୧୪ମହଲାରୁ ଖସି ପଡ଼ି ୫ବର୍ଷର ଶିଶୁପୁତ୍ରର ମୃତ୍ୟୁ

ଗାଜିଆବାଦ ୭/୧୧: ଗାଜିଆବାଦର ସିହାନୀ ଗେଟ୍ ଥାନା ଅଞ୍ଚଳର ରାଜନଗର ଏକ୍ସଟେନ୍ସନ ଅଞ୍ଚଳର ପଶ୍ ଭିଭିଆଇପି ସୋସାଇଟିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ୫ବର୍ଷର ଏକ ନିରୀହ ଶିଶୁର ୧୪ମହଲାରୁ ଖସି ପଡ଼ିବାରୁ ମୃତ୍ୟୁ ଘଟିଛି।ଘଟଣା ପରେ ସୋସାଇଟିରେ ହଇଚଇ ସୃଷ୍ଟି ହୋଇଛି। ପଡ଼ୋଶୀ ତୁରନ୍ତ ଶିଶୁଟିକୁ ନେଇ ହସ୍ପିଟାଲ ପହଞ୍ଚିଥିଲେ।କିନ୍ତୁ ଡାକ୍ତର ତାକୁ ମୃତ ଘୋଷିତ କରି ଦେଇଥିଲେ। ଘଟଣା ପରେ ସ୍ଥାନୀୟ ପୋଲିସ୍ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଦୁର୍ଘଟଣାର ଶିକାର ହୋଇଥିବା ୫ବର୍ଷୀୟ ନିରୀହ ଶିଶୁ ତେଜସ୍ବ ଚରଣ,ଗାଜିଆବାଦର ଏକ ସ୍କୁଲର ଛାତ୍ର ଥିଲା। ସେ ଏଲକେଜି କ୍ଲାସରେ ପଢ଼ୁଥିଲା। ତେଜସ୍ବ,ରାଜନଗର ଏକ୍ସଟେନ୍ସନ ଅଞ୍ଚଳର ପଶ୍ ସୋସାଇଟି ଭିଭିଆଇପିରେ ନିଜ ବାପା ମାଆଙ୍କ ସହ ୧୪ମହଲାର ଫ୍ଲାଟରେ ରହୁଥିଲା।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସୋସାଇଟିର ଜଣେ ମହିଳାଙ୍କଠୁ ମିଳିଥିବା ସୂଚନା ଅନୁସାରେ ମୃତ ଶିଶୁର ମାଆ ଜଣେ ନର୍ସ ଥିବାବେଳେ ତା ବାପା ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି। ବାପା କରୋନା କାଳରେ ବର୍ତ୍ତମାନ ଓ୍ବାର୍କ ଫ୍ରମ୍ ହୋମ କାମ କରୁଥିଲେ।

ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଦୁର୍ଘଟଣା ସମୟରେ ତେଜସ୍ବର ବାପା ମାଆ ବାହାରେ ଥିଲେ। ତା ମାଆ କାମକୁ ଯାଇଥିଲେ ଏବଂ ତା ବାପା ସେ କହିଥିବା ଖାଇବା ଜିନିଷ ଆଣିବାକୁ ପାଖ ଦୋକାନକୁ ଆସିଥିଲେ। ଏହି ସମୟରେ ତେଜସ୍ବ ଦୁର୍ଘଟଣାର ଶିକାର ହୋଇଥିଲା। ଶିଶୁଟି ବାଥରୁମରୁ ଷ୍ଟୁଲ୍ ଉଠାଇ ଫ୍ଲାଟର ବାଲକନିରେ ଆସି ଷ୍ଟୁଲରେ ଚଢ଼ି ତଳକୁ ନଇଁ ଦେଖୁଥିଲା। ଏହି ସମୟରେ ହଠାତ୍ ଷ୍ଟୁଲର ବାଲାନ୍ସ ବିଗିଡ଼ି ଯାଇଥିଲା ଏବଂ ଶିଶୁଟି ୧୪ମହଲାରୁ ତଳକୁ ଖସି ପଡ଼ିଥିଲା।ଘଟଣା ପରେ ଶିଶୁର ବାପା ମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Related posts

Leave a Comment