ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରଣାସୀ ଲୋକସଭା ନିର୍ବାଚନକୁ ରଦ୍ଦ କରିବାକୁ ଦାବି

ନୂଆଦିଲ୍ଲୀ ୧୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରଣାସୀ ଲୋକସଭା ଆସନର ନିର୍ବାଚନ ରଦ୍ଦ କରିବା ଦାବିରେ ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ମାମଲାର ଶୁଣାଣି ଘୁଞ୍ଚାଇବା ଲାଗି ଆବେଦନକାରୀ ସୀମା ସୁରକ୍ଷା ବଳ(ବିଏସଏଫ)ରୁ ବରଖାସ୍ତ ଯବାନ ତେଜବହାଦୂର ଯାଦବଙ୍କ ଅପିଲକୁ ନ୍ୟାୟାଳୟ ଖାରଜ କରିଛନ୍ତି। ତେଜବହାଦୂର ଗତ ଛଅ ମାସରେ ତିନି ଥର ଏହି ମାମଲାକୁ ଘୁଞ୍ଚାଇ ସାରିଛନ୍ତି। ଆଜି ମଧ୍ୟ ଏମିତି କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ତାଙ୍କୁ ଆଉ ସମୟ ଦେବାକୁ ମନା କରି ଦେଇଛନ୍ତି। ତେଜବହାଦୂର ପ୍ରଥମେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରି ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନକୁ ଖାରଜ କରିବାକୁ ଦାବି କରିଥିଲେ। ହେଲେ ହାଇକୋର୍ଟ ଏହା କହି ତାଙ୍କ ଆବେଦନ ଖାରଜ କରିଥିଲେ ଯେ, ଏମିତି ଦାବି କେବଳ ସେହି ବ୍ୟକ୍ତି କରି ପାରିବେ ଯିଏ…

୨୦୨୧ ଭାରତୀୟ ଦଳ ପାଇଁ ବ୍ୟସ୍ତବହୁଳ ବର୍ଷ

ନୂଆଦିଲ୍ଲୀ ୧୮।୧୧: କରୋନା କାରଣରୁ ୨୦୨୦ରେ କ୍ରିକେଟ୍‌ ସିଜିନ ସଂପୂର୍ଣ୍ଣ ବରବାଦ ହୋଇ ଯାଇଛି। ଅନେକ ଟୂର୍ଣ୍ଣାମେଣ୍ଟ ଓ ଶୃଙ୍ଖଳା ସ୍ଥଗିତ କରାଯାଇଛି। ହେଲେ ଏବେ ପଡିଆକୁ କ୍ରିକେଟ୍‌ର ପ୍ରତ୍ୟାବର୍ତ୍ତନ ହୋଇଛି। କିନ୍ତୁ ଏଥିପାଇଁ ଅନେକ ମାସ ଅପେକ୍ଷା କରିବାକୁ ପଡିଛି। ୨୦୨୦ ସିଜିନ କରୋନା ଯୋଗୁଁ ପ୍ରଭାବିତ ହେବା କାରଣରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଆଗାମୀ ସିଜିନ ବ୍ୟସ୍ତବହୁଳ ହେବାକୁ ଯାଉଛି। ଦଳ ଆସନ୍ତା ବର୍ଷ ପୂରା ୧୨ ମାସ କ୍ରିକେଟ୍‌ ଖେଳରେ ବ୍ୟସ୍ତ ରହିବେ। ୨୦୨୧ରେ ଭାରତୀୟ କ୍ରିକେଟ୍‌ରଙ୍କୁ ଗୋଟିଏ ମାସ ମଧ୍ୟ ବିଶ୍ରାମ ମିଳିବ ନାହିଁ। ରିପୋର୍ଟ ଅନୁଯାୟୀ ଆଗାମୀ ବର୍ଷ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ  କ୍ରମାଗତ ୧୨ ମାସ କ୍ରିକେଟ୍ ଖେଳିବେ। ୨୦୨୧ରେ ଦଳ ପ୍ରାୟ ୧୪ ଟେଷ୍ଟ, ୧୩ ଦିନିକିଆ ଓ ପାଖାପାଖି ୨୯ଟି ଟି-୨୦…

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା:ପୀଡିତାଙ୍କ ମାଆଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ବର୧୮/୧୧: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା। ଶୁଣାଣି ବେଳେ ପୀଡିତାଙ୍କ ମାଆଙ୍କ ବିସ୍ଫୋରକ ବୟାନ। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗରେ ହାଜର ହୋଇ ପକ୍ଷ ରଖିବା ବେଳେ ପୀଡ଼ିତାଙ୍କ ମାଆ ଏହି ଅଭିଯୋଗ କରିଛନ୍ତି। ତାଙ୍କ ମାଆ କହିଛନ୍ତି ଯେ,  ଏହି ଘଟଣା ପରେ ପୀଡିତାଙ୍କୁ ଓଟିଭି ଏମ୍‌ଡି ୨ ଥର ଦେଖା କରିଥିଲେ। ଥାନାରେ ଅଭିଯୋଗ କରିବା ପୂର୍ବରୁ ତାଙ୍କୁ ଓଟିଭି ଏମ୍‌ଡି ଦେଖା କରିଥିବା ସେ କହିଛନ୍ତି। ଜାଣିଶୁଣି ବ୍ୟକ୍ତିଗତ ଭାବେ ଓଟିଭି ଏମ୍‌ଡି ହାଜର ହେଉନଥିବା ପୀଡିତାଙ୍କ ଓକିଲ କହିଛନ୍ତି। ଏପରି କି ଏହି ଘଟଣା ସଂପର୍କରେ କାହାକୁ ନ କହିବାକୁ ପୀଡିତାଙ୍କୁ ଓଟିଭି ଏମ୍‌ଡି ଧମକ ଦେଇଥିଲେ। ଯଦି ଏହି କଥା କାହାକୁ କହିବେ, ମାଆ-ଝିଅଙ୍କୁ ଜୀବନରୁ ମାରି ଦେବାକୁ ଓଟିଭି ଏମ୍‌ଡି ଧମକ ଦେଇଥିଲେ। ଓଟିଭି ଏମ୍‌ଡିଙ୍କ ବିରୋଧରେ ଏଭଳି ସଂଗୀନ…

ଅହମ୍ମଦାବାଦରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

ଅହମ୍ମଦାବାଦ ୧୮।୧୧: ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୁଧବାର ଦିନ ସକାଳ ସମୟରେ ୨ଟି ଟ୍ରକ ମଧ୍ୟରେ ମୁହାଁମୁହାଁ ଧକ୍କା ହୋଇଛି । ଯାହାଫଳରେ କି ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ୧୭ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଆଜି ସକାଳ ସମୟରେ ଗୁଜୁରାଟ ଓ୍ୱାଘୋଡିରେ ୨ଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି  । ଭୋର ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ରାଜପଥରେ ଦୁର୍ଘଟଣା ହେବା ଦ୍ୱାରା ରାସ୍ତାରେ ଗାଡିର ଭିଡ଼ ଲାଗିରହିଛି । ତେବେ  ଦୁର୍ଘଟଣାସଂପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ  ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ…

SCB ମେଡିକାଲ ସଂଯୋଗୀକରଣ ରାସ୍ତାର ସଂପ୍ରସାରଣ କାମ ଆରମ୍ଭ

କଟକ ୧୮।୧୧: କଟକ SCB ମେଡିକାଲ ସଂଯୋଗୀକରଣ ରାସ୍ତାର ସଂପ୍ରସାରଣ କାମ ଆରମ୍ଭ ହୋଇଛି ।  ମାତୃଭବନଠାରୁ ରାଣୀହାଟ ଯାଏ ହେବ ଉଚ୍ଛେଦ କାର୍ଯ୍ୟ ।  ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରେ ୩ ଲେନ୍‌ର ରୋଡ୍‌ ହେବ । ଏସ୍‌ସିବି ମେଡିକାଲକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ ଲାଗି  ଆଜି ମାତୃଭବନଠାରୁ ରାଣୀହାଟ ଯାଏ ହେବ ଉଛେଦ । ତାଳଦଣ୍ଡା କେନାଲର ପାର୍ଶ୍ବରେ ଥିବା ରାସ୍ତାର ହେବ ସମ୍ପ୍ରସାରଣ କରି ଏହାକୁ ୩  ଲେନ୍‌ ରୋଡ କରାଯିବ । ପ୍ରଥମ ପର୍ଯ୍ୟାୟରେ ଯୋବ୍ରାଠାରୁ ରାଣୀହାଟ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି । ଏବେ ଦ୍ଵିତୀୟ ପର୍ଯ୍ୟାୟରେ ମାତୃଭବନଠାରୁ ରାଣୀହାଟ ଯାଏ  ରୋଡ ସମ୍ପ୍ରସାରଣ କରାଯିବ।  ଏଥି ପାଇଁ ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ଜିଲ୍ଲା ପ୍ରଶାସନ ଦ୍ବାରା ସର୍ଭେ ପକ୍ରିୟା ଶେଷ ହୋଇଛି ।…

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – କଳ-ବଳ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାତକୁ ଆଣି ପାରନ୍ତି । ଦୟାଳୁ ସ୍ୱଭାବର ହେବେ । ଆକସ୍ମିକ ଯାତ୍ରା କରିବାର ସୁବିଧା ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬। ଚାଷୀ- ଉତ୍ତମ ଫଳ ପାଇବେ । ରୋଗୀ- ଆର୍ୟୁବେଦୀ ଚିକିତ୍ସା ଲାଭ ଦେବ । ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ । କର୍ମଜୀବି- କର୍ମ କ୍ଷେତ୍ରରେ  ଉନ୍ନତି ମିଳିବ । ବ୍ୟବସାୟୀ- ଅର୍ଥ ଲାଭ ହେବ । ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ । ବୃଷ – ଧନ ସ୍ଥାନ ପାପଯୁକ୍ତ ଯୋଗୁ ଅର୍ଥ ସମ୍ପର୍କୀୟ ସାମାନ୍ୟ ସମସ୍ୟା ଆସିବାର ଆଶଙ୍କା ଦେଖା ଦେବ । ବନ୍ଧୁ ପରାମର୍ଶରେ କୌଣସି ନୂତନ ଯୋଜନା କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩…

କରୋନାର ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି

ନୂଆଦିଲ୍ଲୀ ୧୮।୧୧: କରୋନା ଭାଇରସର ଦୈନିକ ସଂକ୍ରମଣ ସଂଖ୍ୟାରେ ପୁଣି ଥରେ ବୃଦ୍ଧି ପାଇବାର ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣରେ ୩୮,୬୧୭ ନୂଆ କେସ୍‌ ସାମ୍ନାକୁ ଆସିଛି । ଯାହାକୁ ମିଶାଇ ଦେଶରେ ୮୯ଲକ୍ଷ ଡ଼େଇଁଛି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ଦିନ ଦେଶରେ ୨୯,୧୬୪ କରୋନା କେସ୍‌ ଆସିଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟାରେ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୩ଲକ୍ଷ ପାର୍‌ ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ କରୋନା ଭାଇରସରେ ୩୮,୬୧୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୪୭୪ ଲୋକଙ୍କ ଜୀବନ ଯାଇଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୯,୧୨,୯୦୮ ଲୋକ କରୋନା ଭାଇରସରେ ଆକ୍ରାନ୍ତ…

ସମୁଦ୍ର ପାଣି ଛୁଇଁଲେ ଦେବାକୁ ପଡିବ ଫାଇନ୍

ପଟ୍ଟାମୁଣ୍ଡାଇ ୧୮।୧୧: ସମୁଦ୍ର ପାଣିରେ ଗୋଡ ବାଜିଲେ ଦେବାକୁ ପଡିବ ଜରିମନା । ପେଣ୍ଠ ସମୁଦ୍ର କୂଳରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏମିତି ଏକ ନିୟମ କରିଛନ୍ତି । ନାଲି ପତାକା ଲଗାଇ ସର୍ବସାଧାରଣ ଲୋକଙ୍କୁ ଅବଗତ କରାଇବା ସହିତ ଆଜିଠାରୁ ୧୪୪ ଧାରା ଲାଗୁ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୧୫ଦିନ ମଧ୍ୟରେ ରାଜନଗର ପେଣ୍ଠ ସମୁଦ୍ର କୂଳରେ ଗାଧୋଇବା ବେଳେ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ ଯିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଗତ ୧ ତାରିଖରେ ଯାଜପୁର ଜିଲ୍ଲା ଜରି ଗାଁର ଗୌରବ ରଥ ଓ ଗତ ୧୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗୁପ୍ତିରା ଗାଁର ସତ୍ୟଜିତ ବାଇ ପେଣ୍ଠ ସମୁଦ୍ର କୂଳରେ ବୁଲିବାକୁ ଯାଇ ଗାଧୋଇବା ସମୟରେ ପାଣିରେ ଭାସିଯାଇଥିଲେ । ଗୌତମଙ୍କର ମୃତଦେହ ମିଳିଥିବା ବେଳେ…