୮ଟି ଶିଶୁଙ୍କୁ ହତ୍ୟା ଏବଂ ୧୦ଟି ଶିଶୁଙ୍କ ହତ୍ୟା ଷଡ଼ଯନ୍ତ୍ର

ୟୁକେରେ ଜଣେ ୩୦ବର୍ଷ ବୟସ୍କା ନର୍ସ ଲୁସି ଲେଟବିଙ୍କ ବିରୋଧରେ ୮ଟି ଶିଶୁଙ୍କ ହତ୍ୟାର ଅଭିଯୋଗ ହୋଇଛି। ପୋଲିସର କହିବା ଅନୁସାରେ ଲୁସିଙ୍କ ଉପରେ ଏହା ବ୍ୟତୀତ ୧୦ଟି ଶିଶୁଙ୍କୁ ହତ୍ୟା ଉଦ୍ୟମ କରିବାର ଅଭିଯୋଗ ମଧ୍ୟ ଲାଗିଛି। ଲୁସିଙ୍କ ବିରୋଧରେ ଏହା ପୂର୍ବରୁ ମଧ୍ୟ ଅଭିଯୋଗ ଲାଗି ସାରିଛି ଏବଂ ପୋଲିସ୍ ଏହି ମାମଲାରେ ତାଙ୍କ ଘରର ତଲାସି ମଧ୍ୟ ନେଇ ସାରିଛି। ଚେଷ୍ଟର ହସ୍ପିଟାଲରେ ୨୦୧୫ମସିହାରୁ ୨୦୧୬ମସିହା ମଧ୍ୟରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୧୦ପ୍ରତିଶତ ବଢ଼ି ଯାଇଥିଲା। ତଦନ୍ତରୁ ସାମନାକୁ ଆସିଥିଲା ଯେ ହୃତପିଣ୍ଡ କିମ୍ବା ଫୁସଫୁସ୍ ଅକାମି ହୋଇଯିବା ଯୋଗୁଁ ଶିଶୁଙ୍କ ମୃତ୍ୟୁ ଘଟୁଥିଲା ଯାହାକୁ ପୁଣି ଥରେ ସକ୍ରିୟ କରିବା ଅସମ୍ଭବ ହେଉଥିଲା। ଏହା ମଧ୍ୟ କୁହାଯାଇଥିଲା ଯେ ଏହି ମୃତ ଶିଶୁଙ୍କ ହାତ ଏବଂ ଗୋଡ଼ରେ ଅଦ୍ଭୁତ ଦାନା ମଧ୍ୟ…

ଅର୍ଥନୀତି ଉପରେ କରୋନା ଛାଇ

ନୂଆଦିଲ୍ଲୀ, ୧୨|୧୧:  ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଅର୍ଥାତ ଜୁଲାଇରୁ ସେପ୍ଟେମ୍ବରରେ ଦେଶର ଘରୋଇ ଉତ୍ପାଦ ବା ଜିଡିପି ଗତ ବର୍ଷ ତୁଳନାରେ ୮.୬ ପ୍ରତିଶତ ଯାଏଁ କମ୍ ହୋଇପାରେ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଜଣେ ଅଧିକାରୀ ନିଜର ଏକ ରିପୋର୍ଟରେ ପୂର୍ବାନୁମାନ କରିଛନ୍ତି । ଏହି ରିପୋର୍ଟ ଆରବିଆଇର ମାସିକ ବୁଲେଟିନରେ ପ୍ରକାଶିତ ହୋଇଛି । ରିପୋର୍ଟ ଅନୁସାରେ, କରୋନା ଓ ଲକଡାଉନ୍ ପାଇଁ ଏପରି ସ୍ଥିତି ଉପୁଜିଛି । କୁହାଯାଉଛି ଯେ, ଲଗାତର ଦ୍ୱିତୀୟ ତ୍ରୈମାସିକରେ ଜିଡିପି ହ୍ରାସ ପାଇବା ଦ୍ୱାରା ଦେଶ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଘେରରେ ରହିଛି । ତେବେ ଭଲ କଥା ହେଉଛି ଯେ, ବିଭିନ୍ନ ଆର୍ଥିକ ଗତିବିଧି ଧିରେ ଧିରେ ଆରମ୍ଭ ହୋଇଛି । ଏପରିକି ଏହି ସ୍ଥିତି ଅତି ଶୀଘ୍ର…

ବାଲିକା ବଧୂଙ୍କୁ ହେଲା ପ୍ରେମ

ମୁମ୍ବାଇ ୧୨/୧୧: କମ୍ ବୟସରେ ଟିଭି ଧାରାବାହିକ ‘ବାଳିକା ବଧୂ’ରେ ଆନନ୍ଦି ଭୂମିକାରେ ଘରେ ଘରେ ଲୋକପ୍ରିୟ ହୋଇଥିବା ଅବିକା ଗୌର ନିକଟରେ ନିଜର ଜବରଦସ୍ତ ଟ୍ରାନ୍ସଫର୍ମେସନଯୋଗୁଁ ଚର୍ଚ୍ଚାରେ ଆସିଥିଲେ। ସେ ନିଜର ୧୩କିଲୋ ଓଜନ କମ୍ କରିଛନ୍ତି। ଏବେ ଅବିକା ନିଜ ଲଭ ଲାଇଫ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି। ଅବିକା ସୋସିଆଲ ମିଡିଆରେ ରୋଡିଜର ଏକ୍ସ କଣ୍ଟେଷ୍ଟାଣ୍ଟ ଏବଂ ସୋସିଆଲ ଆକ୍ଟିଭିଷ୍ଟ ମିଲିନ୍ଦ ଚାନ୍ଦଓ୍ବାନିଙ୍କ ସହ ନିଜ ରିଲେସନଶିପକୁ କନଫର୍ମ କରିଛନ୍ତି। ଅବିକା ଏକ ଲମ୍ବା ଚଉଡ଼ା ପୋଷ୍ଟ୍ ସେୟାର କରିଛନ୍ତି ଏବଂ ମିଲିନ୍ଦଙ୍କ ସହ ଗୋଆ ହଲିଡେର କିଛି ଫଟୋ ସେୟାର କରି ଲେଖିଛନ୍ତି ଯେ ‘ମୋ ପ୍ରାର୍ଥନା ସ୍ବୀକାର ହେଲା। ମୋତେ ମୋ ଜୀବନର ପ୍ରେମ ମିଳିଗଲା। ଏହି ଦୟାଳୁ ବ୍ୟକ୍ତି ମୋର ଏବଂ ମୁଁ ତାର। ସବୁଦିନ ପାଇଁ। ଆମେ ସମସ୍ତେ…

ଉଦୟପୁରରେ ଧୁମଧାମରେ ହେଲା କଙ୍ଗନାଙ୍କ ଭାଇ ଅକ୍ଷତଙ୍କ ବିବାହ

ମୁମ୍ବାଇ ୧୨/୧୧: କଙ୍ଗନା ରନୌତଙ୍କ ଭାଇ ଅକ୍ଷତ ରିତୁ ସାଙ୍ଗଓ୍ବାନଙ୍କୁ ବିବାହ କରିଛନ୍ତି। ଉଦୟପୁରର ଲୀଳା ପ୍ୟାଲେସରେ ହୋଇଥିବା ଏହି ବିବାହର ଫଟୋ କଙ୍ଗନା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି,‘ପ୍ରିୟ ବନ୍ଧୁଗଣ,ତାଙ୍କ ଭାଇ ଅକ୍ଷତ ଏବଂ ବୋହୂ ରିତୁଙ୍କୁ ଆଶୀର୍ବାଦ ଦିଅନ୍ତୁ।’ବିବାହର ଥିମ୍ ରଜଓ୍ବାଡ଼ା ରଖାଯାଇଥିଲା। କଙ୍ଗନା ରନୌତ ଏହା ପୂର୍ବରୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ,ଯେଉଁଥିରେ ସେ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ରାଜସ୍ଥାନୀ ଲୋକଗୀତରେ ଝୁମି ଝୁମି ଡାନ୍ସ କରୁଥିବା ନଜର ଆସିଛନ୍ତି। କଙ୍ଗନା ଭିଡିଓର କ୍ୟାପସନରେ ଏହି ଇଭେଣ୍ଟକୁ ନିଜ ପରିବାର ପାଇଁ ବଡ଼ ଦିନ କହିଥିବାବେଳେ ଜାମିନରେ ମୁକୁଳିଥିବା ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ସ୍ବାଗତ କରିଛନ୍ତି। କଙ୍ଗନା ମେହେନ୍ଦୀ ସେରେମନିର କିଛି ଫଟୋ ମଧ୍ୟ ସେୟାର କରିଥିଲେ ଯେଉଁଥିରେ ଗୋଟିଏରେ ଅକ୍ଷତ…

ଅନଲାଇନ୍ ଗେମ୍‌ରେ ହାରିଗଲେ ବଡ ଭାଇ ଟଙ୍କା ମାଗିବାରୁ ସାନ ଭାଇ କଲା ହତ୍ୟା

ଜୟପୁର ୧୨।୧୧: କୋରାପୁଟ ପଟ୍ଟାଙ୍ଗୀରେ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପଟ୍ଟାଙ୍ଗୀ ପୋଲିସ । ଘଟଣାର ମାଷ୍ଟର ମାଇଣ୍ଡ ଅନୀଲ ପାଢ଼ୀ, ଜଣେ ସୁପାରୀ କିଲରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ଠାରୁ ଗୋଟିଏ କାର୍, ଗୋଟିଏ ବୁଲେଟ୍ ସହ କିଛି ଗ୍ଲୋଭସ ମଧ୍ୟ ଜବତ ହୋଇଛି । ଅନଲାଇନ ଗେମରେ ବକେୟା ଟଙ୍କା ଆଦାୟକୁ ନେଇ ଘଟିଥିଲା ହତ୍ୟାକାଣ୍ଡ । ଅଭିଯୋଗ ଅନୁସାରେ ଅନୀଲଙ୍କ ଭାଇ ସୁନୀଲ ପାଢୀ ପଟ୍ଟାଙ୍ଗୀର ଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରୀଙ୍କ ନିକଟରେ ଅନଲାଇନ୍ ଗେମ୍ ଖେଳି ପ୍ରାୟ ୩ ଲକ୍ଷ ଟଙ୍କା ହାରି ଯାଇଥିଲେ । ଗଙ୍ଗା ପ୍ରସାଦ  ବାରମ୍ବାର ଏହି ଟଙ୍କା ସୁନୀଲଙ୍କୁ ମାଗୁଥିଲେ । ହେଲେ ପାଖରେ ଟଙ୍କା ନଥିବାରୁ ସୁନୀଲ ଏହା ଦେଇ ପାରୁନଥିଲେ । ପରେ…

ପଥର ଓ ମୋରମର ଚୋରା କାରବାର

ନୀଳଗିରି ୧୨।୧୧: ନୀଳଗିରି ଅଞ୍ଚଳରେ ବଢିଚାଲିଛି ଚୋରା ପଥର ଓ ମୋରମ କାରବାର । ବାଲେଶ୍ୱର ଜିଲ୍ଲା ରାଜସ୍ୱ ବିଭାଗ ଓ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ଏହି ଅଞ୍ଚଳରେ ବଢିଚାଲିଛି ଚୋରା କାରବାର । ପୋଲିସ ପାଟ୍ରୋଲିଂ କରୁଥିବା ସତ୍ୱେ ବି ଲଗାମ ଲାଗିପାରୁନି । ଥାନା ଆଗରେ ଶହ ଶହ ଗାଡି ଚୋରା ସାମଗ୍ରୀ ନେଇ ଯାଉଛନ୍ତି । ତେବେ ଏପରି ରାଜସ୍ୱହାନୀକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ବାଲେଶ୍ୱର ଜିଲ୍ଲାରେ ନୀଳଗିରି ରାଜସ୍ୱ ବିଭାଗ ଓ ପୋଲିସ ପ୍ରସାସନ ମଧ୍ୟରେ ସମନ୍ୱୟର ଅଭାବ କାହାକୁ ଅଛପା ନାହିଁ । ଏକଥା ନିଜେ ଉପଜିଲ୍ଲାପାଳ ଓ ତହସିଲଦାର ମଧ୍ୟ ସ୍ୱୀକାର କରିଛନ୍ତି । ଯାହାର ସୁଯୋଗ ନେଇ ଭରପୁର ଫାଇଦା ଉଠାଉଛନ୍ତି ମୋରମ, ପଥର, ବାଲି ମାଫିଆ । ସୋନନଦୀରୁ ଦୈନଦିନ…