ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆଶ୍ବସ୍ତି : ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୧୧/୧୧ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆଶ୍ବସ୍ତି । ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କ ସମେତ ଆଉ ୨ ଜଣଙ୍କୁ ମଧ୍ୟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ସୂଚନା ଅନୁସାରେ ୨୦୧୮ରେ ଇଣ୍ଟରିଅର ଡିଜାଇନର ଅନଭୟ ନାଏକ ଏବଂ ତାଙ୍କ ମାଙ୍କ ଆତ୍ମହତ୍ୟା ମାମଲାରେ ରିପବ୍ଲିକ ଟିଭିର ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ, ସେ ରହୁଥିବା ଘରୁ ଉଠାଇ ନେଇଥିଲା ମୁମ୍ବାଇ ପୋଲିସ । ପରେ ମୁମ୍ବାଇ ସେସନ କୋର୍ଟ ମାମଲାର ବିଚାର କରି ଅର୍ଣ୍ଣବଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ଗିରଫକୁ ବେଆଇନ ଦର୍ଶାଇ ମୁମ୍ବାଇ ସେସନ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ସୁଦ୍ଧା ତାହା ଖାରଜ ହୋଇଯାଇଥିଲା । ଏହା ପରେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ…

ଭୁବନେଶ୍ବରରୁ ଆଉ ୫୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର ୧୧।୧୧: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୫୯ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୯୬ରେ ପହଞ୍ଚିଛି । ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୫ ଜଣ ରହିଥିବା ବେଳେ ୫୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୭୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୮୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୭୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୮୯୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୮୫ ଜଣଙ୍କର ମୃତ୍ୟୁ ହୋଇଛି ।

ରାନୁ ମଣ୍ଡଲଙ୍କ ଭାଗ୍ୟ ଖୋଲିବ!

ମୁମ୍ବାଇ ୧୧/୧୧: ଟିଭି ଶୋ ‘ରାମାୟଣ’ର ସୀତା ଓରଫ ଦୀପିକା ଚିଖଲିୟା ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ରାନୁ ମଣ୍ଡଲ ପ୍ରଶଂସକଙ୍କୁ ନିଜ ନୂଆ ପ୍ରୋଜେକ୍ଟ ବିଷୟରେ ସୂଚନା ଦେଉଥିବାର ନଜର ଆସିଛନ୍ତି। ଫିଲ୍ମ ‘ସରୋଜିନୀ’ରେ ଦୀପିକା ଚିଖଲିୟା,ସରୋଜିନୀ ନାଇଡ଼ୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଗୀତ ରାନୁ ମଣ୍ଡଲ ଗାଇବେ। ଭିଡିଓ ସେୟାର କରି ଦୀପିକା ଚିଖଲିୟା ଲେଖିଛନ୍ତି ଯେ ,‘ ମୋ ଫିଲ୍ମ,ସରୋଜିନୀ,ଧୀରଜ ମିଶ୍ରାଙ୍କ ଦ୍ବାରା ଲେଖାଯାଇଛି। ଏହି ଫିଲ୍ମର ଗୀତକୁ ରାନୁ ମଣ୍ଡଲ ଗାଇବେ।’ ଭିଡିଓରେ ରାନୁ ମଣ୍ଡଲ କହୁଥିବାର ନଜର ଆସିଛନ୍ତି ଯେ ସେ ଧୀରଜ ମିଶ୍ରାଙ୍କ ଫିଲ୍ମ ସହ ଯୋଡ଼ି ହେବାକୁ ଯାଉଛନ୍ତି। ଫିଲ୍ମର ସବୁ ଗୀତରେ ତାଙ୍କରି କଣ୍ଠସ୍ବର ରହିବ। ତାଙ୍କୁ ଆଶା ରହିଛି ଯେ ତାଙ୍କୁ ସେହି ପ୍ରେମ ଏବଂ ସମ୍ମାନ ମିଳିବ…

ହ୍ବାଟ୍ସଆପ୍‌ରେ ସପିଂ କରିବା ଆହୁରି ହେବ ସହଜ, ଆସିଲା ନୂଆ ଫିଚର

ନୂଆଦିଲ୍ଲୀ ୧୧/୧୧: ଆହୁରି ମଜଭୁତ୍‌ ହେବ ହ୍ବାଟ୍ସଆପ୍‌ରେ ବିଜନେସ୍‌ ଫିଚ୍‌ର। ଆପ୍‌ରେ ଏବେ ଆଡ୍‌‌ ହେବ ଆଉ ଏକ ସପିଂ ବଟନ୍‌। ଏହି ବଟନ୍‌ ଜରିଆରେ ଏବେ ୟୁଜର ବିଜନେସ୍‌ କାଟେଲଗ୍‌ ଦେଖିପାରିବେ। କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ଓ ବସ୍ତୁ ସମ୍ପର୍କରେ ଜାଣିବା ୟୁଜରଙ୍କ ପାଇଁ ସହଜ ହୋଇଯିବ। ପ୍ରତିଦିନ ୧୭.୫ କୋଟି ୟୁଜର ହ୍ବାଟ୍ସଆପ୍‌ ବିଜନେସ୍‌ ଆକାଉଣ୍ଟରେ ମେସେଜ୍‌ କରୁଛନ୍ତି। ପ୍ରତି ମାସ ୪ କୋଟି ୟୁଜର ବିଜନେସ୍‌ କାଟେଲଗ୍‌ ଦେଖୁଛନ୍ତି। ସେଥିମଧ୍ୟରୁ ୩୦ ଲକ୍ଷ ଲୋକ କେବେଳ ଭାରତର । ଫେଷ୍ଟିଭ୍‌ ସିଜ୍‌ନରେ ଲୋକେ ଅନଲାଇନ୍‌ ସପିଂ କରିବାକୁ ପସନ୍ଦ କରନ୍ତି। ଏହା ସହ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ସେବା ସହ ସାମଗ୍ରୀ ସମ୍ପର୍କରେ ସର୍ଚ୍ଚ କରନ୍ତି। ତେଣୁ ଏହି ଅନୁଭବକୁ ସୁନ୍ଦର କରିବା ପାଇଁ କମ୍ପାନୀ ପକ୍ଷରୁ ହ୍ବାଟ୍ସଆପ୍‌ରେ କିଛି ନୂଆ…

କରୋନା ସଂକ୍ରମଣ ନେଇ କେଜ୍ରିଓ୍ଵାଲ ସରକାରଙ୍କୁ ତାଗିଦ୍ କଲେ ହାଇକୋର୍ଟ

ନୂଆଦିଲ୍ଲୀ ୧୧।୧୧: କରୋନା ଭାଇରସ୍‌ର ତୃତୀୟ ଲହରିର ସମ୍ମୁଖୀନ ହେଉଥିବା ଦିଲ୍ଲୀକୁ ଅନଲକ୍‌ କରିବା ନେଇ ହାଇକୋର୍ଟ କେଜ୍ରିଓ୍ଵାଲ ସରକାରଙ୍କୁ ତାଗିଦ୍ କରିଛନ୍ତି। କୋର୍ଟ କହିଛନ୍ତି, ଅନ୍ୟ ରାଜ୍ୟ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି କଟକଣା ଜାରି ରଖିଛନ୍ତି, କିନ୍ତୁ ଦିଲ୍ଲୀକୁ ଲଗାତାର ଅନଲକ୍ କରାଯାଉଛି। କୋର୍ଟ କେଜ୍ରିଓ୍ଵାଲ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଣ ସରକାର ସଂକ୍ରମଣ ଦୁଇ ଗୁଣ ହେବାକୁ ଅପେକ୍ଷା କରିଛନ୍ତି। କୋର୍ଟ କେଜ୍ରିଓ୍ଵାଲ ସରକାରଙ୍କୁ ରିପୋର୍ଟ ଦାଖଲ କରି ଗତ ଦୁଇ ସପ୍ତାହରେ କରୋନାକୁ କାବୁ କରିବା ପାଇଁ କଣ କଣ ପଦକ୍ଷେପ ନେଇଛନ୍ତି ତାହା ଦର୍ଶାଇବାକୁ ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ଵର ୧୮ରେ ହେବ। ଦିଲ୍ଲୀରେ କରୋନାର ବଢୁଥିବା ସଂକ୍ରମଣ ମାମଲା ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କଠୋର ଟିପ୍ପଣୀ କରି କହିଛନ୍ତି, ଦିଲ୍ଲୀରେ ପ୍ରତି…

ଖୁଚୁରା କ୍ଷେତ୍ରରେ ବ୍ୟାପକ ରିହାତି ସହ ଧମକା କରିବେ ଅମ୍ବାନୀ

ମୁମ୍ବାଇ : ଭାରତର ନାମୀ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲମିଟେଡ୍ ଅନଲାଇନ ରିଟେଲ ସେକ୍ଟରରେ ପ୍ରବେଶ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି। ଦିବାଲୀ ସେଲ ମାଧ୍ୟମରେ ରିଲାଏନ୍ସ ଇ-କମର୍ସ ବଜାରରେ ପ୍ରବେଶ କରିବାକୁ ଯାଉଥିବା ବେଳେ ବଜାରରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଫ୍ଲିପକାର୍ଟ ଓ ଆମାଜନକୁ କଡ଼ା ଟକ୍କର ଦେବେ ବୋଲି ଜଣାପଡିଛି। ଭାରତୀୟ ଇ-କମର୍ସ ବଜାରକୁ ଆମାଜନ ଓ ଫ୍ଲିପ୍ କାର୍ଟ ଦୀର୍ଘ ବର୍ଷରୁ କବଳିତ କରି ରଖିଛନ୍ତି। ଏଣୁ ରିଲାଏନ୍ସ ବମ୍ପର ଡିସ୍କାଉଣ୍ଟ ମାଧ୍ୟମରେ ନିଜ ଲାଗି ନୂଆ ବଜାର ତିଆରି କରିବା ଯୋଜନାରେ ଥିବା ଜଣାପଡିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌  ଜିଓ ଜରିଆରେ ଟେଲିକମ୍ୟୁନିକେସନ ବଜାରକୁ ପ୍ରବେଶ କରିଥିଲେ। ନୂଆନୂଆ ବଜାର ପ୍ରବେଶ ବେଳେ ଶସ୍ତାରେ ଡାଟା ଓ ଫ୍ରି କଲିଂ ସେବା ଦେଇ ଦେଶର ମୋଟ ବଜାରକୁ ହାତେଇ ନେଇଥିଲେ। ଏବେ ରିଲାଏନ୍ସ ଠିକ୍‌ ସେହି ନୀତି…