ରାଜଧାନୀରେ ବାଣ ମନା : କେହି ବିକ୍ରି କରୁଥିବା କିମ୍ବା ଫୁଟାଉଥିବା ଦେଖିଲେ ୧୦୦ରେ କଲ୍ କରି ଜଣାନ୍ତୁ

ଭୁବନେଶ୍ୱର,୧୪/୧୧: ଆଜି ହେଉଛି ଆଲୋକର ଉତ୍ସବ ଦୀପାବଳି । କିନ୍ତୁ ଏ ବର୍ଷ କରୋନା ପାଇଁ ଦୀପାବଳି କେବଳ ଦୀପ ଜାଳିବାରେ ସୀମିତ ରହିବ । ସରକାର ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ।ଏହାସହ ବାଣ କଟକଣାକୁ କଡ଼ାକଡି଼ ଭାବେ ଲାଗୁ କରିବାକୁ ଆକ୍ସନ ପ୍ଲାନ ତିଆରି କରିଛି କମିଶନରେଟ୍‌ ପୋଲିସ । ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି । ସହରରେ ଦୀପାବଳି ପାଇଁ ୧୭ ପ୍ଲାଟୁନ୍‌ ଫୋର୍ସ ମୁତୟନ କରିବାକୁ ଯୋଜନା ରହିଛି । ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ରାଜଧାନୀରେ ବାଣ ଫୁଟାଇବା ନିଷିଦ୍ଧ ରହିଛି। କେହି ନିୟମ ଉଲଙ୍ଘନ କଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନା ସଙ୍କଟକୁ ନଜରରେ ରଖି ବାଣ ଫୁଟାଇବାରୁ ରାଜଧାନୀବାସୀ ନିବୃତ୍ତ ରହିବାକୁ ସେ ଅନୁରୋଧ କରିଛନ୍ତି। ଯଦି…

ଦୀପାବଳି ପରେ ଆହୁରି ବଢିବ ସୋରିଷ ତେଲ ଦର

ନୂଆଦିଲ୍ଲୀ ୧୪/୧୧ : କରୋନା ମହାମାରୀ ସଙ୍କଟ ସମୟରେ ସାଧାରଣ ଜନତାଙ୍କ ସମସ୍ୟା ଲଗାତାର ବଢ଼ିବାରେ ଲାଗିଛି। ପନିପରିବା, ଡାଲି, ଆଳୁ, ପିଆଜ ଆଦି ମହଙ୍ଗା ହେବାପରେ ବର୍ତ୍ତମାନ ଖାଇବା ତେଲର ମହଙ୍ଗା ଦର ଲୋକଙ୍କ ଚିନ୍ତା ବଢ଼ାଇଛି। ତେଲ ବ୍ୟବସାୟୀ କହିବାନୁଯାୟୀ, ଦୀପାବଳି ପରେ ତେଲ ଦାମ ୧୬୦ ଟଙ୍କା ପାର କରିପାରେ। ଦୀପାବଳି ପରେ ବିବାହ ବ୍ରତ ଆଦି ଆରମ୍ଭ ହୋଇଯିବ। ଯାହାଫଳରେ ତେଲର ଚାହିଦା ମଧ୍ୟ ବଢ଼ିଯିବ। ମିଶ୍ରଣ ବନ୍ଦ ହେବା ଯୋଗୁଁ ଅସଲି ସୋରିଷ ତେଲରୁ କୌଣସି ଲାଭ ବାହାରୁନି। ସେଥିପାଇଁ ଦାମ ବଢାଇବା ଛଡା ଆଉ କୌଣସି ବିକଳ୍ପ ନାହିଁ। ଅନ୍ତରାଷ୍ଟ୍ରୀୟ ସ୍ଥରରେ ମଧ୍ୟ ତେଲ ଦର ବୃଦ୍ଧି ହୋଇଥିବାରୁ ଏହାର ପ୍ରଭାବ ସୋରିଷ ତେଲ ଉପରେ ପଡୁଛି। ଗତ ବର୍ଷେ ମଧ୍ୟରେ ଖାଇବା ତେଲ ଦରରେ ୨୫ ରୁ…

ଇଟାଲୀରେ ଅସମ୍ଭାଳ କରୋନା ସ୍ଥିତି

ରୋମ୍ ୧୪/୧୧: ଇଟାଲୀରେ ପୁଣି ଥରେ କରୋନା ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଗୋଟିଏ ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ରାଗ ଏବଂ ଅସନ୍ତୋଷ ଦେଖା ଦେଇଛି ଯେଉଁଥିରେ ଜଣେ ରୋଗୀଙ୍କ ଶବକୁ ହସ୍ପିଟାଲର ଟୟେଲେଟରେ ଦେଖାଯାଇଛି। କୁହାଯାଉଛି ଯେ ମୃତ ବ୍ୟକ୍ତି କରୋନାରେ ପୀଡ଼ିତ ଥିଲେ। ଇଟାଲୀର ବୈଦେଶିକ ମନ୍ତ୍ରୀଙ୍କ କହିବା ଅନୁସାରେ ଇଟାଲୀର କେତେକ ଅଞ୍ଚଳରେ କରୋନା ମହାମାରୀ ଯୋଗୁଁ ସ୍ଥିତି ନିୟନ୍ତ୍ରଣ ବାହାରେ ହୋଇଯାଇଛି। ସେ କହିଛନ୍ତି ଯେ ନେପଲ୍ସ ଏବଂ କେମ୍ପୋନିଆର କେତେକ ଅଞ୍ଚଳରେ ପରିସ୍ଥିତି ବେକାବୁ ହୋଇଯାଇଛି। ସୂଚନା ଅନୁଯାୟୀ,ମୃତ ବ୍ୟକ୍ତି ଟେଷ୍ଟ୍ ପାଇଁ ଇଟାଲୀର ଏକ ହସ୍ପିଟାଲକୁ ଯାଇଥିଲେ ଏବଂ ଅପେକ୍ଷା କରିବାବେଳେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଆଉ ଜଣେ କରୋନା ରୋଗୀ ତାଙ୍କ ଭିଡିଓ କରିଥିଲେ।