ବିବାହ କାର୍ଯ୍ୟକ୍ରମରେ ଏବେ ୨୦୦ ନୁହେଁ ମାତ୍ର ୫୦ ଅତିଥୀଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୭|୧୧:  ଦେଶର ରାଜଧାନୀ ନୂଆଦିଲ୍ଲାରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଏଠାରେ ଆତଙ୍କ ଥମିବାର ନାଁ ନେଉନାହିଁ । ଏପରିକି ଘାତକ ଭାଇରସର ତୃତୀୟ ଲହରୀ ଜାରି ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ୯୯ଜଣ ପ୍ରାଣ ହରାଇଛନ୍ତି । ନଭେମ୍ବର ମାସ ଆରମ୍ଭରୁ ପ୍ରତି ଘଣ୍ଟାରେ ୪ଜଣ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । କରୋନାର ଏପରି ସ୍ଥିତିକୁ ନେଇ ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏବେ ବିବାହ କାର୍ଯ୍ୟକ୍ରମରେ ଲୋକଙ୍କୁ ଦିଆଯାଉଥିବା ସୁବିଧାକୁ ସୀମିତ ରଖାଯାଇଛି । ଅରବିନ୍ଦ କେଜ୍ରିଓ୍ୱାଲ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ବିବାହ କାର୍ଯ୍ୟକ୍ରମରେ ଆଉ ଏବେ ୨୦୦ ଅତିଥିଙ୍କୁ ଅନୁମତି ଦିଆଯିବ ନାହିଁ । କେବଳ ୫୦ଜଣ ହିଁ ଏକାଠି ହୋଇପାରିବେ । କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା…

ମା ଭଦ୍ରକାଳୀଙ୍କ ସିଂହବାହିନୀ ବେଶ

ଭଦ୍ରକ ୧୭।୧୧: ଆଜି ମା ଭଦ୍ରକାଳୀଙ୍କ ସିଂହବାହିନୀ ବେଶ । କାଳୀପୂଜା ଉପଲକ୍ଷେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରାକାଳିଙ୍କ ପୀଠ ରେ ସ୍ଵତନ୍ତ୍ର ନୀତିକାନ୍ତି ସହ ମା ସପ୍ତମାତୃକା ବେଶ ଧାରଣ କରୁଛନ୍ତି । ସପ୍ତମାତୃକା ବେଶରେ ସାତ ଦିନରେ ମା ଭଦ୍ରକାଳୀ ସାତଟି ବେଶ ଧାରଣ କରନ୍ତି । ତେବେ ଆଜି ସପ୍ତମାତୃକା ବେଶର ଚତୁର୍ଥ ଦିନ । ଚତୁର୍ଥ ଦିନରେ ମା ସିଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଙ୍କ ନିକଟରେ ସିଂହ ବାହନ ରୂପରେ ପୂଜା ପାଉଛନ୍ତି । ମାଙ୍କୁ ଏହି ବେଶରେ ଦର୍ଶନ କଲେ ସକଳ ଦୁଃଖ ଦୂର ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । କରୋନା କଟକଣା ପାଇଁ ଏଥର ଶ୍ରଦ୍ଧାଳୁ ମାନେ ମାଙ୍କର ଏହି ରୂପକୁ ଦର୍ଶନ  କରିପାରୁନାହାନ୍ତି ।

ଦୀପାବଳିରେ ପୁଅକୁ ସାଇକେଲ୍ କିଣିଦେବାରୁ ଶାଶୁଙ୍କଠାରୁ ମାଡ଼ ଖାଇଲେ ବୋହୂ

କାଙ୍ଗ୍ରା ୧୭/୧୧: ଜଣେ ୩୮ବର୍ଷୀୟ ମହିଳା ନିଜ ୧୨ବର୍ଷର ପୁଅ ପାଇଁ ଦୀପାବଳି​‌ରେ ସାଇକେଲ୍ କିଣିଦେବାରୁ ତାଙ୍କ ଶ୍ବଶୁର ଘର ଲୋକେ ରାଗି ପାଚି ଲାଲ ହୋଇଯାଇଥିଲେ ଏବଂ ଶାଶୁ-ଶ୍ବଶୁର ମିଶି ତାଙ୍କୁ ପିଟିଥିଲେ। ପଡ଼ୋଶୀ ଏହି ମାଡ଼ପିଟର ଭିଡିଓ କରି ସୋସିଆଲ୍ ମିଡିଆରେ ଅପଲୋଡ କରି ଦେଇଥିଲେ। ଏହି ଘଟଣାଟି ଘଟିଛି ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାରେ। ପୀଡ଼ିତ ମହିଳା କାଙ୍ଗରାର ଏକ ଘରର ୧ମହଲାରେ ରୁହନ୍ତି ଏବଂ ଶ୍ବଶୁର ଘର ଲୋକେ ତଳ ଘରେ ରୁହନ୍ତି। ମହିଳାଙ୍କ ସ୍ବାମୀ ଅନ୍ୟ ରାଜ୍ୟରେ ଚାକିରୀ କରନ୍ତି ଏବଂ ଶ୍ବଶୁର ପୋଲିସ୍ ବିଭାଗର ଅବସରପ୍ରାପ୍ତ ଅଫିସର। ଦୀପାବଳିରେ ମହିଳା ନିଜ ପୁଅଙ୍କୁ ସାଇକେଲ ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଶାଶୁ-ଶ୍ବଶୁର ଏବଂ ଅନ୍ୟ ୨ମହିଳା ତାଙ୍କ ପାଖକୁ ଯାଇ ତାଙ୍କୁ ଘୋଷାଡ଼ି ସମସ୍ତଙ୍କ ସାମନାରେ ବାହାରକୁ ନେଇ…

ଦୀପାବଳିରେ ଫ୍ୟାନସି ଡ୍ରେସ୍ ପିନ୍ଧିବା ହେଲା କାଳ

ପ୍ରୟାଗରାଜ ୧୭/୧୧: ପ୍ରୟାଗରାଜର ବିଜେପି ସାଂସଦ ରୀତା ବହୁଗୁଣା ଜୋଶୀଙ୍କ ନାତୁଣୀଙ୍କ ବାଣରେ ପୋଡ଼ି ମୃତ୍ୟୁ ହୋଇଛି। ରୀତା ବହୁଗୁଣା ଜୋଶୀଙ୍କ ପୁଅ ମୟଙ୍କ ଜୋଶୀଙ୍କ ୬ବର୍ଷର ଝିଅ କିୟାଙ୍କ ବାଣରେ ପୋଡ଼ି ମୃତ୍ୟୁ ହୋଇଛି। କିୟା ଦୀପାବଳି ରାତିରେ ଛାତ ଉପରେ ଖେଳୁଥିବାବେଳେ ବାଣରେ ଜଳି ଯାଇଥିଲେ।ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରୀତା ବହୁଗୁଣା ଜୋଶୀ ପ୍ରୟାଗରାଜ ସଂସଦ ଆସନରୁ ବିଜେପି ସାଂସଦ ଅଛନ୍ତି। ଦୀପାବଳି ରାତିରେ ତାଙ୍କ ପରିବାର ପ୍ରୟାଗରାଜରେ ଥିଲା। ସୂଚନା ଅନୁଯାୟୀ ଦୀପାବଳି ରାତିରେ କିୟା ଅନ୍ୟ ପିଲାଙ୍କ ସହ ଛାତ ଉପରେ ଖେଳିବା ପାଇଁ ଯାଇଥିଲେ। ସନ୍ଦେହ କରାଯାଉଛି ଯେ ସେହି ସମୟରେ କାହା ଦ୍ବାରା ଛଡ଼ାଯାଇଥିବା ବାଣରୁ କିୟାଙ୍କ ଡ୍ରେସରେ ନିଆଁ ଲାଗିଯାଇଥିଲା। ୬ବର୍ଷର ନିରୀହ କିୟା…

୧୨୫ଦିନ ପରେ କରୋନା ସଂକ୍ରମଣରେ ବଡଧରଣର ହ୍ରାସ

ନୂଆଦିଲ୍ଲୀ ୧୭।୧୧: ଦେଶରେ କରୋନା ଭାଇରସର ଦୈନିକ ସଂକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ହ୍ରାସ ପାଇଛି । ଦୀର୍ଘ ୧୨୫ ଦିନ ପରେ ସଂକ୍ରମଣ ସଂଖ୍ୟା ଏତେ ମାତ୍ରାରେ କମିଛି । ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସର ୨୯,୧୬୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ଜୁଲାଇ ୧୪ରେ ଏହାଠାରୁ କମ୍‌ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେତିକି ବେଳେ ୨୯,୯୧୭ଜଣ ସଂକ୍ରମିତ  ଚିହ୍ନଟ ହୋଇଥିଲେ । ସେହିପରି ଦେଶରେ ଭାଇରସରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୨୯,୧୬୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୯ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରନ୍ତଙ୍କ ସଂଖ୍ୟା…

ବଜାରକୁ ଆସିବ ହ୍ୟୁଣ୍ଡାଇର ସବୁଠାରୁ ଶସ୍ତା ଏସୟୁଭି

ନୂଆଦିଲ୍ଲୀ,୧୭|୧୧: ହ୍ୟୁଣ୍ଡାଇ ଆତିଶୀଘ୍ର ବଜାରକୁ ଶସ୍ତା ଏସୟୁଭି ଆଣିବାକୁ ଯାଉଛି । ଏହି ଏସୟୁଭି ଉପରେ କାମ ମଧ୍ୟ ଆରମ୍ଭ ହୋଇଗଲାଣି । ଏହା ସ୍ମାର୍ଟ୍ ଇଭି ପ୍ରୋଜେକ୍ଚ ଆଧାରରେ ତିଆରି କରାଯାଉଛି । ଏହି ମିନି ଇଲେକ୍ଟ୍ରିକ୍ ଏସୟୁଭିର ୯୦ ପ୍ରତିଶତ ଅଂଶ ଭାରତରେ ପ୍ରସ୍ତୁତ ହୋଇଛି । ୨୦୨୩ରେ ଏହି କାର ଲଞ୍ଚ୍ ହୋଇପାରେ । ଏହି କାର୍‌ର ଦାମ୍ କେତେ ରହିବ ସେନେଇ କିଛି ସୂଚନା ମିଳିପାରି ନାହିଁ । ତେବେ ୧୦ ଲକ୍ଷ ଟଙ୍କା ମଧ୍ୟରେ ଏହାର ଦାମ୍ ରହିପାରେ ବୋଲି ଅନୁମାନ କରାଯାଉଛି । କମ୍ପାନୀ ଏହାକୁ ହ୍ୟୁଣ୍ଡାଇ ଏଏକ୍ସ ନାଁ ଦେଇଛି । ନିକଟରେ ଦକ୍ଷିଣ କୋରିଆରେ ଟେଷ୍ଟିଂ ବେଳେ ଏହାକୁ ପ୍ରଦର୍ଶନ କରାଯାଇଥିଲା । ନୂଆ ଅବତାରରେ କୋନା ଇଲେକ୍ଟ୍ରିକ୍ କମ୍ପାନୀ କିଛି ସମୟ ପୂର୍ବରୁ କୋନା…

ରାଜ୍ୟରେ ଚିହ୍ନଟ ହେଲେ ୬୪୪ କରୋନା ସଂକ୍ରମିତ

ଭୁବନେଶ୍ବର ୧୬।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୦୦୫୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୧ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୭୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୯ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩ଜଣ, ବରଗଡ଼ ଜିଲ୍ଲାରୁ ୧୪ଜଣ, ଭଦ୍ରକ ଜିଲ୍ଲାରୁ ୧୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୨ଜଣ, ବୌଦ୍ଧି ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୩୮ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ…

ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର ୧୭।୧୧: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୬୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୬୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୭ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ, ସମ୍ବଲପୁର ଜିଲ୍ଲାରୁ ୩ ଜଣ, ସୁବର୍ଣ୍ଣପୁର ଓ ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ଼, ଭଦ୍ରକ, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧୦୦୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୨୮୦ଟି…