ଦିଲ୍ଲୀରେ ଶୋଚନୀୟ ଅବସ୍ଥା

ନୂଆଦିଲ୍ଲୀ ୯/୧୧: ଦେଶର ରାଜଧାନୀ ଦିଲ୍ଲୀରେ ସବୁ ପ୍ରକାର ଉପାୟ ସତ୍ବେ ବାୟୁ ପ୍ରଦୂଷଣର ସ୍ଥିତିରେ ସୁଧାର ହେଉଥିବା ଦେଖାଯାଉ ନାହିଁ। ସୋମବାର ସକାଳେ କେତେକ ଅଞ୍ଚଳରେ ପବନର ଗୁଣବତ୍ତା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚି ଯାଇଛି। ଏହା ଦ୍ବାରା ନିଃଶ୍ବାସ ନେବାରେ ଅସୁବିଧା ହେବା ସହ ଆଖିରେ ଜ୍ବଳନ ସମସ୍ୟା ମଧ୍ୟ ସାମନାକୁ ଆସିବାରେ ଲାଗିଛି।

ଖାସ୍ କରି ବୟସ୍କ ଏବଂ ପିଲାଙ୍କ ପାଇଁ ଏହି ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି। ଆନନ୍ଦ ବିହାରରେ AQI ର ସ୍ତର ୪୮୪,ମୁଣ୍ଡକାରେ ୪୭୦,ଓଖଲା ଫେଜ ୨ରେ ୪୬୫ ଏବଂ ବଜିରପୁରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୬୮ ହେବାର ଜଣା ପଡ଼ିଥିଲା। ଏହାକୁ ସିଭିୟର କ୍ୟାଟାଗରି କୁହାଯାଉଛି ଏବଂ ଏହା ଯୋଗୁଁ ବିଭିନ୍ନ ପ୍ରକାରର ରୋଗ ହେବାର ଆଶଙ୍କା ସୃଷ୍ଟି ହେଉଛି।

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମୋବାଇଲ୍ ଆପ୍ ‘ସମୀର’ମୁତାବକ ଦିଲ୍ଲୀର ସମଗ୍ର ବାୟୁ ଗୁଣବତ୍ତା ସୂଚକାଙ୍କ ୪୨୬ ବୋଲି ଜଣା ପଡ଼ିଥିଲା ଯାହା ଗମ୍ଭୀର ଶ୍ରେଣୀରେ ଆସିଥାଏ।

Related posts

Leave a Comment