ଆଠଗଡ଼୧୩/୧୧: ମଦରେ ଭାସିଲା ଗାଁ ଦାଣ୍ଡ। ଏହି ଦୃଶ୍ୟ କେଉଁ ଉପାନ୍ତ ଅଞ୍ଚଳର ନୂହେଁ । କଟକ ଜିଲ୍ଲା ଆଠଗଡ ଅଞ୍ଚଳର ଦେଶୀ ମଦର କୁଟୀର ଶିଳ୍ପ ଭାବେ ପରିଚିତ କରୋଙ୍ଗା ଗାଁରେ ଏମିତି ଘଟଣା ଦେଖିବାକୁ ମିଳିଛି। କଟକ ଜିଲ୍ଲାର ଅବକାରୀ ଓ ପ୍ରଶାସନ ପକ୍ଷରୁ ମିଳିତ ଚଢାଉ କରାଯାଇ ହଜାର ହଜାର ଲିଟର ମଦ ପୋଚ ନଷ୍ଟ କରିବା ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି।
ଏହି ଗାଁରେ ଖୁଲୁମଖୁଲା ଦେଶୀ ମଦ ରନ୍ଧା ଦୀର୍ଘ ଦିନ ଧରି ରନ୍ଧା ହେଉଥିଲେ ମଧ୍ୟ ସଂପୂର୍ଣ୍ଣ ବନ୍ଦ କରିପାରୁନି ଅବକାରୀ ବିଭାଗ । କିଛି ଦିନ ତଳେ ଏହି ଗାଁରେ ଜେସିବି ଲଗାଇ ମଦ ଭାଟି ବନ୍ଦ୍ କରିଥିଲେ ମଧ୍ୟ ଦିନ କେଇଟାରେ ପୁଣି ଭାଟି ଚାଲୁଥିଲା । ମଦର ପରିମାଣ ଏତେ ଥିଲା ଯେ ଗାଁ ଦାଣ୍ଡରେ ବର୍ଷା ପାଣି ଭଳି ମଦର ବନ୍ୟା ଦେଖିବାକୁ ମିଳିଥିଲା । ତେବେ ଦେଖିବାକୁ ବାକି ରହିଲା କେବେ ଏହି ଗାଁରୁ ସଂପୂର୍ଣ୍ଣ ମଦଭାଟି ବନ୍ଦ ହେଉଛି ।