ବାଉନ୍ସରକୁ ବାଉଣ୍ଡାରି, ସଚିନଙ୍କ ‘ଅପର୍ କଟ୍‌’ ଷ୍ଟ୍ରୋକ୍‌ର ରହସ୍ୟ

ନୂଆଦିଲ୍ଲୀ ୮/୧୧: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ନିଜ କ୍ୟାରିୟରରେ ରନ୍‌ର ବର୍ଷା କରିଛନ୍ତି। ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି ସଚିନ। ବହୁ ବଡ଼ ବଡ଼ ଖେଳାଳିଙ୍କ ପାଖରୁ ଭାରତକୁ ସେ ମ୍ୟାଚ୍‌ ଜିତାଇଛନ୍ତି। ସଚିନ ଖେଳରେ ଭିନ୍ନ ଭିନ୍ନ ସଟ୍‌ସ୍‌ ଖେଳନ୍ତି ଯାହାକି ଏବେର ଖେଳାଳିଙ୍କ ପକ୍ଷେ ସମ୍ଭବ ନୁହେଁ। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନିଜର ଏକ ସଟ୍‌ ‘ଅପର କଟ୍‌’କୁ ନେଇ ଖୁଲାସା କରିଛନ୍ତି। କେମିତି ଓ କେବେ ଏଭଳି ସଟ୍‌ ଖେଳିଥିଲେ ସେନେଇ କହିଛନ୍ତି ତେନ୍ଦୁଲକର।

ଭାରତୀୟ ଟିମ୍‌ର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ଅନୁସାରେ ଅପର କଟ୍‌ ଖେଳିବା ପାଇଁ ସେ କେବେ ଯୋଜନା କରିନଥିଲେ। ୟୁଟ୍ୟୁବରେ ଆସିଥିବା ଏକ ଭିଡିଓରେ ସଚିନ କହିଛନ୍ତି, ୨୦୦୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ମ୍ୟାଚ୍‌ରେ ସେ ଏଭଳି ଏକ ସଟ୍‌ ଖେଳିବା​‌ରେ ସକ୍ଷମ ହୋଇଥିଲେ। ପ୍ରଶ୍ନ-ଉତ୍ତର ସେସନରେ ଅନୁରାଜ ଆନ୍ଦେଙ୍କ ଜଣେ ପ୍ରଶଂସକ ସଚିନଙ୍କୁ ଅପର ସଟ୍‌ ନେଇ ପ୍ରଶ୍ନ କରିଥିଲେ। ପରେ ସଚିନ ତାଙ୍କର ଅନୁଭୂତି ବଖାଣିଥିଲେ।  ୨୦୦୨ରେ ଦକ୍ଷିଣ ଆଫ୍ରିକାରେ ବ୍ଲୋଏମଫୋର୍ଟିନ୍‌ ଷ୍ଟାଡିୟମରେ ବ୍ୟାଟିଂ କରୁଥିଲେ। ବୋଲିଂ କରୁଥିଲେ ମଖାୟା ନୀତିନ। ସେ ସବୁବେଳେ ସର୍ଟ ଲେନ୍ଥରେ ବୋଲିଂ କରନ୍ତି। ସେ ଯେତେବେଳେ ବୋଲିଂ କରିବାକୁ ଆସିଲେ ମୁଁ ତାଙ୍କ ବୋଲିଂ ଲାଇନ୍‌କୁ ଜାଣିପାରିଥିଲି ବୋଲି ସଚିନ କହିଛନ୍ତି।

ଦକ୍ଷିଣ ଆଫ୍ରିକାର କ୍ରିଜ୍‌ରେ ବଲ୍‌ ବାଉନ୍ସ ହୋଇଥାଏ। ତେଣୁ ଜଣେ ବ୍ୟାଟ୍ସମ୍ୟାନ୍‌ ବାଉନ୍ସ ବଲ୍‌କୁ ଡିଲ୍‌ କରିବାକୁ ହେଲେ ତା ଉପରେ ରହିବାକୁ ପଡ଼ିବ। ତାପରେ ବି ବଲ୍‌ ଓ ବ୍ୟାଟ୍ସମ୍ୟାନ୍ ଉଚ୍ଚତା ମେଳ ନଖାଇବାରୁ ଏହାକୁ ଭିନ୍ନ ଢ଼ଙ୍ଗରେ ଖେଳିବାକୁ ଚେଷ୍ଟା କରିଥିଲି । ବାଉନ୍ସ ବଲ୍‌ର ତଳେ ରହି ଏହାର ଗତି ଅନୁସାରେ କଟ୍‌ କରିପାରିଲେ ଭଲ ପରିଣାମ ମିଳିବ ବୋଲି ସଚିନ କହିଛନ୍ତି। ତେଣୁ ମୁଁ ବଲ୍‌ ତଳେ ରହି ଏହାର ଗତିକୁ କେବଳ ବ୍ୟାଟ୍‌ରେ ଥାର୍ଡମ୍ୟାନଙ୍କ ଆଡ଼କୁ ଦେଇଥିଲି।

ତେବେ ଏହି ସଟ ପାଇଁ ବହୁ ବୋଲର ଚିନ୍ତାରେ ପଡ଼ନ୍ତି। ବାଉନ୍ସର ବୋଲିଂ କରୁଥିବା ବୋଲରଙ୍କ ପାଇଁ ଏହି ସଟ୍‌ ଚିନ୍ତା ବଢ଼ାଇଥାଏ। କାରଣ ସେମାନେ ବାଉନ୍ସର ବୋଲିଂ କଲେ ବି ମୁଁ ବାଉଣ୍ଡାରି ଧରାଇଦିଏ ବୋଲି ତେନ୍ଦୁଲକର କହିଛନ୍ତି। ତେବେ ଏଭଳି ସଟ୍‌ ଖେଳିବା କୌଣସି ଷ୍ଟ୍ରାଟେଜି ନୁହେଁ। ଅନେକ ଥର ନିଜର ସ୍ବଭାବିକ ଭାବନାକୁ ମାନିବାକୁ ପଡ଼େ ବୋଲି କହିଛନ୍ତି ସଚିନ।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟକୁ ଅଲବିଦା କହିସାରିଛନ୍ତି। ୨୦୧୨ରେ ଓଡିଆଇକୁ ବାଏ ବାଏ କହିଥିଲେ ସଚିନ। ସେତେବେଳକୁ ସେ ୪୬୩ ଓଡିଆଇରୁ ୪୪.୮୩ ଆଭେରେଜ୍‌ ସହ ୧୮୪୨୬ ରନ୍‌ ସଂଗ୍ରହ କରିଥିଲେ । ଏହାସହ ସେ ୪୯ ଶତକ ମାରିଥିଲେ। ୨୦୧୩ରେ ଟେଷ୍ଟକୁ ଗୁଡବାଏ ଜଣାଇଥିବା ସଚିନ ୨୦୦ ଟେଷ୍ଟ ଖେଳିଛନ୍ତି। ଟେଷ୍ଟରେ ୫୧ ଶତକ ମାରିଥିବା ସଚିନ ୫୩.୭୮ ଆଭେରେଜ୍‌ ସହ ୧୫୯୨୧ ରନ୍‌ ସଂଗ୍ରହ କରିଥିଲେ ସଚିନ ତେନ୍ଦୁଲକର।

Related posts

Leave a Comment