ଆଜି ଧନତେରାସ : ଜାଣନ୍ତୁ ଧନଲାଭ ପାଇଁ ଉପାୟ

ଆଜି ହେଉଛି ଧନତେରାସ। ଦୀପାବଳି ପର୍ବ ଧନତେରାସରୁ ଆରମ୍ଭ ହୋଇଥାଏ। ଶାସ୍ତ୍ର ଅନୁସାରେ ଧନତେରାସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ଚିକିତ୍ସକ ଭଗବାନ ଧନ୍ବନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଧନତେରାସ ଭଗବାନ ଧନ୍ବନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ବର୍ଷା କରିବାର ପର୍ବ ଅଟେ। ଧନତେରାସ ଦିନ ଧନ ପ୍ରାପ୍ତି ଏବଂ ସମସ୍ୟାକୁ ଦୂର କରିବା ପାଇଁ କିଛି ଉପାୟ କରାଯାଇଥାଏ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ ଧନତେରାସ ଦିନ ଚାନ୍ଦି କିଣିବାର ପ୍ରଥା ରହିଛି। ଯଦି ସମ୍ଭବ ନ ହେବ ତେବେ କୌଣସି ବାସନ କିଣନ୍ତୁ। ବିଶ୍ବାସ ଅନୁସାରେ ଏହା ଚନ୍ଦ୍ରମାର ପ୍ରତୀକ ହୋଇଥାଏ ଯାହା ମନକୁ ସନ୍ତୋଷ ଏବଂ ଶୀତଳତା ପ୍ରଦାନ କରିଥାଏ। ସନ୍ତୋଷକୁ ସବୁଠୁ ବଡ଼ ଧନ କୁହାଯାଇଥାଏ। ଏହି ଦିନ ଆପଣଙ୍କୁ ନିଜ ଘରେ କିମ୍ବା…

ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର ୧୩।୧୧: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୦୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୯୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୨ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଓ ଢ଼େଙ୍କାନାଳ ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୋଳ, କନ୍ଧମାଳ, କୋରାପୁଟ, ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୦୭୦୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୭୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ…

କରୋନା ଭାକସିନ୍‌ର ୪ କୋଟି ଡୋଜ୍ ପ୍ରସ୍ତୁତ

ନୂଆଦିଲ୍ଲୀ, ୧୩|୧୧:  କରୋନା ଭାଇରସ ଭାକସିନର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ୪ କୋଟି ଡୋଜ୍ ପ୍ରସ୍ତୁତ କରିସାରିଛି । କମ୍ପାନୀ ଅକ୍ସଫୋର୍ଡ-ଆଷ୍ଟ୍ରାଜେନକାର ଭାକସିନ୍ କୋଭିସିଲ୍ଡର ଉତ୍ପାଦନ କରୁଛି । ସିରମ୍ ଇନଷ୍ଟିଚ୍ୟୁଟ୍ ୨୦୨୧ ସୁଦ୍ଧା ୨୦ରୁ ୩୦ କୋଟି ଡୋଜର ଷ୍ଟକ୍ ପ୍ରସ୍ତୁତ କରିପାରିବ ବୋଲି ସୂଚନା ମିଳିଛି । ଏହାର ଅଧା ଡୋଜ୍ ସ୍ଥାନୀୟ ଲୋକଙ୍କୁ ପ୍ରଦାନ କରାଯିବ । ୟୁକେରେ ବିକଶିତ ହୋଇଥିବା ଏହି ଭାକସିନକୁ ଲଣ୍ଡନ ବ୍ୟତୀତ ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଟ୍ରାଏଲ କରାଯାଉଛି । ଏସଆଇଆଇ ଓ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଗୁରୁବାର କହିଛନ୍ତି ଯେ, କୋଭିସିଲ୍ଡର ଫେଜ୍ ୩ ଟ୍ରାଏଲ ପାଇଁ ଦେଶରେ ୧୬୦୦ଜଣ ପଞ୍ଜିକରଣ କରିଛନ୍ତି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲର…

ମଦରେ ଭାସିଲା ଗାଁ ଦାଣ୍ଡ

ଆଠଗଡ଼୧୩/୧୧: ମଦରେ ଭାସିଲା ଗାଁ ଦାଣ୍ଡ।  ଏହି ଦୃଶ୍ୟ କେଉଁ ଉପାନ୍ତ ଅଞ୍ଚଳର ନୂହେଁ । କଟକ ଜିଲ୍ଲା ଆଠଗଡ ଅଞ୍ଚଳର ଦେଶୀ ମଦର କୁଟୀର ଶିଳ୍ପ ଭାବେ ପରିଚିତ କରୋଙ୍ଗା ଗାଁରେ ଏମିତି ଘଟଣା ଦେଖିବାକୁ ମିଳିଛି। କଟକ ଜିଲ୍ଲାର ଅବକାରୀ ଓ ପ୍ରଶାସନ ପକ୍ଷରୁ ମିଳିତ ଚଢାଉ କରାଯାଇ ହଜାର ହଜାର ଲିଟର ମଦ ପୋଚ ନଷ୍ଟ କରିବା ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଏହି ଗାଁରେ ଖୁଲୁମଖୁଲା ଦେଶୀ ମଦ ରନ୍ଧା ଦୀର୍ଘ ଦିନ ଧରି ରନ୍ଧା ହେଉଥିଲେ ମଧ୍ୟ ସଂପୂର୍ଣ୍ଣ ବନ୍ଦ କରିପାରୁନି ଅବକାରୀ ବିଭାଗ । କିଛି ଦିନ ତଳେ ଏହି ଗାଁରେ ଜେସିବି ଲଗାଇ ମଦ ଭାଟି ବନ୍ଦ୍ କରିଥିଲେ ମଧ୍ୟ ଦିନ କେଇଟାରେ ପୁଣି ଭାଟି ଚାଲୁଥିଲା । ମଦର ପରିମାଣ ଏତେ ଥିଲା…

ରାଜ୍ୟରେ ଚିହ୍ନଟ ହେଲେ ୧୦୧୮ କରୋନା ସଂକ୍ରମିତ

ଭୁବନେଶ୍ବର ୧୩।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୧୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୭୦୦୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୮୫ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୩୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୫ଜଣ, ବାଲେଶ୍ୱର ଜିଲ୍ଲାରୁ ୨୪ଜଣ, ବରଗଡ଼ ଜିଲ୍ଲାରୁ ୨୭ଜଣ, ଭଦ୍ରକ ଜିଲ୍ଲାରୁ ୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୭ଜଣ, ବୌଦ୍ଧ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୭୩ଜଣ, ଦେଓଗଡ଼ ଜିଲ୍ଲାରୁ ୪ଜଣ, ଢେଙ୍କାନାଳ ଜିଲ୍ଲାରୁ…