ପାଟଣା ୦୯।୧୧: କେନ୍ଦୁଝର ଜିଲ୍ଲା ପାଟଣା ସାହାରପଡ଼ା ସେକ୍ସନରେ ବନବିଭାଗର ଚଢାଉ । ଏହି ଚଢାଉରେ ଚୋରା ଶାଳ ଚୌକାଠ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଜବତ ହୋଇଛି । ଲକ୍ଷାଧିକ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି ।
ଖବର ଅନୁଯାୟୀ, ବିଳମ୍ବିତ ରାତିରେ କୌଣସି ସୁତ୍ରରୁ ଖବର ପାଇଁ କେନ୍ଦୁଝର ଡିଏଫଓଙ୍କ ନିର୍ଦ୍ଦେଶରେ ବନ ବିଭାଗର ଏକ ଟିମ୍ ଚଢାଉ କରିଥିଲେ । ଏହି ଚଢାଉରେ ଚୋରା ଶାଳ ଚୌକାଠ ବୋଝେଇ ପିକ ଅପ ଭ୍ୟାନକୁ ଜବତ କରିଛି ବନ ବିଭାଗ । ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି ।