି ଆତଙ୍କ ଖେଳାଉଥିବା ଅଭିଯୋଗରେ ଆଜି ଏୟାର୍‌ପୋର୍ଟ ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ନୟାଗଡ଼ ଓଡ଼ଗାଁ ଥାନା ଅଞ୍ଚଳର ବାବୁ ନାୟକ(୩୨), ଧଉଳି ଥାନା ନୂଆଗାଁର ପ୍ରଶାନ୍ତ ମହାପାତ୍ର(୪୨) ଓ ଏୟାରଫିଲଡ୍‌ ଥାନା ସୁନ୍ଦରପଦା ଅଭିରାମ ନଗର ବସ୍ତିର ସନ୍ତୋଷ ସାହୁ(୩୦)। ଏମାନେ ସମସ୍ତେ ଟାକ୍ସି ଚାଳକ। ଜଣେ ଓଲା ଗାଡ଼ି ଚାଳକଙ୍କୁ ମାଡ଼ ମାରି ଆହତ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ଏହି ତିନି ଜଣ ଗତକାଲି ସନ୍ଧ୍ୟାରେ ଜଣେ ଓଲା ଡ୍ରାଇଭର ସମରଜିତ ମହାନ୍ତିଙ୍କୁ ମାଡ଼ ମାରିଥିଲେ। ସମର ଓଲା ଗାଡ଼ି ପାଇଁ ଚିହ୍ନଟ ହୋଇଥିବା ପାର୍କିଂସ୍ଥଳରେ ଗାଡ଼ି ରଖିଥିଲେ ବି ଏମାନେ ତାଙ୍କୁ ମାଡ଼ ମାରିଥିଲେ।

ପୁରୀ: ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ବେଳେ ଚଢ଼ାଉ

ପୁରୀ: ବଳିଆପଣ୍ଡା ଥାନା ଅନ୍ତର୍ଗତ ସି ଭ୍ୟୁ ଇନ୍ ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ବେଳେ ପୁଲିସ ଚଢ଼ାଉ କରି ଗ୍ରାହକଙ୍କ ସମେତ ଦେହଜୀବୀଙ୍କୁ ଉଦ୍ଧାର କରିଛି ।  ଅନୈତିକ କାରବାର ଚାଲୁଥିବା ନେଇ ଖବର ମିଳିବା ପରେ ଆଜି ଭୋର ୪ଟା ୩୦ମିନିଟରେ ବଳିଆପଣ୍ଡା ଥାନା ପୁଲିସ ହୋଟେଲ ଉପରେ ଚଢ଼ଉ କରିଥିବା ଜଣାପଡ଼ିଛି। ଚଢ଼ାଉ ପରେ ହୋଟେଲକୁ ଲିଜରେ ନେଇଥିବା ସପନ ଦତ୍ତଙ୍କ ସହ ଦୁଇ ଗ୍ରାହକଙ୍କୁ ଗିରଫ କରିଛି ପୁଲିସ । ଏହା ସହ ୫ ଦେହଜୀବୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।ଗିରଫ ହୋଇଥିବା ଦୁଇ ଗ୍ରାହକଙ୍କ ମଧ୍ୟରୁ ଜଣେ ନିମାପଡ଼ା ଅଂଚଳର  ଏବଂ ଅନ୍ୟ ଜଣେ ଏରସମାର ବୋଲି ଜଣା ପଡ଼ିଛି। ଗିରଫ ପରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରିଛି ପୁଲିସ। ହୋଟେଲ ରୁମରୁ କଣ୍ଡୋମ ଓ ଯୌନ ଉଦ୍ଦୀପକ…

ରାଉରକେଲା ମହାନଗର ନିଗମ ପକ୍ଷରୁ ‘ଶନିବାର ସ୍ୱଚ୍ଛାଗ୍ରହ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ରାଉରକେଲା: ଆଜି ସ୍ଥାନୀୟ ଛେଣ୍ଡ କଲୋନୀ ସ୍ଥିତ ଭି.ଏସ.ଏସ. ମାର୍କେଟରେ ରାଉରକେଲା ମହାନଗର ନିଗମ ପକ୍ଷରୁ ‘ଶନିବାର ସ୍ୱଛାଗ୍ରହ’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଛି। ସ୍ଵଛ ସର୍ବେକ୍ଷଣ ଅନ୍ତର୍ଗତ ସ୍ଵଛ ବଜାର କାର୍ଯ୍ୟକ୍ରମ ଆଧାରରେ ଏହି ଅଭିଯାନ ଆରମ୍ଭ କରିଛି ମହାନଗର ନିଗମ। ସ୍ୱଚ୍ଛତା ଓ ସ୍ଵଛ ସର୍ବେକ୍ଷଣ – ୨୦୨୧ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି ଓ ବଜାର ଅଂଚଳରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏବେ ପ୍ରତି ଶନିବାର ଦିନ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ସେହିଦିନ ନିଗମର ଅଧିକାରୀ ତଥା କର୍ମଚାରୀମାନେ ନିଜେ ସକାଳୁ ସକାଳୁ ଶ୍ରମଦାନ କରି ବଜାର ଅଂଚଳରେ ସଫେଇ କରିବା ସାଙ୍ଗକୁ ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ବୋଲି ଜଣାପଡିଛି। ବିଶେଷ କରି ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ, ଓଦା ଓ…

ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ

କଟକ: ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଅଶୋକ କୁମାର ମହାପାତ୍ରଙ୍କର ଆଜି (ଶନିବାର) ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ପୂର୍ବରୁ କରୋନ‌ାରେ ସଂକ୍ରମିତ ହୋଇଥିଲେ ମଧ୍ୟ କରୋନାରୁ ଆରୋଗ୍ୟଲାଭ କରି ନିଜ ବାସଭବନକୁ ଫେରି ଆସିଥିଲେ। ପରେ ଏଇ ଗତ କିଛି ଦିନ ହେବ ସେ ଆଉଥରେ ଅସୁସ୍ଥ ହୋଇଥିବାରୁ ପରିବାର ଲୋକେ ତାଙ୍କୁ ଭୁବ‌ନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ, ଆଜି ପୂର୍ବାହ୍ନ ୧୨ ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପୁଅ ଆଲୋକ ମହାପାତ୍ର ସୂଚନା ଦେଇଛନ୍ତି।

ଦେଶର ଦୈନିକ ସଂକ୍ରମଣରେ ପୁଣି ବୃଦ୍ଧି

ନୂଆଦିଲ୍ଲୀ ୦୭।୧୧: କରୋନା ଭାଇରସର ଦୈନିକ ସଂକ୍ରମଣରେ ଗତକାଲି ହ୍ରାସ ପାଇଥିବା ବେଳେ ଆଜି ଏହି ସଂକ୍ରମଣ ପୁଣି ବଢିଛି । ଗତ ୨୪ଘଣ୍ଟା ମଧ୍ୟରେ ୫୦,୩୫୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଶୁକ୍ରବାର ଦିନ ୪୭,୬୩୮ ନୂଆ ମାମଲା ଆସିଥିଲା । ସେହିପରି କରୋନା ଭାଇରସରେ ୫୭୭ଜଣଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ଦିନ ୬୭୦ଜଣ କରୋନାରେ ମୃତ୍ୟୁ ହୋଇଥିଲା । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ,  ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୫୦,୩୫୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୮୪,୬୨,୦୮୧ରେ ପହଞ୍ଚିଛି । ସେପଟେ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ବଢିଚାଲିଛି । ଦେଶରେ ସଂକ୍ରମଣମୁକ୍ତ ହୋଇଥିବା ଲୋକଙ୍କ…

ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର ୭।୧୧: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୩୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୭ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କଟକ, ମୟୁରଭଞ୍ଜ, ସମ୍ବଲପୁର, ବରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ପୁରୀ, ବାଲେଶ୍ବର, କୋରାପୁଟ, କଳାହାଣ୍ଡି, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୦୦୧୪୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ ଚିହ୍ନଟ ହେଲେ ୧୩୭୨ କରୋନା ସଂକ୍ରମିତ

ଭୁବନେଶ୍ବର ୦୭।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୩୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦୧୪୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୯୬ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୭୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୧ଜଣ, ବାଲେଶ୍ୱର ଜିଲ୍ଲାରୁ ୩୧ଜଣ, ବରଗଡ଼ ଜିଲ୍ଲାରୁ ୪୦ଜଣ, ଭଦ୍ରକ ଜିଲ୍ଲାରୁ ୩୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୦ଜଣ, ବୌଦ୍ଧ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୧୨୧ଜଣ, ଦେଓଗଡ଼ ଜିଲ୍ଲାରୁ ୮ଜଣ,…

୧୪ମହଲାରୁ ଖସି ପଡ଼ି ୫ବର୍ଷର ଶିଶୁପୁତ୍ରର ମୃତ୍ୟୁ

ଗାଜିଆବାଦ ୭/୧୧: ଗାଜିଆବାଦର ସିହାନୀ ଗେଟ୍ ଥାନା ଅଞ୍ଚଳର ରାଜନଗର ଏକ୍ସଟେନ୍ସନ ଅଞ୍ଚଳର ପଶ୍ ଭିଭିଆଇପି ସୋସାଇଟିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ୫ବର୍ଷର ଏକ ନିରୀହ ଶିଶୁର ୧୪ମହଲାରୁ ଖସି ପଡ଼ିବାରୁ ମୃତ୍ୟୁ ଘଟିଛି।ଘଟଣା ପରେ ସୋସାଇଟିରେ ହଇଚଇ ସୃଷ୍ଟି ହୋଇଛି। ପଡ଼ୋଶୀ ତୁରନ୍ତ ଶିଶୁଟିକୁ ନେଇ ହସ୍ପିଟାଲ ପହଞ୍ଚିଥିଲେ।କିନ୍ତୁ ଡାକ୍ତର ତାକୁ ମୃତ ଘୋଷିତ କରି ଦେଇଥିଲେ। ଘଟଣା ପରେ ସ୍ଥାନୀୟ ପୋଲିସ୍ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ଶିକାର ହୋଇଥିବା ୫ବର୍ଷୀୟ ନିରୀହ ଶିଶୁ ତେଜସ୍ବ ଚରଣ,ଗାଜିଆବାଦର ଏକ ସ୍କୁଲର ଛାତ୍ର ଥିଲା। ସେ ଏଲକେଜି କ୍ଲାସରେ ପଢ଼ୁଥିଲା। ତେଜସ୍ବ,ରାଜନଗର ଏକ୍ସଟେନ୍ସନ ଅଞ୍ଚଳର ପଶ୍ ସୋସାଇଟି ଭିଭିଆଇପିରେ ନିଜ ବାପା ମାଆଙ୍କ ସହ ୧୪ମହଲାର ଫ୍ଲାଟରେ ରହୁଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ସୋସାଇଟିର ଜଣେ ମହିଳାଙ୍କଠୁ ମିଳିଥିବା…

ପ୍ରବୀର ପ୍ରଧାନଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଦ୍ରକ ୦୭।୧୧: କରୋନାରେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ମୃତ୍ୟୁ ହୋଇଛି । ପ୍ରବୀରଙ୍କ ମୃତ୍ୟୁରେ ଶୋକପ୍ରକଟ କରାଯିବା ସହ ଭଦ୍ରକ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହା ସହିତ କ୍ୟାଣ୍ଡେଲ୍ ଶୋଭାଯାତ୍ରା ମଧ୍ୟ କରାଯାଇଛି । ଆଜି ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ କ୍ୟାଣ୍ଡେଲ ଧରି ପ୍ରବୀର ପ୍ରଧାନ ଅମର ରହେ ସ୍ଳୋଗାନ ମାଧ୍ୟମରେ ସହର ପରିକ୍ରମା କରି ଟାଉନହଲ ଛକ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ପ୍ରବୀରଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ନୟାଗଡ ଜିଲ୍ଲାରେ ଜନ୍ମିତ ପ୍ରବୀର ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରେ ସାମ୍ବାଦିକତାରେ ଶିକ୍ଷାଲାଭ କରିବା ପରେ ବିଭିନ୍ନ ଗଣମାଧ୍ୟମ ରେ କାର୍ଯ୍ୟ କରିଥିଲେ । ସେ ଜଣେ ନିର୍ଭୀକ, ସଚ୍ଚୋଟ ସାମ୍ବାଦିକ…

ଜୋ ବିଡେନ କହିଲେ, ‘ଆମେ ଶାନ୍ତ ରହିବା ଉଚିତ୍, ଲୋକତନ୍ତ୍ରରେ ବିଶ୍ବାସ ରହିଛି’

ଓ୍ବାଶିଂଟନ୍ ୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ତିନି ଦିନ ବିତିସାରିଲାଣି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ସ୍ପଷ୍ଟ ବହୁମତ ମିଳିଛି ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭୋଟଗଣନାରେ ଅନିୟମିତତା ଏବଂ ରାଷ୍ଟ୍ରପତି ପଦ ପାଇଁ ଦାବି କରୁଥିବା ଜୋ ବିଡେନଙ୍କୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ବିଡେନ କହିଛନ୍ତି ଆମକୁ ଶାନ୍ତ ରହିବା ଉଚିତ୍ । କିଛି ଲୋକ ଆମକୁ ରୋକିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ମୁଁ ଏମିତି ହେବାକୁ ଦେବୁନି । ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ କହିଛନ୍ତି, ଆମେରିକା ନିର୍ବାଚନ କଠିନ ପରିସ୍ଥିତି ଦେଇ ଗତି କରୁଛି । ଏହି ସମୟରେ ଆମକୁ ଶାନ୍ତ ରହିବ ଉଚିତ୍ । ଅନ୍ୟମାନେ ଏହାକୁ ରୋକିବାକୁ ଶତ ଚେଷ୍ଟା କରୁଛନ୍ତି । ତାହା…