ଓଲଟା-ପାଲଟା ଟ୍ରମ୍ପ୍, ରବିବାର ପରାଜୟ ମାନିଥିଲେ, ୨୪ ଘଣ୍ଟା ପରେ ଟ୍ୱିଟ୍ କଲେ- ‘I WON THE ELECTION ! ‘

ଓ୍ୱାଶିଂଟନ,୧୬|୧୧:  ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନାହିଁ । ନିର୍ବାଚନରେ ଡେମୋକ୍ରେଟିକ୍ ପାର୍ଟିର ଜୋ ବାଇଡେନ୍ ବିଜୟୀ ହୋଇଛନ୍ତି । କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଦି ଛାଡିବାକୁ ନାରାଜ । ଜିଦ୍ କରି ସେ ନିଜ ଆସନରୁ ହଟୁ ନାହାଁନ୍ତି । ଏବେ ଟ୍ରମ୍ପ୍ ଟ୍ୱିଟ୍ କରି ଆମେରିକା ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି ।

ରବିବାର ନିଜ ପରାଜୟ ସ୍ୱୀକାର କରିଥିବା ଟ୍ରମ୍ପ୍ ସୋମବାର ଟ୍ୱିଟ୍ କରି କହିଛନ୍ତି ଯେ, ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟଲାଭ କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘ମୁଁ ନିର୍ବାଚନ ଜିତିଲି ।’

ଏହାପୂର୍ବରୁ ଟ୍ରମ୍ପ୍ ନିର୍ବାଚନରେ ନିଜର ପରାଜୟ ସ୍ୱୀକାର କରିଥିଲେ । ବାଇଡେନ୍ ବିଜୟୀ ହୋଇଥିବା ସେ ମାନିଥିଲେ । କିନ୍ତୁ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ । ଟ୍ରମ୍ପ୍ କହିଥିଲେ ଯେ, ନିର୍ବାଚନର ଫଳାଫଳକୁ କେବଳ ସେ ନୁହେଁ ଆହୁରି ଅନେକ ବ୍ୟକ୍ତି ଓ ସଂସ୍ଥା ମାନିବାକୁ ନାରାଜ । ଯାହା ସମ୍ବିଧାନର ସୁରକ୍ଷା ପାଇଁ ହୋଇଛି ସେଥିରେ ଟ୍ୟାମ୍ପରିଂ କରାଯାଇଛି । ଯାହା ହେଉଛି ତାକୁ ସାରା ବିଶ୍ୱ ଦେଖୁଛି ବୋଲି ଟ୍ରମ୍ପ୍ କହିଥିଲେ ।

ଲଗାତର ଭାବେ ଟ୍ରମ୍ପ୍ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଟ୍ୱିଟ୍ କରି ଆସୁଛନ୍ତି । ସେ ଅନ୍ୟ ଏକ ଟ୍ୱିଟରେ କହିଥିଲେ ଯେ, ବାଇଡେନ୍ ନିର୍ବାଚନ ଜିତିଛନ୍ତି କିନ୍ତୁ ଭୋଟିଂରେ ଟ୍ୟାମ୍ପରିଂ ହୋଇଛି । ଏଥିରେ ଡାମିନିୟମ ନାମକ ଏକ କମ୍ପାନୀ ବାଇଡେନଙ୍କୁ ସାହାଯ୍ୟ କରିଛି । ଏପରିକି ଫେକ୍ ମିଡିଆରେ ହିଁ ବାଇଡେନ୍ ଜିତିଛନ୍ତି ବୋଲି ଟ୍ରମ୍ପ୍ କହିଛନ୍ତି ।

ସୂଚନାଯୋଗ୍ୟ, ବାଇଡେନ୍ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲେ । ସେ ଟ୍ରମ୍ପଙ୍କୁ କଡା ଟକ୍କର ଦେଇ ପରାସ୍ତ କରିଛନ୍ତି । ବାଇଡେନ ୭କୋଟି ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହାପରେ ସେ ଆମେରିକାର ୪୬ତମ ରାଷ୍ଟ୍ରପତି ନିର୍ବାଚିତ ହାଇଛନ୍ତି ।

Related posts

Leave a Comment