ରାଜ୍ୟରେ ଚିହ୍ନଟ ହେଲେ ୭୫୩ କରୋନା ସଂକ୍ରମିତ

ଭୁବନେଶ୍ବର ୧୫।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୫୩କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୮୬୫୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୪ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୧୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୭ଜଣ, ବାଲେଶ୍ୱର ଜିଲ୍ଲାରୁ ୩୨ଜଣ, ବରଗଡ଼ ଜିଲ୍ଲାରୁ ୩୧ଜଣ, ଭଦ୍ରକ ଜିଲ୍ଲାରୁ ୧୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୧ଜଣ, ବୌଦ୍ଧ ଜିଲ୍ଲାରୁ ୧୨ଜଣ, କଟକ ଜିଲ୍ଲାରୁ ୪୧ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ…

ରାଜ୍ୟରେ ଜୀବନ ହାରିଲେ ଆଉ ୧୭ କରୋନା ସଂକ୍ରମିତ

ଭୁବନେଶ୍ବର୧୫।୧୧: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୭୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୨୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ବୌଦ୍ଧ,ଢ଼େଙ୍କାନାଳ ଏବଂ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ପବଜି ପରେ ଭାରତକୁ ଖୁବଶୀଘ୍ର ଫେରିବ ଟିକଟକ୍ ?

ନୂଆଦିଲ୍ଲୀ ୧୪/୧୧ : ଭାରତକୁ ଖୁବଶୀଘ୍ର ଫେରିବ ଟିକଟକ୍ ? ଲୋକପ୍ରିୟ ଗେମିଂ ଆପ୍ ପବଜି ଭାରତକୁ ଫେରିବା ନେଇ ସଙ୍କେତ ଦେବା ପରେ ଏବେ ଟିକଟକ୍ ମଧ୍ୟ ଭାରତକୁ ଫେରିବ ବୋଲି ସୂଚନା ମିଳିଛି । ଗତ ନଭେମ୍ବର ୧୨ ତାରିଖରେ ସାଉଥ କୋରିୟାନ କମ୍ପାନୀ ପବଜି କର୍ପୋରେସନ କହିଛି ଯେ ଭାରତରେ ପବଜି ମୋବାଇଲ ଇଣ୍ଡିଆ ଲଞ୍ଚ୍ କରିବାକୁ ପ୍ରସ୍ତୁତି ଜାରି ରହିଛି । ପବଜି ପରେ ଏବେ ଟିକଟକ୍ ମଧ୍ୟ ଭାରତକୁ ଫେରିପାରେ । ଚୀନ ଆପ ଟିକଟକ୍ କହିବା କଥା ଭାରତ ସରକାରଙ୍କ ସହିତ ଆଲୋଚନା କରି ଏହି ଆପ ଉପରେ ଲାଗିଥିବା ବ୍ୟାନ ଆଦେଶକୁ ହଟାଇବା ପାଇଁ ପ୍ରୟାସ ଜାରି ରହିଛି । ଟିକଟକର ଭାରତ ମୁଖ୍ୟ ନିଖିଲ ଗାନ୍ଧୀ ଭାରତରେ କାର୍ଯ୍ୟକରୁଥିବା ଟିକଟକ କର୍ମଚାରୀଙ୍କୁ ଏକ ମେଲ କରିଛନ୍ତି…

ଆମାଜନରେ ଅଫର୍: ମାତ୍ର ୪ ଘଣ୍ଟା କାମ କରି ରୋଜଗାର କରିପାରିବେ ମାସିକ ୭୦ ହଜାର ଟଙ୍କା

ନୂଆଦିଲ୍ଲୀ ୧୫/୧୧ : ଯଦି ଆପଣ ଦୁନିଆର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆମାଜନରେ ଚାକିରୀ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ଇଚ୍ଛା ଖୁବ ଶୀଘ୍ର ପୁରା ହୋଇପାରିବ। ଆମାଜନ ନିଜ ସହ ୨୦ ହଜାର ଲୋକଙ୍କୁ ଯୋଡିବାକୁ ଘୋଷଣା କରିଛି। ଆମାଜନ ଆପଣଙ୍କୁ ଚାକିରୀ ଦେବ। ଆପଣ ଫୁଲ୍ ଟାଇମ୍ କିମ୍ବା ପାର୍ଟ ଟାଇମ ମଧ୍ୟ କରିପାରିବେ। ଆପଣ ଚାହିଁଲେ ପାର୍ଟ ଟାଇମ୍ ୪ ଘଣ୍ଟା ଚାକିରୀ କରି ୭୦ ହଜାର ଟଙ୍କା ଯାଏଁ ରୋଜଗାର କରିପାରିବେ। ଆମାଜନରେ ଡେଲିଭରୀ ବଏ ଚାକିରୀ ପାଇଁ ପୋଷ୍ଟ ବାହାରିବ। ଏହି ଚାକିରୀ ଜରିଆରେ ଆପଣ ଅଧିକ ଟଙ୍କା ରୋଜଗାର କରିପାରିବେ। ପ୍ରାୟ ସବୁ ସହରରେ କମ୍ପାନୀର ଆମାଜନ ସେଣ୍ଟର ଅଛି। ଆପଣଙ୍କୁ ନିଜ ସହରରେ ସହଜରେ ଚାକିରୀ ମିଳିପାରିବ। ଏଥିପାଇଁ ଆପଣଙ୍କୁ ଅନ୍ୟ ସହରକୁ ଯିବାକୁ ପଡ଼ିବନି।…

TRPରେ ପୁଣି ବାଜି ମାରିଲା ‘ଅନୁପମା’

ମୁମ୍ବାଇ ୧୪/୧୧: ରାଜନ ଶାହିଙ୍କ ସୋ’ ‘ଅନୁପମା’ ଟିଆରପି ମାମଲାରେ ପୁଣିଥରେ ଶୀର୍ଷରେ ରହିଥିବା ବେଳେ ‘କେବିସି’ ଓ ‘ବିଗ୍‌ବସ୍‌’ ଟପ୍‌ ୫ରେ ବି ସ୍ଥାନ ପାଇନାହିଁ। କିନ୍ତୁ ଟପ୍-୫ରେ ପ୍ରଥମ ଥର ‘ବାରିଷ୍ଟର ବାବୁ’ ସ୍ଥାନ ପାଇଥିବା ଜଣାପଡ଼ିଛି। ‘ଅନୁପମା’କୁ ଦର୍ଶକ ଖୁବ ପସନ୍ଦ କରୁଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ରିୟଲିଟି ସୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର’। ଏହି ରିୟଲିଟି ସୋ ‘କୁଣ୍ଡଲୀ ଭାଗ୍ୟ’କୁ  ଗୋଟିଏ ଷ୍ଟେପ ତଳକୁ ପଠାଇଛି। ଏହି ସପ୍ତାହରେ ‘କୁଣ୍ଡଲୀ ଭାଗ୍ୟ’ ତୃତୀୟ ସ୍ଥାନକୁ ଖସିଛି। ତେବେ ଏହି ସୋ’ ଟପ୍-୫ ଲିଷ୍ଟରେ ରହି ଆସିଛି। ସୋ’ର କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଥିବା ଟିଆରପିରୁ ହିଁ ଜଣାପଡ଼ିଛି। ଚତୁର୍ଥ ନମ୍ବର​‌ରେ​‌ ‘କୁମ୍‌କୁମ୍‌ ଭାଗ୍ୟ’ ରହିଛି। ତେବେ ସୋ’ର ଟ୍ବିଷ୍ଟ ଦର୍ଶକଙ୍କୁ ଏତେଟା ପସନ୍ଦ ଆସୁ ନଥିବାରୁ ସୋ’ ଟିଆରପି ମାମଲରେ…

ଅଷ୍ଟ୍ରେଲିଆରେ ଜୋରଦାର୍ ଅଭ୍ୟାସ କରୁଛି ଭାରତୀୟ ଟିମ୍

ସିଡନୀ, ୧୫।୧୧:   ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ପହଁଚି ଅଭ୍ୟାସ ଆରମ୍ଭ କରିଦେଲାଣି । ଦଳ ଗୁରୁବାର ସିଡନୀରେ ପହଁଚିଥିଲା । ଶୁକ୍ରବାର ଦଳର ସଦସ୍ୟ ଅଲମ୍ପିକ୍ ପାର୍କ ହୋଟେଲରେ ରହିଥିଲେ । ଦଳର ସମସ୍ତ ସଦସ୍ୟ କ୍ୱାରେଣ୍ଟାଇନରେ ରହିଛନ୍ତି । ନ୍ୟୁ ସାଉଥ୍ ଓ୍ୱେଲସ୍ ସରକାର ଦଳକୁ କ୍ୱାରେଣ୍ଟାଇନରେ ରହିବା ସହ ଟ୍ରେନିଂ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।  ଭାରତୀୟ ଦଳର ଖେଳାଳି ଶନିବାର ଜିମ୍ ଓ ରନିଂ କରିଥିଲେ । ବିସିସିଆଇ ନିଜ ଟ୍ୱିଟରରେ ଋଷଭ ପନ୍ତଙ୍କ ଏକ ଫଟୋ ସେୟାର କରିଛି । ଏଥିରେ ପନ୍ତ ସାଇକେଲିଂ କରୁଥିବା ନଜର ଆସିଛନ୍ତି । ସେହିପରି ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଟି ନଟରାଜନ ଡବଲ୍ସ କରୁଥିବା ସୂଚନା ମିଳିଛି । ଚେତେଶ୍ୱର ପୂଜାରା ମଧ୍ୟ ଜିମରେ ସମୟ କାଟୁଥିବା ଦେଖିବାକୁ…

ବିଧାନସଭା ଅଧିବେଶନ ପୂର୍ବରୁ ୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ୧୫।୧୧: ଆସନ୍ତା ୨୦ ତାରିଖରୁ ବିଧାନସଭାରେ ଅନୁଷ୍ଠିତ ହେବ ଶୀତ ଅଧିବେଶନ । ତେବେ ଅଧିବେଶନ ପୂର୍ବରୁ ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଶ୍ନକାଳ ରହିବ କି ନାହଁ  ସେନେଇ ଆଲୋଚନା ହେବ । ଏହାସହ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ  ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ ।  ଏହା ଡିସେମ୍ବର ୩୧ ଯାଏଁ ଚାଲିବ  ।ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ । ତେବେ ଶୀତ ଅଧିବେଶନରେ ୪୦ଟି କାର୍ଯ୍ୟ ଦିବସ ରହିବ ।