ପୁରୁଣା ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବିମାନବନ୍ଦର ଟାକ୍ସି ଷ୍ଟାଣ୍ଡରେ ଗଣ୍ଡଗୋଳ କରି ଆତଙ୍କ ଖେଳାଉଥିବା ଅଭିଯୋଗରେ ଆଜି ଏୟାର୍ପୋର୍ଟ ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ନୟାଗଡ଼ ଓଡ଼ଗାଁ ଥାନା ଅଞ୍ଚଳର ବାବୁ ନାୟକ(୩୨), ଧଉଳି ଥାନା ନୂଆଗାଁର ପ୍ରଶାନ୍ତ ମହାପାତ୍ର(୪୨) ଓ ଏୟାରଫିଲଡ୍ ଥାନା ସୁନ୍ଦରପଦା ଅଭିରାମ ନଗର ବସ୍ତିର ସନ୍ତୋଷ ସାହୁ(୩୦)। ଏମାନେ ସମସ୍ତେ ଟାକ୍ସି ଚାଳକ। ଜଣେ ଓଲା ଗାଡ଼ି ଚାଳକଙ୍କୁ ମାଡ଼ ମାରି ଆହତ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ଏହି ତିନି ଜଣ ଗତକାଲି ସନ୍ଧ୍ୟାରେ ଜଣେ ଓଲା ଡ୍ରାଇଭର ସମରଜିତ ମହାନ୍ତିଙ୍କୁ ମାଡ଼ ମାରିଥିଲେ। ସମର ଓଲା ଗାଡ଼ି ପାଇଁ ଚିହ୍ନଟ ହୋଇଥିବା ପାର୍କିଂସ୍ଥଳରେ ଗାଡ଼ି ରଖିଥିଲେ ବି ଏମାନେ ତାଙ୍କୁ ମାଡ଼ ମାରିଥିଲେ।
ଓଲା ଗାଡ଼ି ଚାଳକଙ୍କୁ ମାଡ଼, ୩ ଗିରଫ
