ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା:ପୀଡିତାଙ୍କ ମାଆଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ବର୧୮/୧୧: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା। ଶୁଣାଣି ବେଳେ ପୀଡିତାଙ୍କ ମାଆଙ୍କ ବିସ୍ଫୋରକ ବୟାନ। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗରେ ହାଜର ହୋଇ ପକ୍ଷ ରଖିବା ବେଳେ ପୀଡ଼ିତାଙ୍କ ମାଆ ଏହି ଅଭିଯୋଗ କରିଛନ୍ତି। ତାଙ୍କ ମାଆ କହିଛନ୍ତି ଯେ,  ଏହି ଘଟଣା ପରେ ପୀଡିତାଙ୍କୁ ଓଟିଭି ଏମ୍‌ଡି ୨ ଥର ଦେଖା କରିଥିଲେ। ଥାନାରେ ଅଭିଯୋଗ କରିବା ପୂର୍ବରୁ ତାଙ୍କୁ ଓଟିଭି ଏମ୍‌ଡି ଦେଖା କରିଥିବା ସେ କହିଛନ୍ତି। ଜାଣିଶୁଣି ବ୍ୟକ୍ତିଗତ ଭାବେ ଓଟିଭି ଏମ୍‌ଡି ହାଜର ହେଉନଥିବା ପୀଡିତାଙ୍କ ଓକିଲ କହିଛନ୍ତି।

ଏପରି କି ଏହି ଘଟଣା ସଂପର୍କରେ କାହାକୁ ନ କହିବାକୁ ପୀଡିତାଙ୍କୁ ଓଟିଭି ଏମ୍‌ଡି ଧମକ ଦେଇଥିଲେ। ଯଦି ଏହି କଥା କାହାକୁ କହିବେ, ମାଆ-ଝିଅଙ୍କୁ ଜୀବନରୁ ମାରି ଦେବାକୁ ଓଟିଭି ଏମ୍‌ଡି ଧମକ ଦେଇଥିଲେ। ଓଟିଭି ଏମ୍‌ଡିଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ମାଆ। ଆସନ୍ତା ଡିସେମ୍ବର ୨ ତାରିଖରେ ଶିଶୁ ସୁରକ୍ଷା ଆୟୋଗରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପରବର୍ତ୍ତୀ ଶୁଣାଣିରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରକ୍ଷିବାକୁ ଆୟୋଗ ଓଟିଭି ଏମଡିଙ୍କୁ ନୋଟିସ୍ ଜାରି କରିଛନ୍ତି

Related posts

Leave a Comment