ଛିଡା ହୋଇଥିବା ଟ୍ରକ ପଛରୁ ପିଟିଲା ଆଉ ଏକ ଟ୍ରକ

ପାଟଣା ୦୯।୧୧: ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲା ୪୯ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ୪୯ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଟ୍ରକ କୁ ପଛ ପଟୁ  ଆଉ ଏକ ଟ୍ରକ ଧକ୍କା ଦେଇଛି । ଯାହାଫଳରେ ପଛ ଗାଡିର ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଗୁରୁତର ଡ୍ରାଇଭରଙ୍କ ପରିଚୟ ମିଳି ନାହିଁ ।  ଗୁରୁତର ଡ୍ରାଇଭରଙ୍କୁ ଚିକିତ୍ସା ନିମନ୍ତେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି ।

Related posts

Leave a Comment