ଶ୍ରୀମନ୍ଦିରର ୮ଟି ଦ୍ବାରାରେ ରୂପା ଛାଉଣୀ ପାଇଁ ପ୍ରସ୍ତୁତି

ପୁରୀ ୯।୧୧: ଶ୍ରୀମନ୍ଦିରର ୮ଟି ଦ୍ବାରାରେ ରୂପା ଛାଉଣୀ କରାଯିବ । ଏ ନେଇ ସୋମବାର ଅପରାହ୍ନ ୪ଟାରେ ନୀଳାଦ୍ରି ଭକ୍ତ ନିବାସରେ ଦ୍ଵିତୀୟ ବୈଠକ ବସିବ । ଗତମାସ ୨୭ ତାରିଖରେ ବସିଥିବା ବୈଠକରେ କାଠ ଡିଜାଇନ ଚୂଡାନ୍ତ ହୋଇଥିଲେ ହେଁ ରୂପା ଆସ୍ତରଣ ଡିଜାଇନ ଚୂଡାନ୍ତ ହୋଇନଥିଲା । ଉତ୍କଳୀୟ କଳାଶୈଳୀ ଆଧାରରେ ହେବ ଶ୍ରୀମନ୍ଦିରର ଦ୍ବାର ନିର୍ମାଣ କାର୍ଯ୍ୟ। ପ୍ରଥମେ ପରୀକ୍ଷାମୂଳକ ଭାବେ ସାତପାହାଚ ଦ୍ଵାରରେ ରୂପା ଛାଉଣୀ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତାବର୍ଷ ରଥଯାତ୍ରା ସମୟରେ କଳାହାଟ, ଜୟବିଜୟ ଓ ବେହରଣ ଦ୍ଵାରକୁ ରୂପା ଛାଉଣୀ କରାଯିବ । ଏହାପରେ ମା’ ମହାଲକ୍ଷ୍ମୀ, ମା’ ବିମଳା, ନୃସିଂହ ମନ୍ଦିର ଭଳି ୧୧ଟି ଦ୍ଵାରକୁ ରୂପା ଛାଉଣୀ ପାଇଁ ପ୍ରଥମ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ବର୍ମାଟିକ୍ କାଠରେ ନିର୍ମାଣ ହେବ ଚାରି…

ବେଆଇନ ଗୋରୁ ବୋଝେଇ ଟ୍ରକ୍ ଜବତ

ସୋର ୯।୧୧: ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଟ୍ରକ୍ ଏବଂ ପିକଅପ୍ ଭ୍ୟାନ୍ ଜବତ । ବାଲେଶ୍ବର ଜିଲ୍ଲା ୧୬ ନଂ ଜାତୀୟ ଜାତୀୟ ରାଜପଥରେ ସେରଗଡ଼ ଫାଣ୍ଡି ପୋଲିସ ସେରଗଡ଼ ଟୋଲଗେଟ୍ ନିକଟରେ ଧରିଛି । ଡ୍ରାଇଭର ଓ ହେଲପରଙ୍କ ସମେତ ୫ଜଣଙ୍କୁ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଅଟକ ରଖିଛି ପୋଲିସ । ପଚରାଉଚରା କରୁଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଅଞ୍ଚଳରୁ କିଛି ଗୋରୁ ବୋଝେଇ ଟ୍ରକ୍ ଏବଂ ପିକଅପ୍ ବାଲେଶ୍ବର ଅଭିମୁଖେ ଆସୁଥିବା ନେଇ ଖନ୍ତାପଡ଼ା ଥାନାର ସେରଗଡ଼ ଫାଣ୍ଡି ପୋଲିସ ଖବର ପାଇଥିଲା । ଖବର ପାଇ ରାତି ତମାମ ଟୋଲଗେଟ୍ ନିକଟରେ ଫାଣ୍ଡି ଅଧିକାରୀ କ୍ରିଷ୍ଣା ପିଙ୍ଗୁଆଙ୍କ ସହ ସଦଳବଳେ ଜଗି ରହିଥିଲେ । ରାତି ପ୍ରାୟ ୩ଟା ସମୟରେ ଗାଡ଼ିଗୁଡିକ ସେରଗଡ଼ ଟୋଲଗେଟ୍ ନିକଟରେ ପହଞ୍ଚିବା…

ଦିଲ୍ଲୀରେ ଶୋଚନୀୟ ଅବସ୍ଥା

ନୂଆଦିଲ୍ଲୀ ୯/୧୧: ଦେଶର ରାଜଧାନୀ ଦିଲ୍ଲୀରେ ସବୁ ପ୍ରକାର ଉପାୟ ସତ୍ବେ ବାୟୁ ପ୍ରଦୂଷଣର ସ୍ଥିତିରେ ସୁଧାର ହେଉଥିବା ଦେଖାଯାଉ ନାହିଁ। ସୋମବାର ସକାଳେ କେତେକ ଅଞ୍ଚଳରେ ପବନର ଗୁଣବତ୍ତା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚି ଯାଇଛି। ଏହା ଦ୍ବାରା ନିଃଶ୍ବାସ ନେବାରେ ଅସୁବିଧା ହେବା ସହ ଆଖିରେ ଜ୍ବଳନ ସମସ୍ୟା ମଧ୍ୟ ସାମନାକୁ ଆସିବାରେ ଲାଗିଛି। ଖାସ୍ କରି ବୟସ୍କ ଏବଂ ପିଲାଙ୍କ ପାଇଁ ଏହି ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି। ଆନନ୍ଦ ବିହାରରେ AQI ର ସ୍ତର ୪୮୪,ମୁଣ୍ଡକାରେ ୪୭୦,ଓଖଲା ଫେଜ ୨ରେ ୪୬୫ ଏବଂ ବଜିରପୁରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୬୮ ହେବାର ଜଣା ପଡ଼ିଥିଲା। ଏହାକୁ ସିଭିୟର କ୍ୟାଟାଗରି କୁହାଯାଉଛି ଏବଂ ଏହା ଯୋଗୁଁ ବିଭିନ୍ନ ପ୍ରକାରର ରୋଗ ହେବାର ଆଶଙ୍କା ସୃଷ୍ଟି ହେଉଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମୋବାଇଲ୍…

ବନବିଭାଗର ଚଢାଉରେ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ

ପାଟଣା ୦୯।୧୧: କେନ୍ଦୁଝର ଜିଲ୍ଲା ପାଟଣା ସାହାରପଡ଼ା ସେକ୍ସନରେ ବନବିଭାଗର ଚଢାଉ । ଏହି ଚଢାଉରେ ଚୋରା ଶାଳ ଚୌକାଠ ବୋଝେଇ ପିକ୍‌ ଅପ୍‌ ଭ୍ୟାନ୍‌ ଜବତ ହୋଇଛି । ଲକ୍ଷାଧିକ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ, ବିଳମ୍ବିତ ରାତିରେ କୌଣସି ସୁତ୍ରରୁ ଖବର ପାଇଁ କେନ୍ଦୁଝର ଡିଏଫଓଙ୍କ ନିର୍ଦ୍ଦେଶରେ ବନ ବିଭାଗର ଏକ ଟିମ୍‌ ଚଢାଉ କରିଥିଲେ । ଏହି ଚଢାଉରେ ଚୋରା ଶାଳ ଚୌକାଠ ବୋଝେଇ ପିକ ଅପ ଭ୍ୟାନକୁ ଜବତ କରିଛି ବନ ବିଭାଗ । ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି ।

ରାଜ୍ୟରେ ବଢିଲାଣି ଶୀତ

ଭୁବନେଶ୍ୱର ୦୯।୧୧: ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି । ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ଖସିବାରେ ଲାଗିଛି । ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ଡ଼ିଗ୍ରୀ ସେଲସିୟସ ତଳେ ରହିଥିବାବେଳେ ସୋନପୁରରେ ତାପମାତ୍ର ସବୁଠୁ କମ ୯.୬ଡ଼ିଗ୍ରୀ ସେଲସିୟସକୁ ଖସିଥିବା ରେକର୍ଡ଼ କରାଯାଇଛି। ସୋନପୁରରେ କ୍ରମାଗତ ଭାବେ ଦୁଇ ତିନି ଦିନ ଧରି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ପାରଦ ୧୦.୫ଡ଼ିଗ୍ରୀ ସେଲସିୟସକୁ ଖସିଥିବାବେଳେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଅନୁଗୋଳରେ ୧୧ ଓ କୋରାପୁଟରେ ୧୧.୬ଡ଼ିଗ୍ରୀକୁ କମିଛି ତାପମାତ୍ରା । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ତାପମାତ୍ରା ଖସିବା ଆରମ୍ଭ କରିଛି । ଭୁବନେଶ୍ବରରେ…

ଡ୍ରଗ୍ସ ମାମଲରେ ପ୍ରଯୋଜକ ଫିରୋଜ ନଡିୟାଡଓ୍ବାଲାଙ୍କୁ ଏନସିବିର ସମନ୍‌

ମୁମ୍ବାଇ ୮/୧୧: ଡ୍ରଗ୍ସ ମାମଲାରେ ଛାନଭିନ୍‌ କରୁଥିବା ନାର୍କୋଟିକ୍ସ କଂଟ୍ରୋଲ୍‌‌ ବ୍ୟୁରୋ (ଏନସିବି) ଫିଲ୍ମ ପ୍ରଯୋଜକ ଫିରୋଜ ନଡିୟାଡଓ୍ବାଲାଙ୍କ ଘରୁ ଡ୍ରଗ୍ସ ଜବତ କରିଛି। ଏହି ମାମଲାରେ ଫିରୋଜଙ୍କ  ପତ୍ନୀ ଶବାନା ସୟଦଙ୍କୁ ମୁମ୍ବାଇ ସ୍ଥିତ ବାସଭବନରୁ ଦୁଇ ସାକ୍ଷିଙ୍କ ଉପସ୍ଥିତିରେ ଗିରଫ କରିଛି ଏନସିବି। ଏହାସହ ଫିରୋଜଙ୍କୁ ସମନ ପଠାଇଥିବା ବେଳେ ସୋମବାର ପଚରା ଉଚରା ପାଇଁ କହିଥିବା ଜଣାପଡ଼ିଛି। ଅବୈଧ ନିଶା ଦ୍ରବ୍ୟ ରଖିଥିବା ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଏନସିବି । ଏହାସହ ୭୧୭ ଗ୍ରାମ ଗଞ୍ଜେଇ, ୭୪.୧ ଗ୍ରାମ ଚରସ ଓ ୯୫.୧ ଗ୍ରାମ ଏମଡି ସହ ଟଙ୍କା ଜବତ କରିଛି ଏନସିବି। ଗିରଫ ପୂର୍ବରୁ ଶବାନାଙ୍କୁ ଦୀର୍ଘ ସମୟ ଧରି ପଚରା ଉଚରା କରିଥିଲା ଏନସିବି। ସନ୍ଦିଗ୍ଧଙ୍କୁ ପଚରା ଉଚରା ପରେ ପ୍ରଯୋଜକଙ୍କ ନାଁ ସାମିଲ ଥିବା ଜଣାପଡ଼ିଛି। ଶନିବାର…

ଜନ୍ମଦିନରେ ନିଜ ପୁଅକୁ ହରାଇଲେ ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୀବ ନିଗମ

ମୁମ୍ବାଇ ୯/୧୧:  ଲୋକପ୍ରିୟ ହାସ୍ୟ ଅଭିନେତା ରାଜୀବ ନିଗମଙ୍କ ପୁଅ ଦେବରାଜଙ୍କ ପରଲୋକ ହୋଇଯାଇଛି। ରାଜୀବ ନିଗମଙ୍କ ଜନ୍ମଦିନରେ ହିଁ ତାଙ୍କ ପୁଅଙ୍କ ପରଲୋକ ହୋଇଯାଇଛି। ରାଜୀବଙ୍କ ପୁଅ ଲୋଖଣ୍ଡଓ୍ବାଲାର ଅନ୍ଧେରୀ ଓ୍ବେଷ୍ଟ ସ୍ଥିତ ନିଜ ଘରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ‘ହର ଶାଖ ପେ ଉଲ୍ଲୁ ବୈଠା ହୈ’ର ଅଭିନେତା ରାଜୀବ ନିଗମ ଏହି ହୃଦୟ ବିଦାରକ ଖବର ସେୟାର କରିବା ପାଇଁ ସୋସିଆଲ୍ ମିଡିଆର ସହାୟତା ନେଇଛନ୍ତି। ରାଜୀବ ନିଗମ ନିଜ ପୁଅ ଦେବରାଜଙ୍କ ସହ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ରାଜୀବ ନିଗମ ଲେଖିଛନ୍ତି ଯେ,‘ କି ସରପ୍ରାଇଜ ବାର୍ଥଡେ ଗିଫ୍ଟ? ମୋ ପୁଅ ଦେବରାଜ ଆଜି ମୋତେ ଛାଡ଼ି ଚାଲିଗଲା,ବାର୍ଥଡେ କେକ୍ ନକାଟି…ପାଗଳ ଏପରି ଗିଫ୍ଟ କେହି ଦିଏ…।’ ରାଜୀବଙ୍କ ଏହି ପୋଷ୍ଟ ତାଙ୍କର ସମସ୍ତ ପ୍ରଶଂସକ…

ଛିଡା ହୋଇଥିବା ଟ୍ରକ ପଛରୁ ପିଟିଲା ଆଉ ଏକ ଟ୍ରକ

ପାଟଣା ୦୯।୧୧: ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲା ୪୯ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, ୪୯ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଟ୍ରକ କୁ ପଛ ପଟୁ  ଆଉ ଏକ ଟ୍ରକ ଧକ୍କା ଦେଇଛି । ଯାହାଫଳରେ ପଛ ଗାଡିର ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଗୁରୁତର ଡ୍ରାଇଭରଙ୍କ ପରିଚୟ ମିଳି ନାହିଁ ।  ଗୁରୁତର ଡ୍ରାଇଭରଙ୍କୁ ଚିକିତ୍ସା ନିମନ୍ତେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭାରତ ପାଇଁ ହିତକର ସାବ୍ୟସ୍ତ ହୋଇପାରନ୍ତି ଜୋ ବାଇଡେନ୍

ନୂଆଦିଲ୍ଲୀ ୯/୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ୧୯୭୦ଦଶକରୁ ଭାରତ-ଆମେରିକା ମଧ୍ୟରେ ମଜବୁତ ସମ୍ବନ୍ଧର ରକ୍ଷକ ହୋଇ ଆସିଛନ୍ତି। ୨୦୦୮ମସିହାରେ ଦୁଇ ଦେଶ ମଧ୍ୟରେ ବେସାମରିକ ପରମାଣୁ ବୁଝାମଣା ପାଇଁ ସିନେଟର ମଞ୍ଜୁରୀ ଦେବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତଥା ଆତଙ୍କବାଦୀ ବିରୋଧୀ କେତେକ ବିଧେୟକକୁ ସେ ମଧ୍ୟ ସମର୍ଥନ କରିଥିଲେ। ୨୦୦୧ମସିହାରେ ବାଇଡେନ୍ ସିନେଟକୁ ବୈଦେଶିକ ସମ୍ବନ୍ଧ ସମିତିର ଅଧ୍ୟକ୍ଷ ଥିଲେ ଏବଂ ସେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶଙ୍କୁ ପତ୍ର ଲେଖି ଭାରତ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାର ଦାବି କରିଥିଲେ। ବେସାମରିକ ପରମାଣୁ ବୁଝାମଣାକୁ କାର୍ଯ୍ୟକାରୀ କରିବା ପାଇଁ ଯେତେବେଳେ ଦୁଇ ଦେଶ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ କଥା ଚାଲୁଥିଲା ସେତେବେଳେ ବାଇଡେନ ସିନେଟରେ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ଭାବେ ଥିଲେ। ସେହି ବୁଝାମଣା ଦୁଇ…