ଡ୍ରଗ୍ସ ମାମଲରେ ପ୍ରଯୋଜକ ଫିରୋଜ ନଡିୟାଡଓ୍ବାଲାଙ୍କୁ ଏନସିବିର ସମନ୍‌

ମୁମ୍ବାଇ ୮/୧୧: ଡ୍ରଗ୍ସ ମାମଲାରେ ଛାନଭିନ୍‌ କରୁଥିବା ନାର୍କୋଟିକ୍ସ କଂଟ୍ରୋଲ୍‌‌ ବ୍ୟୁରୋ (ଏନସିବି) ଫିଲ୍ମ ପ୍ରଯୋଜକ ଫିରୋଜ ନଡିୟାଡଓ୍ବାଲାଙ୍କ ଘରୁ ଡ୍ରଗ୍ସ ଜବତ କରିଛି। ଏହି ମାମଲାରେ ଫିରୋଜଙ୍କ  ପତ୍ନୀ ଶବାନା ସୟଦଙ୍କୁ ମୁମ୍ବାଇ ସ୍ଥିତ ବାସଭବନରୁ ଦୁଇ ସାକ୍ଷିଙ୍କ ଉପସ୍ଥିତିରେ ଗିରଫ କରିଛି ଏନସିବି। ଏହାସହ ଫିରୋଜଙ୍କୁ ସମନ ପଠାଇଥିବା ବେଳେ ସୋମବାର ପଚରା ଉଚରା ପାଇଁ କହିଥିବା ଜଣାପଡ଼ିଛି।

ଅବୈଧ ନିଶା ଦ୍ରବ୍ୟ ରଖିଥିବା ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଏନସିବି । ଏହାସହ ୭୧୭ ଗ୍ରାମ ଗଞ୍ଜେଇ, ୭୪.୧ ଗ୍ରାମ ଚରସ ଓ ୯୫.୧ ଗ୍ରାମ ଏମଡି ସହ ଟଙ୍କା ଜବତ କରିଛି ଏନସିବି।

ଗିରଫ ପୂର୍ବରୁ ଶବାନାଙ୍କୁ ଦୀର୍ଘ ସମୟ ଧରି ପଚରା ଉଚରା କରିଥିଲା ଏନସିବି। ସନ୍ଦିଗ୍ଧଙ୍କୁ ପଚରା ଉଚରା ପରେ ପ୍ରଯୋଜକଙ୍କ ନାଁ ସାମିଲ ଥିବା ଜଣାପଡ଼ିଛି। ଶନିବାର ଏନସିବି ମୁମ୍ବାଇର ୪ଟି ସ୍ଥାନରେ ଚଢ଼ାଉ କରିଥିଲା।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲରେ ଲିଙ୍କ ଥିବା ଡ୍ରଗ୍ସ ଏଙ୍ଗଲର ଛାନ୍‌ଭିନ୍‌ କରୁଛି ଏନସିବି। ଏବେ ସୁଦ୍ଧା ଏନସିବି ସ୍କାନରରେ ବହୁ ବଡ଼ ଷ୍ଟାର ଆସିସାରିଛନ୍ତି। ସାରା ଅଲି ଖାନ, ରକୁଲ ପ୍ରୀତ ଓ ଦୀପିକା ପାଦୁକୋନଙ୍କୁ ପଚରା ଉଚରା କରିଥିଲା ଏନସିବି।

Related posts

Leave a Comment