ଜମିଜମା ବିବାଦକୁ ନେଇ ବଡ ଭାଇର କୋଦାଳ ଚୋଟରେ ସାନ ଭାଇଙ୍କ ମୃତ୍ୟୁ

ଚାନ୍ଦବାଲି ୧୦।୧୧: ଭାଇ ହେଲା ଭଗାରୀ । ଜମିଜମା ବିବାଦକୁ ନେଇ ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଂଶଡ଼। ଥାନା ଅନ୍ତର୍ଗତ କରଣପଲ୍ଲୀରେ । ବିଲରେ ଜମିକୁ ପାଣି ମାଡ଼ିବାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଫଳରେ ବଡ଼ଭାଇ ମଣ୍ଡୁ ମାଇତ ତାଙ୍କ ସାନ ଭାଇ ରାଧାଶ୍ୟାମ ମାଇତିକୁ କୋଦଳରେ ଆକ୍ରମଣ କରିଥିଲେ ।ଚିକିତ୍ସାଧିନ ଅବସ୍ଥାରେ ରାଧାଶ୍ୟାମଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାର ପକ୍ଷରୁ ବାଂଶଡା ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ବାଂଶଡ଼। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

Leave a Comment