କରୋନାର ଦୈନିକ ସଂକ୍ରମଣରେ ହ୍ରାସ

ନୂଆଦିଲ୍ଲୀ ୧୦।୧୧: କରୋନା ଭାଇରସର ଦୈନିକ ସଂକ୍ରମଣ ସଂଖ୍ୟା କିଛି ଦିନ କମିବା ପରେ ପୁଣି ବଢିଥିଲା । କିନ୍ତୁ ଏବେ ପୁଣି ସଂକ୍ରମଣ ସଂଖ୍ୟା କମିଛି । ଗତ ୨୪ଘଣ୍ଟାରେ ଦେଶରେ ୩୮,୦୭୪ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୋମବାର ଦିନ ୪୫,୯୦୩ ସଂକ୍ରମିତ ଚିହ୍ନଟ ହୋଇଥିଲେ ।  ପୂର୍ବ ଦିନ ଅପେକ୍ଷା ସଂକ୍ରମଣ ସଂଖ୍ୟା କମିଛି । ସେହିପରି ଦୈନିକ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପାଇଛି । ଲଗାତର ୨ୟ ଦିନ ମୃତକଙ୍କ ସଂଖ୍ୟା ୫୦୦ତଳେ ରହିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ,  ଗତ ୨୪ଘଣ୍ଟା ମଧ୍ୟରେ କରୋନା ଭାଇରସରେ ୩୮,୦୭୪ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୮ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଭାଇରସର ମୋଟ ସଂଖ୍ୟା ୮୫,୯୧,୭୩୧ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ସଂଖ୍ୟା ୭୯,୫୯,୪୦୬ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ୪୨,୦୩୩ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ କରୋନା ସଂକ୍ରମିତଙ୍କ ଆକ୍ଟିଭ୍‌ ସଂଖ୍ୟା ୬ଲକ୍ଷ ତଳେ ରହିଛି । ଦେଶରେ ମୋଟ ଆକ୍ଟିଭ୍‌ କେସ୍ ବର୍ତ୍ତମାନ ୫,୦୫,୨୬୫ରହିଛି । ଗତ ୨୪ଘଣ୍ଟାରେ ଏହି ସଂଖ୍ୟା ୪,୪୦୮ କମିଛି । ସେହିପରି ଦେଶରେ ମୋଟ ବର୍ତ୍ତମାନ ପର୍ଯ୍ୟନ୍ତ ୧,୨୭,୦୫୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Related posts

Leave a Comment