ଭକ୍ତଙ୍କ ପାଇଁ ଖୋଲିଲା ଶିରିଡି ସାଇ ମନ୍ଦିର

ମୁମ୍ବାଇ,୧୬|୧୧: କଟକଣାରେ ଆଜିଠାରୁ ମହାରାଷ୍ଟ୍ରର ଖୋଲିଛି ସମସ୍ତ ମନ୍ଦିର । କରୋନା କଟକଣା ମଧ୍ୟରେ ସମସ୍ତ ଧାର୍ମିକସ୍ଥଳୀ ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିବା ପରେ ବିଭିନ୍ନ ଧାର୍ମିକ ପୀଠ ଚଳଚଞ୍ଚଳ ହୋଇଛି ।  ଏଥି ପାଇଁ ସରକାର କିଛି ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ପ୍ରସିଦ୍ଧ ଶିରିଡି ସାଇ ମନ୍ଦିର ମଧ୍ୟ ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଛି ।

ମହାରାଷ୍ଟ୍ରରେ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ନିୟମ ପାଳନ କରିବାକୁ ପଡିବ । ମାସ୍କ ପିନ୍ଧି ମନ୍ଦିର ଯିବାକୁ ବାଧ୍ୟତାମୂଳକ କରାଯାଇଛି । ସରକାରଙ୍କ ତରଫରୁ ଆହୁରି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ମନ୍ଦିରରେ ସାମାଜିକ ଦୂରତା ପାଳନ କରିବାକୁ ପଡିବ । ମନ୍ଦିରରେ ଯେପରି ଅଧିକ ଗହଳି ନହେବ ସେନେଇ ନଜର ରଖାଯିବ । ମହାରାଷ୍ଟ୍ର ସରକାର ଏହି ନିର୍ଦ୍ଦେଶ ଜାରି କରିବା ପରେ ବିଭିନ୍ନ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେହିପରି ଶିରିଡି ସାଇ ମନ୍ଦିବାରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

ଦୀର୍ଘ ୭ ମାସ ପରେ ସାଇବାବା ମନ୍ଦିର ଖୋଲିଛି । ମନ୍ଦିରରେ ଗହଳି ଓ ସାମାଜିକ ଦୂରତା ରକ୍ଷା କରିବାକୁ କିଛି ସ୍ୱତନ୍ତ୍ର ନିଷ୍ପତ୍ତି ନେଇଛି । ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ, ଭକ୍ତମାନେ ଅନଲାଇନରେ କେତେବେଳେ ମନ୍ଦିର ଆସିବେ ଏକ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିବେ । ଏହାସହ ଭକ୍ତଙ୍କୁ ମନ୍ଦିର ଫାଟକରେ କୋଭିଡ୍ ନେଗେଟିଭ୍ ଆରଟି-ପିସିଆର ଟେଷ୍ଟ୍ ରିପୋର୍ଟ ଦେଖାଇବାକୁ ପଡିବ ।

ମନ୍ଦିର ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ମନ୍ଦିର ପ୍ରଶାସନ ସ୍ୱାଗତ କରିଛି । ଏହାସହ ୮ରୁ ୧୦ ବର୍ଷର ଶିଶୁଙ୍କ ପାଇଁ ମନ୍ଦିରରେ ପ୍ରବେଶ ଉପରେ କଟକଣା ଲାଗିଛି ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।

Related posts

Leave a Comment