ପବଜି ପରେ ଭାରତକୁ ଖୁବଶୀଘ୍ର ଫେରିବ ଟିକଟକ୍ ?

ନୂଆଦିଲ୍ଲୀ ୧୪/୧୧ : ଭାରତକୁ ଖୁବଶୀଘ୍ର ଫେରିବ ଟିକଟକ୍ ? ଲୋକପ୍ରିୟ ଗେମିଂ ଆପ୍ ପବଜି ଭାରତକୁ ଫେରିବା ନେଇ ସଙ୍କେତ ଦେବା ପରେ ଏବେ ଟିକଟକ୍ ମଧ୍ୟ ଭାରତକୁ ଫେରିବ ବୋଲି ସୂଚନା ମିଳିଛି । ଗତ ନଭେମ୍ବର ୧୨ ତାରିଖରେ ସାଉଥ କୋରିୟାନ କମ୍ପାନୀ ପବଜି କର୍ପୋରେସନ କହିଛି ଯେ ଭାରତରେ ପବଜି ମୋବାଇଲ ଇଣ୍ଡିଆ ଲଞ୍ଚ୍ କରିବାକୁ ପ୍ରସ୍ତୁତି ଜାରି ରହିଛି ।

ପବଜି ପରେ ଏବେ ଟିକଟକ୍ ମଧ୍ୟ ଭାରତକୁ ଫେରିପାରେ । ଚୀନ ଆପ ଟିକଟକ୍ କହିବା କଥା ଭାରତ ସରକାରଙ୍କ ସହିତ ଆଲୋଚନା କରି ଏହି ଆପ ଉପରେ ଲାଗିଥିବା ବ୍ୟାନ ଆଦେଶକୁ ହଟାଇବା ପାଇଁ ପ୍ରୟାସ ଜାରି ରହିଛି । ଟିକଟକର ଭାରତ ମୁଖ୍ୟ ନିଖିଲ ଗାନ୍ଧୀ ଭାରତରେ କାର୍ଯ୍ୟକରୁଥିବା ଟିକଟକ କର୍ମଚାରୀଙ୍କୁ ଏକ ମେଲ କରିଛନ୍ତି । ଏହି ଇ-ମେଲ ଯୋଗେ ସେ କହିଛନ୍ତି କମ୍ପାନୀ ଟିକଟକକୁ ପୁନଶ୍ଚ ଆଣିବାକୁ ପୁରା ଚେଷ୍ଟା ଜାରି ରହିଛି ।

ସୂଚନା ଅନୁସାରେ ବାଇଟ ଡ୍ୟାନ୍ସ୍ ସ୍ବାମୀତ୍ବରେ ଚାଲିଥିବା ଟିକଟକରେ ଭାରତରୁ ଏବେ ମଧ୍ୟ ଅନେକ କର୍ମଚାରୀ କାମ କରୁଛନ୍ତି । କୁହାଯାଉଛି କି ଟିକଟକ ଏବଂ ହେଲୋ ଆପ ପାଇଁ କେବଳ ଭାରତରେ ପ୍ରାୟ ଦୁଇ ହଜାର କର୍ମଚାରୀ ଅଛନ୍ତି ଏବଂ ସେମାନଙ୍କୁ କମ୍ପାନୀ ତରଫରୁ ବୋନସ ମଧ୍ୟ ଦିଆଯାଇଛି । ତେବେ ଭାରତରେ ଟିକଟକ ବନ୍ଦ ଥିଲେ ସୁଦ୍ଧା କମ୍ପାନୀ ତାର କର୍ମଚାରୀଙ୍କୁ ବାହାରକରିନାହିଁ । ପୁଣି ଥରେ କମ୍ପାନୀ ଭାରତକୁ ଫେରିବାକୁ ଆଶା ରଖିଛି ।ପବଜି ଇଣ୍ଡିଆ କଥା କହିବାକୁ ଗଲେ ଏଥର ଭାରତକୁ, ଚୀନୀ କମ୍ପାନୀ ବିନା ଅନୁମତି ମିଳିପାରେ କିନ୍ତୁ ଟିକଟକ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଭାରତରେ କେଉଁ କମ୍ପାନୀ ସହିତ ପାର୍ଟନରସିପ୍ କରାଯାଇ ନାହିଁ କିମ୍ବା ଏଥିପାଇଁ କୌଣସି ପ୍ରସ୍ତାବ ମଧ୍ୟ ଦିଆଯାଇ ନାହିଁ ।

ଟିକଟକର ଭାରତ ମୁଖ୍ୟ କହିଛନ୍ତି “ଆମେ ଆଇନକୁ ଫଲୋ କରିବାକୁ ପ୍ରତିଶୃତିବଦ୍ଧ ଏବଂ ଡାଟା ସିକ୍ୟୁରିଟି ଏବଂ ପ୍ରାଇଭେସିକୁ ମଧ୍ୟ କମ୍ପାନୀ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ସରକାରଙ୍କୁ ଆମ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଏବଂ ଆମେ ଆମ ୟୁଜର୍ସ ମାନଙ୍କ ମଧ୍ୟ ସେତିକି ଉତ୍ସର୍ଗୀକୃତ “। ଟିକଟକ ଆଶା କରୁଛି ଯେ ସରକାରଙ୍କ ପକ୍ଷରୁ ମଧ୍ୟ ସକାରାତ୍ମକ ଜବାବ ମିଳିବ । ଡାଟା ଏବଂ ପ୍ରାଇଭେସିକୁ ନେଇ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ସମ୍ପୂର୍ଣ୍ଣ ପାଳନ କରାଯାଉଛି ବୋଲି ଟିକଟକ ଇଣ୍ଡିଆ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

Related posts

Leave a Comment