ରାଉରକେଲା ମହାନଗର ନିଗମ ପକ୍ଷରୁ ‘ଶନିବାର ସ୍ୱଚ୍ଛାଗ୍ରହ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ରାଉରକେଲା: ଆଜି ସ୍ଥାନୀୟ ଛେଣ୍ଡ କଲୋନୀ ସ୍ଥିତ ଭି.ଏସ.ଏସ. ମାର୍କେଟରେ ରାଉରକେଲା ମହାନଗର ନିଗମ ପକ୍ଷରୁ ‘ଶନିବାର ସ୍ୱଛାଗ୍ରହ’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଛି। ସ୍ଵଛ ସର୍ବେକ୍ଷଣ ଅନ୍ତର୍ଗତ ସ୍ଵଛ ବଜାର କାର୍ଯ୍ୟକ୍ରମ ଆଧାରରେ ଏହି ଅଭିଯାନ ଆରମ୍ଭ କରିଛି ମହାନଗର ନିଗମ। ସ୍ୱଚ୍ଛତା ଓ ସ୍ଵଛ ସର୍ବେକ୍ଷଣ – ୨୦୨୧ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି ଓ ବଜାର ଅଂଚଳରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏବେ ପ୍ରତି ଶନିବାର ଦିନ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ସେହିଦିନ ନିଗମର ଅଧିକାରୀ ତଥା କର୍ମଚାରୀମାନେ ନିଜେ ସକାଳୁ ସକାଳୁ ଶ୍ରମଦାନ କରି ବଜାର ଅଂଚଳରେ ସଫେଇ କରିବା ସାଙ୍ଗକୁ ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ବୋଲି ଜଣାପଡିଛି। ବିଶେଷ କରି ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ, ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା ଅଲଗା କରି ଦୁଇଟି ଡଷ୍ଟବିନରେ ରଖିବା, ନିଜ ଅଂଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଅଳିଆ ଆବର୍ଜନା ଇତ୍ୟାଦି ବାହାରେ ନ ପକାଇ ସଫେଇ କର୍ମଚାରୀଙ୍କୁ ହିଁ ପ୍ରଦାନ କରିବା, ସ୍ଵଛ ସର୍ବେକ୍ଷଣ – ୨୦୨୧ରେ ଅଂଶଗ୍ରହଣ କରି ନିଜ ସ୍ମାର୍ଟ ଫୋନରେ ସ୍ୱଚ୍ଛତା ଆପ ଡାଉନଲୋଡ କରି ସ୍ୱଚ୍ଛତା ସମ୍ପର୍କିତ ସମସ୍ୟାର ସମାଧାନ ନିମନ୍ତେ ଜଣାଇବା ଇତ୍ୟାଦି ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

Related posts

Leave a Comment