କଟକ ୧୮।୧୧: କଟକ SCB ମେଡିକାଲ ସଂଯୋଗୀକରଣ ରାସ୍ତାର ସଂପ୍ରସାରଣ କାମ ଆରମ୍ଭ ହୋଇଛି । ମାତୃଭବନଠାରୁ ରାଣୀହାଟ ଯାଏ ହେବ ଉଚ୍ଛେଦ କାର୍ଯ୍ୟ । ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରେ ୩ ଲେନ୍ର ରୋଡ୍ ହେବ ।
ଏସ୍ସିବି ମେଡିକାଲକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ ଲାଗି ଆଜି ମାତୃଭବନଠାରୁ ରାଣୀହାଟ ଯାଏ ହେବ ଉଛେଦ । ତାଳଦଣ୍ଡା କେନାଲର ପାର୍ଶ୍ବରେ ଥିବା ରାସ୍ତାର ହେବ ସମ୍ପ୍ରସାରଣ କରି ଏହାକୁ ୩ ଲେନ୍ ରୋଡ କରାଯିବ । ପ୍ରଥମ ପର୍ଯ୍ୟାୟରେ ଯୋବ୍ରାଠାରୁ ରାଣୀହାଟ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି । ଏବେ ଦ୍ଵିତୀୟ ପର୍ଯ୍ୟାୟରେ ମାତୃଭବନଠାରୁ ରାଣୀହାଟ ଯାଏ ରୋଡ ସମ୍ପ୍ରସାରଣ କରାଯିବ। ଏଥି ପାଇଁ ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ଜିଲ୍ଲା ପ୍ରଶାସନ ଦ୍ବାରା ସର୍ଭେ ପକ୍ରିୟା ଶେଷ ହୋଇଛି । ଏପରିକି ୫ ଟି ସଚିବ ମଧ୍ୟ ଉଚ୍ଛେଦ ହେବାକୁ ଥିବା ସ୍ଥାନକୁ ବୁଲି ଦେଖିଥିଲେ ।