ପ୍ରଥମ ଦିନ ବିକ୍ରିରେ ରେକର୍ଡ ଭାଙ୍ଗିଲା ଓବାମାଙ୍କ ପୁସ୍ତକ A promised land

ନ୍ୟୁୟର୍କ ୧୯।୧୧:  ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ବହୁ ପ୍ରତିକ୍ଷୀତ ପୁସ୍ତକ ‘ଏ ପ୍ରୋମିସଡ୍ ଲ୍ୟାଣ୍ଡ’ ବିକ୍ରି ଲାଗି ବଜାରକୁ ପ୍ରବେଶ କରିଛି। ଏହା ଏକ ସସ୍ମରଣ ପୁସ୍ତକ ହୋଇଥିବା ବେଳେ ବଜାର ପ୍ରବେଶରେ ପ୍ରଥମ ଦିନରେ ବିକ୍ରିର ସମସ୍ତ ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ପୁସ୍ତକର ୮ ହଜାର ୯୦ ଲକ୍ଷ କପି ହାତକୁ ହାତ ବିକ୍ରି ହୋଇଯାଇଥିବା ପୁସ୍ତକର ପ୍ରକାଶକ ‘ପେଙ୍ଗୁଇନ୍ ରାଣ୍ଡମ ହାଉସ୍’ ସୂଚିତ କରିଛନ୍ତି। ସୂଚନା ମୁତାବକ କେବଳ ଯୁକ୍ତରାଷ୍ଟ୍ର ଓ କାନାଡାରେ ପୁସ୍ତକର ୮ଲକ୍ଷ ୮୭ ହଜର କପି ବିକ୍ରି ହୋଇଛି। ଯାହାକୁ ପୁସ୍ତକ ବିକ୍ରିରେ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇପାରେ। ଏଥିରେ ଅଗ୍ରୀମ ଅର୍ଡର ବିକ୍ରି ଓ ପ୍ରଥମ ଦିନର ବିକ୍ରି ମଧ୍ୟ ସାମିଲ। ପ୍ରକାଶକ ତାଙ୍କ କମ୍ପାନୀ ଦ୍ୱାରା ଏ ପର୍ଯ୍ୟନ୍ତ ପ୍ରକାଶିତ ପୁସ୍ତକମାନଙ୍କର ବିକ୍ରି ତୁଳନାରେ…

ଟି-ଟ୍ବେଣ୍ଟିରେ ମଧ୍ୟ ଭାରି ପଡିବେ ରବିଚନ୍ଦ୍ରନ ଅଶ୍ବିନ !

ନୂଆଦିଲ୍ଲୀ ୧୯/୧୧ : ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଆଇପିଏଲ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ କୋଚ୍ ମହମ୍ମଦ କୈଫ, ଅଶ୍ବିନଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । କୈଫ କହିଛନ୍ତି ରବିଚନ୍ଦ୍ରନ ଅଶ୍ବିନ ଏବେ ଟି-ଟ୍ବେଣ୍ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ ଦେଖାଇପାରିବେ । ଏବେ ଅଶ୍ବିନଙ୍କୁ ଅଷ୍ଟେ୍ରଲିଆ ଗସ୍ତରେ କେବଳ ଟେଷ୍ଟ ଟିମରେ ସାମିଲ କରାଯାଇଛି । ମହମ୍ମଦ କୈଫ କହିଛନ୍ତି ଆଇପିଏଲ ସିଜିନ-୧୩ରେ, ବିରାଟ କେହାଲି, ରୋହିତ ଶର୍ମା, ପୋଲାର୍ଡ, ଗେଲ, ଓ୍ବାର୍ଣ୍ଣର, ଡି କକ୍, ଜୋସ ବଟଲର, ଷ୍ଟେଭ ସ୍ମିଥ୍, ପାଡିକଲ ଏବଂ ପୁରନଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି ଅଶ୍ବିନ । ସେଥିମଧ୍ୟରୁ ଅନେକଙ୍କ ଓ୍ବିକେଟ ପାଓ୍ବାର ପ୍ଲେରେ ନେବାରେ ସଫଳ ହୋଇଛନ୍ତି । ସେଥିପାଇଁ ରବିଚନ୍ଦ୍ରନ ଅଶ୍ବିନ ଟି-ଟ୍ବେଣ୍ଟିରେ ବହୁମୂଲ୍ୟ ସାମ୍ୟସ୍ତ ହୋଇପାରନ୍ତି ।…

ୟୁଟ୍ୟୁବର୍ ବିରୋଧରେ ୫୦୦ କୋଟି ଟଙ୍କାର ମାନହାନି ମାମଲା ରୁଜ୍ଜୁ କଲେ ଅକ୍ଷୟ କୁମାର

ମୁମ୍ବାଇ ୧୯/୧୧ : ବିହାରର ଜଣେ ୟୁଟ୍ୟୁବର ରଶିଦ ସିଦ୍ଦିକିଙ୍କ ବିରୋଧରେ ମିଛ ଖବର ପ୍ରଚାର କରି ଟଙ୍କା ରୋଜଗାର କରିଥିବା ଅଭିଯୋଗ ହୋଇଛି। ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଗତ ୪ ମାସରେ ମିଛ ଖବର ପ୍ରଚାର କରି ୧୫ ଲକ୍ଷଋ ଅଧିକ ଟଙ୍କା ରୋଜଗାର କରିଥିବା ଅଭିଯୋଗ ହୋଇଛି। ମିଡ୍ ଡେ ରେ ପ୍ରକାଶିତ ଏକ ଖବର ଅନୁସାରେ, ଏକ ଯାଞ୍ଚରେ ଏହି ଘଟଣା ସାମ୍ନାକୁ ଆସିଛି। ୨୫ ବର୍ଷୀୟ ସିଦ୍ଦିକି ଜଣେ ସିଭିଲ ଇଂଜିନିୟର ଏବଂ ୟୁଟ୍ୟୁବରେ ନିଜର ଏକ ‘ଏଫଏଫ ନ୍ୟୁଜ’ ନାମକ ଏକ ଚାନେଲ ରହିଛି। ଶିବସେନାର ଲିଗାଲ୍ ସେଲ୍ ଆଡଭୋକେଟ ଧର୍ମେନ୍ଦ୍ର ମିଶ୍ର ସିଦ୍ଦିକି ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି। ରିପୋର୍ଟ ଅନୁସାରେ ପୋଲିସ ମାନହାନି, ସାର୍ବଜନିକ ଦୁର୍ବ୍ୟବହାର ଓ ଜାଣିଶୁଣି ଅପମାନ…