ସବୁଠୁ କନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର ହେଲେ ଅରହମ୍

ଅହମଦାବାଦ ୧୦/୧୧: ୬ବର୍ଷ ବୟସରେ ପିଲାମାନେ ବହୁତ କଷ୍ଟରେ ଏବିସିଡି ଏବଂ ୧ରୁ ୧୦୦ଯାଏଁ ଗଣିବା ଶିଖିପାରୁଥିବାବେଳେ ଅହମଦାବାଦର ୬ବର୍ଷର ଅରହମ୍ ଓମ୍ ତଲସାନିଆ ଏପରି କାରନାମା କରିଛନ୍ତି ଯେ ବଡ଼ ବଡ଼ ସଫ୍ଟଓ୍ବେୟାର ଇଞ୍ଜିନିୟରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୬ବର୍ଷର ଏହି ଛୋଟ ପିଲାଟି କମ୍ପ୍ୟୁଟର ଦୁନିଆରେ ଏପରି କାରନାମା କରି ଦେଖାଇଛି ଯେ ଯାହା ଗିନିଜ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡ଼ରେ ସ୍ଥାନ ପାଇଛି। ଅରହମଙ୍କ ନାଁ ଗିନିଜ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡ଼ରେ ସବୁଠୁ ଯୁବ କମ୍ପ୍ୟୁଟର ପ୍ରୋଗ୍ରାମର ଭାବେ ସ୍ଥାନ ପାଇଛି। ଅରହମ୍ ତଲସାନିଆ ୬ବର୍ଷ ବୟସରେ ଶକ୍ତିଶାଳୀ ପାଇଥନ୍ ପ୍ରୋଗ୍ରାମିଂ ଭାଷା ପରୀକ୍ଷାକୁ କ୍ଲିୟର କରି ଗିନିଜ ଓ୍ବାଲର୍ଡ ରେକର୍ଡ଼ କରିଛନ୍ତି। ଏହି ପରୀକ୍ଷା ୨୦୨୦ ଜାନୁୟାରୀ ୨୩ତାରିଖରେ ମାଇକ୍ରୋସଫ୍ଟ ଦ୍ବାରା ଅଧିକୃତ ପିୟର୍ସନ ଭ୍ୟୁ ଟେଷ୍ଟ୍ ସେଣ୍ଟରରେ ଆୟୋଜିତ କରାଯାଇଥିଲା।…

କରୋନାର ଦୈନିକ ସଂକ୍ରମଣରେ ହ୍ରାସ

ନୂଆଦିଲ୍ଲୀ ୧୦।୧୧: କରୋନା ଭାଇରସର ଦୈନିକ ସଂକ୍ରମଣ ସଂଖ୍ୟା କିଛି ଦିନ କମିବା ପରେ ପୁଣି ବଢିଥିଲା । କିନ୍ତୁ ଏବେ ପୁଣି ସଂକ୍ରମଣ ସଂଖ୍ୟା କମିଛି । ଗତ ୨୪ଘଣ୍ଟାରେ ଦେଶରେ ୩୮,୦୭୪ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୋମବାର ଦିନ ୪୫,୯୦୩ ସଂକ୍ରମିତ ଚିହ୍ନଟ ହୋଇଥିଲେ ।  ପୂର୍ବ ଦିନ ଅପେକ୍ଷା ସଂକ୍ରମଣ ସଂଖ୍ୟା କମିଛି । ସେହିପରି ଦୈନିକ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପାଇଛି । ଲଗାତର ୨ୟ ଦିନ ମୃତକଙ୍କ ସଂଖ୍ୟା ୫୦୦ତଳେ ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ,  ଗତ ୨୪ଘଣ୍ଟା ମଧ୍ୟରେ କରୋନା ଭାଇରସରେ ୩୮,୦୭୪ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୮ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଭାଇରସର ମୋଟ ସଂଖ୍ୟା ୮୫,୯୧,୭୩୧ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇ…

କାହିଁକି ପାଳନ କରାଯାଏ ଧନତେରାସ ?

ଧନତେରାସ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପାଳନ କରାଯାଇଥାଏ। ଏଥର ତ୍ରୟୋଦଶୀ ନଭେମ୍ବର ୧୨ ରାତି ୯.୩୦ରୁ ପର ଦିନ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ଯାଏଁ ରହିବ। ଏହା ପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇଯିବ। ଏଥିପାଇଁ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ପୂର୍ବରୁ ଧନତେରାସ ପାଳନ କରାଯିବ। ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ପରେ ଛୋଟ ଦିପାବଳୀ ଅର୍ଥାତ୍ ନରକ ଚତୁର୍ଦ୍ଦଶୀ ଆରମ୍ଭ ହୋଇଯିବ। ଧନତେରାସ ପର୍ବ ଧନ ଏବଂ ଆରୋଗ୍ୟ ସହ ଜଡ଼ିତ। ଧନ ପାଇଁ ଏହି ଦିନ କୁବେର ପୂଜା କରାଯାଇଥାଏ ଏବଂ ଆରୋଗ୍ୟ ପାଇଁ ଧନ୍ବନ୍ତରୀ ପୂଜା କରାଯାଇଥାଏ। ଏହି ଦିନ ମୂଲ୍ୟବାନ ଧାତୁ,ନୂଆ ବାସନ ଏବଂ ଆଭୂଷଣ କିଣାକିଣିର ବିଧାନ ଥାଏ। ଧନତେରାସରେ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ ହୋଇଥାଏ। ଦିପାବଳୀ ପୂର୍ବରୁ ଲୋକେ ଘରର କୋଣକୁ ସଫା କରନ୍ତୁ…

ଜମିଜମା ବିବାଦକୁ ନେଇ ବଡ ଭାଇର କୋଦାଳ ଚୋଟରେ ସାନ ଭାଇଙ୍କ ମୃତ୍ୟୁ

ଚାନ୍ଦବାଲି ୧୦।୧୧: ଭାଇ ହେଲା ଭଗାରୀ । ଜମିଜମା ବିବାଦକୁ ନେଇ ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଂଶଡ଼। ଥାନା ଅନ୍ତର୍ଗତ କରଣପଲ୍ଲୀରେ । ବିଲରେ ଜମିକୁ ପାଣି ମାଡ଼ିବାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଫଳରେ ବଡ଼ଭାଇ ମଣ୍ଡୁ ମାଇତ ତାଙ୍କ ସାନ ଭାଇ ରାଧାଶ୍ୟାମ ମାଇତିକୁ କୋଦଳରେ ଆକ୍ରମଣ କରିଥିଲେ ।ଚିକିତ୍ସାଧିନ ଅବସ୍ଥାରେ ରାଧାଶ୍ୟାମଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାର ପକ୍ଷରୁ ବାଂଶଡା ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ବାଂଶଡ଼। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।