ଓଲଟା-ପାଲଟା ଟ୍ରମ୍ପ୍, ରବିବାର ପରାଜୟ ମାନିଥିଲେ, ୨୪ ଘଣ୍ଟା ପରେ ଟ୍ୱିଟ୍ କଲେ- ‘I WON THE ELECTION ! ‘

ଓ୍ୱାଶିଂଟନ,୧୬|୧୧:  ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନାହିଁ । ନିର୍ବାଚନରେ ଡେମୋକ୍ରେଟିକ୍ ପାର୍ଟିର ଜୋ ବାଇଡେନ୍ ବିଜୟୀ ହୋଇଛନ୍ତି । କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଦି ଛାଡିବାକୁ ନାରାଜ । ଜିଦ୍ କରି ସେ ନିଜ ଆସନରୁ ହଟୁ ନାହାଁନ୍ତି । ଏବେ ଟ୍ରମ୍ପ୍ ଟ୍ୱିଟ୍ କରି ଆମେରିକା ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି । ରବିବାର ନିଜ ପରାଜୟ ସ୍ୱୀକାର କରିଥିବା ଟ୍ରମ୍ପ୍ ସୋମବାର ଟ୍ୱିଟ୍ କରି କହିଛନ୍ତି ଯେ, ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟଲାଭ କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘ମୁଁ ନିର୍ବାଚନ ଜିତିଲି ।’ ଏହାପୂର୍ବରୁ ଟ୍ରମ୍ପ୍ ନିର୍ବାଚନରେ ନିଜର ପରାଜୟ ସ୍ୱୀକାର କରିଥିଲେ । ବାଇଡେନ୍ ବିଜୟୀ ହୋଇଥିବା ସେ ମାନିଥିଲେ । କିନ୍ତୁ ନିର୍ବାଚନରେ ବ୍ୟାପକ ଅନିୟମିତତା…

ବିଶ୍ବର ସବୁଠୁ ଦାମୀ ପାରା, ଦାମ୍ ୧୪ କୋଟି ଟଙ୍କା

ନୂଆଦିଲ୍ଲୀ ୧୬।୧୧: ବିକ୍ରି ହେଲା ବିଶ୍ବର ସବୁଠୁ ଦାମିକିଆ ପାରା । ୧.୬ ମିଲିୟନ ୟୁରୋ (୧.୯ ମିଲିୟନ୍ ଡଲାର)ରେ ବିକ୍ରି ହେଲା ନ୍ୟୁ କିମ୍ ନାମକ ରେସିଂ ପାରା । ଅନଲାଇନ୍ ରେ ନିଲାମ କରୁଥିବା ପିଜିୟନ ପାରାଡାଇଜ୍ (ପିପା) କହିଛି ଯେ, କୌଣସି ଅଜଣା ଚୀନ୍ ନାଗରିକ ରବିବାର ଦିନ ନ୍ୟୁ କିମ୍ ନାମକ ପାରାକୁ କ୍ରୟ କରିଛି । ପିଜିୟନ ପାରାଡାଇଜ୍ ଅନୁସାରେ, ଗତବର୍ଷ ଏକ ଆର୍ମଡୋ ପାରାକୁ ୧.୨୫ ମିଲିୟନ ୟୁରୋରେ ବିକ୍ରି କରାଯାଇଥିଲା । ମାତ୍ର ନ୍ୟୁ କିମ୍ ଆର୍ମଡୋକୁ ପଛରେ ପକାଇ ବିଶ୍ବର ସବୁଠୁ ଦାମିକିଆ ପାରା ଭାବେ ରେକର୍ଡ କରିଛି । ପିଜିୟନ୍ ପାରାଡାଇଜ୍ ର ଅଧ୍ୟକ୍ଷ ନିକୋଲସ ଗିସେଲବ୍ରେକ୍ଟ କହିଛନ୍ତି ଯେ, ଏହା ଏକ ବିଶ୍ବ ରେକର୍ଡ । ଏତେ ଦାମ୍ ରେ ଆଗରୁ କୌଣସି ପାରା…

ରାଜଧାନୀରୁ ୨୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର ୧୬।୧୧: ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ବ୍ରାଉନସୁଗାର କାରବାର୍‌ । ଯାହାକି କମିଶନରେଟ୍‌ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଭିନ୍ନ କଟକଣା ସତ୍ତ୍ୱେ ବି ଭୁବନେଶ୍ୱରରେ ଚାଲିଛି ଧଳଜହର କାରବାର । ଆଜି ପୁଣି ରାଜଧାନୀରୁ ପ୍ରାୟ ୨୪୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏହା ସହିତ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଖବର ଅନୁଯାୟୀ, ବ୍ରାଉନସୁଗାର ହବ୍‌ ପାଲଟିଛି ରାଜଧାନୀ । ଏଠାରେ ନିଶା କାରବାର ଦିନକୁ ଦିନ ବଢିଚାଲିଛି । ତେବେ ଖଣ୍ଡଗିରି ପୋଲିସ କୌଣସି ସୁତ୍ରରୁ ଖବର ପାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହା ସହିତ ଗୋଟିଏ ପିସ୍ତଲ ଓ କାର୍‌ ମଧ୍ୟ ଜବତ କରିଛି । ତେବେ ଗିରଫ ହୋଇଥିବା…

ନୀତିଶଙ୍କ ଶପଥ ଗ୍ରହଣ ସମାରୋହକୁ ବହିଷ୍କାର କଲା ଆରଜେଡି

ପାଟନା,୧୬|୧୧:  ସୋମବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ  ନୀତିଶ କୁମାର ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ । କିନ୍ତୁ ରାଷ୍ଟ୍ରୀୟ ଜନତା ଦଳର ଏହି ଶପଥଗ୍ରହଣ ସମାରୋହକୁ ବୟ କଟ୍ କରିବା ନେଇ ଘୋଷଣା କରିଛି । ଏହି କାର୍ଯ୍ୟକ୍ରମରେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ରହିବେ ନାହିଁ । ଆରଜେଡି ପକ୍ଷରୁ ଟ୍ୱିଟ୍ କରାଯାଇଛି ଯେ, ଦଳ ଶପଥ ଗ୍ରହଣ ଉତ୍ସବକୁ ବହିଷ୍କାର କରିବା ନେଇ ଘୋଷଣା କରିଛି । କାରଣ ଏହି ଜନାଦେଶ ଆରଜେଡିର ବିରୋଧରେ ଅଛି । ଜନାଦେଶକୁ ଶାସନାଦେଶରେ ବଦଳାଯାଇଛି । ବିହାରର ବେରୋଜଗାର, କୃଷକ, ଶିକ୍ଷକମାନଙ୍କୁ ପଚରାଯାଉ ଏନଡିଏ ଜିତିବା ପରେ ସେମାନଙ୍କୁ କଣ ଲାଗୁଛି । ଜେଡିୟୁ ଉପରେ ଜନତାଙ୍କ ଆକ୍ରୋଶ ରହିଛି । ଆରଜେଡିର ଜନପ୍ରତିନିଧି ଜନତାଙ୍କ ସହ ରହିଛନ୍ତି…

ଭକ୍ତଙ୍କ ପାଇଁ ଖୋଲିଲା ଶିରିଡି ସାଇ ମନ୍ଦିର

ମୁମ୍ବାଇ,୧୬|୧୧: କଟକଣାରେ ଆଜିଠାରୁ ମହାରାଷ୍ଟ୍ରର ଖୋଲିଛି ସମସ୍ତ ମନ୍ଦିର । କରୋନା କଟକଣା ମଧ୍ୟରେ ସମସ୍ତ ଧାର୍ମିକସ୍ଥଳୀ ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିବା ପରେ ବିଭିନ୍ନ ଧାର୍ମିକ ପୀଠ ଚଳଚଞ୍ଚଳ ହୋଇଛି ।  ଏଥି ପାଇଁ ସରକାର କିଛି ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ପ୍ରସିଦ୍ଧ ଶିରିଡି ସାଇ ମନ୍ଦିର ମଧ୍ୟ ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଛି । ମହାରାଷ୍ଟ୍ରରେ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ନିୟମ ପାଳନ କରିବାକୁ ପଡିବ । ମାସ୍କ ପିନ୍ଧି ମନ୍ଦିର ଯିବାକୁ ବାଧ୍ୟତାମୂଳକ କରାଯାଇଛି । ସରକାରଙ୍କ ତରଫରୁ ଆହୁରି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ମନ୍ଦିରରେ ସାମାଜିକ ଦୂରତା ପାଳନ କରିବାକୁ ପଡିବ । ମନ୍ଦିରରେ ଯେପରି ଅଧିକ ଗହଳି ନହେବ ସେନେଇ ନଜର ରଖାଯିବ । ମହାରାଷ୍ଟ୍ର ସରକାର ଏହି ନିର୍ଦ୍ଦେଶ…

ନାତୁଣୀଙ୍କୁ ଭିନ୍ନ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବିଗ୍ ବି ଅମିତାଭ ବଚ୍ଚନ

ମୁମ୍ବାଇ ୧୬/୧୧: ଅମିତାଭ ବଚ୍ଚନଙ୍କ ନାତୁଣୀ ଏବଂ ଅଭିଷେକ ବଚ୍ଚନ-ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଆଜି ନବମ ଜନ୍ମଦିନ। ଆରାଧ୍ୟା ବଚ୍ଚନ ପରିବାରର ସବୁଠୁ ସାନ ଏବଂ ସବୁଠୁ ଗେହ୍ଲା ସଦସ୍ୟ। ଆଜି ତାଙ୍କ ନବମ ଜନ୍ମଦିନରେ ବଚ୍ଚନ ପରିବାରରେ ଖୁସିର ମାହୋଲ୍ ରହିଛି। କିନ୍ତୁ କରୋନା କାରଣରୁ କୌଣସି ଧରଣର ଗ୍ରାଣ୍ଡ ସେଲିବ୍ରେସନ କରାଯାଇନାହିଁ। ସମସ୍ତେ ନିଜ ନିଜ ଅନ୍ଦାଜରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଅମିତାଭ ବଚ୍ଚନ ନିଜ ଗେହ୍ଲୀ ନାତୁଣୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ଅମିତାଭ ସୋସିଆଲ୍ ମିଡିଆରେ ମଧ୍ୟ ଆରାଧ୍ୟାଙ୍କଜନ୍ମଦିନର ଖୁସି ସେୟାର କରିଛନ୍ତି। ସେ ନିଜର ଅଲିଅଳି ନାତୁଣୀଙ୍କ ଫଟୋଗୁଡ଼ିକର କୋଲାଜ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଏଥିରେ ଆରାଧ୍ୟାଙ୍କ ୯ବର୍ଷ ପର୍ଯ୍ୟନ୍ତ ୯ଟି ଫଟୋ ରହିଛି। ଅମିତାଭ ଫଟୋ ସେୟାର କରି ଲେଖିଛନ୍ତି ଯେ,‘ ଜନ୍ମଦିନର…