ଜଣେ ଅଭିଜ୍ଞ ରାଜନୀତିଜ୍ଞଙ୍କୁ ରାଷ୍ଟ୍ରପତି ରୂପେ ପାଇଲା ଆମେରିକା

ୱିଲିମିଙ୍ଗଟନ :  ବରିଷ୍ଠ ଓ ଅଭିଜ୍ଞ ଡେମୋକ୍ରାଟ, ହେଲେ ୨୦୦୮ ମସିହା ପର୍ଯ୍ୟନ୍ତ ଦେଶ ବାହାରେ ଥିଲେ ଅପରିଚିତ।  ତେବେ ଅଚାନକ ସିନେଟର ତଥା ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ ବାରାକ ଓବାମା ତାଙ୍କୁ ବନ୍ଧୁ ଭାବେ ସମ୍ଭୋଧିତ କରିବା ଦେଶ ଦୁନିଆରେ ରାତାରାତ ପରିଚିତ ହୋଇ ଯାଇଥିଲେ ଜୋ ବିଡେନ। ଓବାମା ରାଷ୍ଟ୍ରପତି ଥିବା ବେଳେ ସେ ଉପରାଷ୍ଟ୍ରପତି ହୋଇଥିଲେ ।  ସ୍ନେହରେ ଓବାମା ତାଙ୍କୁ ଡାକନ୍ତି ‘ସ୍ଲିପି ଜୋ’ । ହେଲେ ସେ ଆଉ ସେଦିନର ଜୋ ହୋଇ ନାହାନ୍ତି। ସାରା ବିଶ୍ୱରେ ତାଙ୍କୁ ଏବେ ଅଗଣିତ ଆମେରିକୀୟଙ୍କ ତ୍ରାଣକର୍ତ୍ତା ଭାବେ ଦେଖାଯାଉଛି। ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଡେମୋକ୍ରାଟ ପ୍ରାର୍ଥୀ ଜୋଙ୍କ ସପକ୍ଷରେ ଯାଇଛି। ଆମେରିକା ପ୍ରଥମ ଥର ଜଣେ ଏପରି ନେତାଙ୍କୁ ପାଇବ ଯିଏ  ଜଣେ ସିଟି କାଉନସିଲ ସଦସ୍ୟ ପଦରୁ ଆରମ୍ଭ କରି…

ଝାରପଡା ଜେଲ୍‌ରେ ଚିଟଫଣ୍ଡ୍ ଅଭିଯୁକ୍ତଙ୍କ ମୃତ୍ୟୁ

 ଭୁବନେଶ୍ବର୮/୧୧:  ଝାରପଡା ଜେଲ୍‌ରେ ଚିଟଫଣ୍ଡ ଅଭିଯୁକ୍ତଙ୍କ ମୃତ୍ୟୁ। ମୃତକ ହେଲେ ଆଇକୋର କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅନୁକୁଳ ମାଇତି। ସେ ଡାଇବେଟିସ୍ ସହ ଏକାଧିକ ରୋଗରେ ଆକ୍ରାନ୍ତ ଥିଲେ।

Covid କ୍ୱାରେଣ୍ଟାଇନ ପରେ ତଲୋଜା ଜେଲକୁ ସିଫ୍ଟ ହେଲେ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ ୮।୧୧: ରିପବ୍ଲିକ୍‌ ଟିଭି ଏଡିଟର-ଇନ-ଚିଫ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ରବିବାର ମୁମ୍ବାଇ ତଲୋଜା ଜେଲକୁ ସ୍ଥାନାନ୍ତରଣ କରାଯାଇଛି। ତାଙ୍କ ଅନ୍ୟ ୩ ଜଣ ମଧ୍ୟ ଜେଲ ସ୍ଥାନାନ୍ତରିତ ହୋଇଛନ୍ତି।  ଅର୍ଣ୍ଣବ ଗତ ବୁଧବାର ଗିରଫ ହୋଇଥିଲେ। ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ବିଚାରପତି ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ତେବେ କୋଭିଡକୁ ଦୃଷ୍ଟିରେ ରଖି ତାଙ୍କୁ ଜେଲକୁ ପଠାଯିବ ପୂର୍ବରୁ ୪ ଦିନ ଆଇସୋଲେସନରେ ରଖାଯାଇଥିଲା। ବିଚାରବିଭାଗୀୟ ହାଜତ ପୂର୍ବରୁ ଅର୍ଣ୍ଣବଙ୍କୁ ରାୟଗଡ ଜିଲ୍ଲା ଅଲିବାଗସ୍ଥିତ ଏକ ବିଦ୍ୟାଳୟ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେଠାରେ କ୍ୱାରେଣ୍ଟାଇନ ଅବଧି ପୂରଣ ହେବା ପରେ ତାଙ୍କୁ ତଲୋଜା ଜେଲକୁ ସିଫ୍ଟ କରାଯାଇଛି। ସମ୍ଭବତଃ ବମ୍ବେ ହାଇକୋର୍ଟ ସୋମବାର ଅର୍ଣ୍ଣବଙ୍କ ଅନ୍ତରିଣ ଜାମିନ  ନିବେଦନ ଉପରେ ଶୁଣାଣି କରିପାରନ୍ତି। ଗୋସ୍ୱାମୀ ବିଚାରବିବାଗୀୟ ହାଜତରେ ଥିବା ବେଳେ ସୋସିଆଲ ମିଡିଆରେ ଆକ୍ଟିଭ…

ବାଉନ୍ସରକୁ ବାଉଣ୍ଡାରି, ସଚିନଙ୍କ ‘ଅପର୍ କଟ୍‌’ ଷ୍ଟ୍ରୋକ୍‌ର ରହସ୍ୟ

ନୂଆଦିଲ୍ଲୀ ୮/୧୧: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ନିଜ କ୍ୟାରିୟରରେ ରନ୍‌ର ବର୍ଷା କରିଛନ୍ତି। ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି ସଚିନ। ବହୁ ବଡ଼ ବଡ଼ ଖେଳାଳିଙ୍କ ପାଖରୁ ଭାରତକୁ ସେ ମ୍ୟାଚ୍‌ ଜିତାଇଛନ୍ତି। ସଚିନ ଖେଳରେ ଭିନ୍ନ ଭିନ୍ନ ସଟ୍‌ସ୍‌ ଖେଳନ୍ତି ଯାହାକି ଏବେର ଖେଳାଳିଙ୍କ ପକ୍ଷେ ସମ୍ଭବ ନୁହେଁ। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନିଜର ଏକ ସଟ୍‌ ‘ଅପର କଟ୍‌’କୁ ନେଇ ଖୁଲାସା କରିଛନ୍ତି। କେମିତି ଓ କେବେ ଏଭଳି ସଟ୍‌ ଖେଳିଥିଲେ ସେନେଇ କହିଛନ୍ତି ତେନ୍ଦୁଲକର। ଭାରତୀୟ ଟିମ୍‌ର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ଅନୁସାରେ ଅପର କଟ୍‌ ଖେଳିବା ପାଇଁ ସେ କେବେ ଯୋଜନା କରିନଥିଲେ। ୟୁଟ୍ୟୁବରେ ଆସିଥିବା ଏକ ଭିଡିଓରେ ସଚିନ କହିଛନ୍ତି, ୨୦୦୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ମ୍ୟାଚ୍‌ରେ ସେ ଏଭଳି ଏକ ସଟ୍‌ ଖେଳିବା​‌ରେ…

ନିର୍ବାଚନ ହାରିବା ପରେ ଜୋରଦାର ଟ୍ରୋଲ ହେଉଛନ୍ତି ଟ୍ରମ୍ପ

ନୂଆାଦିଲ୍ଲୀ ୦୮/୧୧ : ଆମେରିକା ରାଷ୍ଟପତି ନିର୍ବାଚନରେ ଜୋ ବାଇଡେନ ବିଜୟୀ ହେବା ପରେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ ଟ୍ବିଟ କରି ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି । ଗୋଟିଏ ଫଟୋ ଟ୍ବିଟ କରି ସେହଓ୍ବାଗ ଲେଖିଛନ୍ତି ସେ “ଟ୍ରମ୍ପଙ୍କ କମେଡି ବହୁତ ମିସ୍ କରିବେ, ଚାଚାଙ୍କ କମେଡି ବହୁତ ମନେ ପଡିବ ।” ୨ ଥର ଆମେରିକାର ଉପ-ରାଷ୍ଟ୍ରପତି ରହିଥିବା ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଏବଂ ଦେଶର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । କମଲା ହାରିସ ଆମେରିକାର ପ୍ରଥମ ମହିଳା ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହଓ୍ବାଗଙ୍କ ବ୍ୟତିତ ବିଶ୍ବର ଆଉ କିଛି ଖେଳାଳି ଆମେରିକା ନିର୍ବାଚନକୁ ନେଇ ଟିପ୍ପଣୀ ଦେଇଛନ୍ତି…

ଧନ ତେରସ ପୂର୍ବରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ବରଗଡ଼୮/୧୧: ଧନ ତେରସ ପୂର୍ବରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ । ଗତକାଲି ରାତିରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଗ୍ରୀଞ୍ଜେଲ ରାସ୍ତାରେ ଲୁଟପାଟ୍ ହୋଇଥିଲା। ଏ ନେଇ ସୋହେଲା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ପୋଲିସ୍ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଏହି ଲୁଟ୍ ଘଟଣାରେ ତିନିଜଣଙ୍କ ସମେତ ଗୋଟିଏ କମାଣ୍ଡର ଗାଡିକୁ ଜବତ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରୀ ହେଲେ ଛତିଶଗଡ଼ ରାଜ୍ୟ ରାୟପୁର ବାସିନ୍ଦା ଆଓ୍ବାଧ ପର୍ତ୍ତି। ଆୱାଧ ଛତିଶଗଡ଼  ରାଜ୍ୟ ରାୟପୁର ଜିଲ୍ଲାର ସାଗର ଜୁଏଲାରୀର କର୍ମଚାରୀ ବୋଲି ଜଣାପଡିଛି। ଗତକାଲି ବ୍ୟବସାୟ ସାରି ରାୟପୁର ଫେରିବା ବାଟରେ କିଛି ଯୁବକ ଏକ କମାଣ୍ଡରରେ ଆସି  ଆୱାଧଙ୍କ କାରକୁ ଅଟକାଇଥିଲେ। ତାଙ୍କ ଠାରୁ  ପ୍ରାୟ ଲକ୍ଷାଧିକ ଟଙ୍କାର ସୁନା…

ଆଜିଠାରୁ ବଢିବ ଶୀତ ପ୍ରକୋପ

ଭୁବନେଶ୍ୱର ୦୮/୧୧ : ଆଜି ରାତିକୁ ସାରା ରାଜ୍ୟରେ ତାପମାତ୍ରା କମିବ। ୨ ଦିନ ଭିତରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ ।ଭୁବନେଶ୍ବରର ତାପମାତ୍ରା ୧୭ଡିଗ୍ରୀକୁ ଖସିଯିବ। ସେପଟେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀକୁ ଖସି ଆସିଥିବା ବେଳେ ପାରଦ ଆହୁରି ଖସିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ତେବେ ଦୀପାବଳି ବେଳକୁ ଶୀତର ପ୍ରକୋପ ନଥିବ। ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି। ସନ୍ଧ୍ୟାରୁ ହାଲୁକା ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି। ଆଜି ରାତିରୁ ଶୀତ ପ୍ରକୋପ ଆହୁରି ବଢ଼ିବ। ୨ ଦିନ ଭିତରେ ଉପକୂଳ ଓଡ଼ିଶାରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ। ଆଭ୍ୟନ୍ତରୀଣ ଅଞ୍ଚଳରେ ୧-୨ ଡିଗ୍ରୀ ଖସିପାରେ ରାତି ତାପମାତ୍ରା। ୧୭ ଡିଗ୍ରୀକୁ ଖସିପାରେ ରାଜଧାନୀରେ ରାତି ତାପମାତ୍ରା। ସାରା ରାଜ୍ୟରେ ସ୍ବାଭାବିକ ଠାରୁ ୩ରୁ ୫…

ଚମ୍ପାର ପ୍ରଶ୍ନ ବାଣରେ ଘାଇଲା ହେଲେ ସୁର

ଭୁବନେଶ୍ୱର ୦୮/୧୧ : ପ୍ରତିଦିନ ଟିଭି ସମ୍ବାଦିକଙ୍କ ପ୍ରଶ୍ନର ଟାଏଁ ଟାଏଁ ଜବାବ ଦେଉଥିବା ବରିଷ୍ଠ କଂଗ୍ରେସ ନେତାଙ୍କୁ ପ୍ରଶ୍ନ ପଚାରି ଘାଇଲା କରିଦେଇଛି ଚମ୍ପା । ସୁରଙ୍କୁ ମାରିଛନ୍ତି ପ୍ରଶ୍ନ ବାଣ। ଆଉ ଚମ୍ପାର ଏଭଳି ପ୍ରଶ୍ନ ଥିଲାଯେ ଶେଷରେ ସୁର ରାଉତ ରାୟ ଉତ୍ତର ଦେବାକୁ ବାଧ୍ୟ ହେଲେ । ସୁରଙ୍କ ବ୍ୟକ୍ତିଗତ ଜୀବନୀ ଠାରୁ ରାଜନୀତି ଜୀବନର ଗୁମର ଆଜି ଖୋଲିଛି ଚମ୍ପା…. ସୁର ରାଉତରାୟଙ୍କ ଗୁମର ଖୋଲିଲା ଚମ୍ପା । ଚମ୍ପାର ପ୍ରଶ୍ନ ବାଣରେ ଘଇଲା ହେଲେ ସୁର। ପ୍ରତିଟି ପ୍ରଶ୍ନର ଉତ୍ତର ରଖିଛନ୍ତି ସୁର। ଆଜି ଇନଫୋସିଟି ପାଖରେ ଥିବା ରୋବଟ ସେଫରେ ସୁରଙ୍କ ଏଭଳି ସାକ୍ଷାତକାର ନେଇଛି ରୋବଟ ଚମ୍ପା। ସୁରଙ୍କୁ ରୋବଟ ଚମ୍ପା ୧୦ଟି ପ୍ରଶ୍ନ କରିଥିଲା। ଘରେ କିଏ କିଏ ଅଛନ୍ତି। କଣ ଖାଇବାକୁ ଭଲ…

ଚଳନ୍ତା ବସରେ ଶିକ୍ଷକଙ୍କୁ ନିଶାଦ୍ରବ୍ୟ ଶୁଙ୍ଘାଇ ଲୁଟ୍

ରାୟଗଡ଼ା୮/୧୧: ଚଳନ୍ତା​‌ ବସ୍‌ରେ ଶିକ୍ଷକଙ୍କୁ ନିଶାଦ୍ରବ୍ୟ ଶୁଙ୍ଘାଇ ଲୁଟ୍‌। ରାୟଗଡ଼ା ଜିଲ୍ଲାର ବନ୍ଧୁଗାଁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବି . ଶ୍ରୀନିବାସ ରେଡ୍ଡୀ ଠକାମୀର ଶିକାର ହୋଇଛନ୍ତି। ସେ ଗାଡିରେ ଯିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ନିଶା ଶୁଙ୍ଘାଇ ବେହୋସ କରି ଦେଇଥିଲେ। ଏହାପରେ ସେ ପିନ୍ଧିଥିବା ସୁନା ମୁଦି ଏବଂ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ସାନଖେମୁଣ୍ଡି ବ୍ଲକ ତଥା ସଦରଥାନା ଅନ୍ତର୍ଗତ ଗୈାତମୀ ଗ୍ରାମରେ ଶିକ୍ଷକ ଶ୍ରୀନିବାସଙ୍କ ଘର। ମିଳିଥିବା ସୂଚନା ମୁତାବକ, ସେ ଶନିବାର ସକାଳୁ ରାୟଗଡ଼ାରୁ ଏକ ଘରୋଇ ବସରେ ଗାଁ ଯାଉଥିଲେ। ତାଙ୍କ ପାଖ ସିଟ୍‌ରେ ବସିଥିବା ବ୍ୟକ୍ତି ତାଙ୍କୁ ବେହୋସ କରି ସୁନା ମୁଦି ଏବଂ ଟଙ୍କା ଲୁଟି ନେଇଥିଲେ। ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ କରିବା ପରେ ବି ସେ ଫୋନ୍ କଲ…

ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ରଥମେ କରିବ ବ୍ୟାଟିଂ

ଆବୁଧାବି,୦୮।୧୧: ଆଜି ଚଳିତ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟାର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ । ଫାଇନାଲ୍‌ରେ ପ୍ରବେଶ ପାଇଁ  ଉଭୟ ଦଳ ପାଇଁ ଏହା ଶେଷ ସୁଯୋଗ। ତେଣୁ ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଉଭୟ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ। ସନ୍‌ରାଇଜର୍ସ ତୃତୀୟ ଥର ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ ଲକ୍ଷ୍ୟରେ ରହିବ। ପୂର୍ବରୁ ଦଳ ୨୦୧୬ରେ ଚମ୍ପିଆନ୍‌ ହୋଇଥିବା ବେଳେ ୨୦୧୮ରେ ରନର୍ସ ଅପ୍‌ ହୋଇଥିଲା । ଅନ୍ୟ ଦିଗରେ କ୍ୟାପିଟାଲ୍ସ ପାଇଁ ପ୍ରଥମ ଥର ଫାଇନାଲ୍‌ରେ…