ୟୁଟ୍ୟୁବର୍ ବିରୋଧରେ ୫୦୦ କୋଟି ଟଙ୍କାର ମାନହାନି ମାମଲା ରୁଜ୍ଜୁ କଲେ ଅକ୍ଷୟ କୁମାର

ମୁମ୍ବାଇ ୧୯/୧୧ : ବିହାରର ଜଣେ ୟୁଟ୍ୟୁବର ରଶିଦ ସିଦ୍ଦିକିଙ୍କ ବିରୋଧରେ ମିଛ ଖବର ପ୍ରଚାର କରି ଟଙ୍କା ରୋଜଗାର କରିଥିବା ଅଭିଯୋଗ ହୋଇଛି। ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଗତ ୪ ମାସରେ ମିଛ ଖବର ପ୍ରଚାର କରି ୧୫ ଲକ୍ଷଋ ଅଧିକ ଟଙ୍କା ରୋଜଗାର କରିଥିବା ଅଭିଯୋଗ ହୋଇଛି। ମିଡ୍ ଡେ ରେ ପ୍ରକାଶିତ ଏକ ଖବର ଅନୁସାରେ, ଏକ ଯାଞ୍ଚରେ ଏହି ଘଟଣା ସାମ୍ନାକୁ ଆସିଛି। ୨୫ ବର୍ଷୀୟ ସିଦ୍ଦିକି ଜଣେ ସିଭିଲ ଇଂଜିନିୟର ଏବଂ ୟୁଟ୍ୟୁବରେ ନିଜର ଏକ ‘ଏଫଏଫ ନ୍ୟୁଜ’ ନାମକ ଏକ ଚାନେଲ ରହିଛି।

ଶିବସେନାର ଲିଗାଲ୍ ସେଲ୍ ଆଡଭୋକେଟ ଧର୍ମେନ୍ଦ୍ର ମିଶ୍ର ସିଦ୍ଦିକି ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି। ରିପୋର୍ଟ ଅନୁସାରେ ପୋଲିସ ମାନହାନି, ସାର୍ବଜନିକ ଦୁର୍ବ୍ୟବହାର ଓ ଜାଣିଶୁଣି ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜ୍ଜୁ କରିଛି। ଅଦାଲତ ସିଦ୍ଦିକିକୁ ଅନ୍ତରୀଣ ଜାମିନ ଦେଇଛନ୍ତି ଏବଂ ଯାଞ୍ଚରେ ସହଯୋଗ କରିବାକୁ ଆଦେଶ ଦେଇଛନ୍ତି। ମୁମ୍ବାଇ ପୋଲିସ, ମହାରାଷ୍ଟ୍ର ସରକାର, ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବିରୋଧରେ ସେ ଅନେକ ପୋଷ୍ଟ କରିଛନ୍ତି ଯାହା ଲକ୍ଷ ଲକ୍ଷ ନାଗରିକ ଦେଖିଛନ୍ତି।

ମଙ୍ଗଳବାର ଦିନ ଅକ୍ଷୟ କୁମାର ମଧ୍ୟ ସିଦ୍ଦିକି ବିରୋଧରେ ୫୦୦ କୋଟି ଟଙ୍କା ମାନହାନି ମାମଲା ରୁଜ୍ଜୁ କରିଛନ୍ତି। ସିଦ୍ଦିକି ନିଜ ଭିଡିଓରେ ଦାବି କରିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତଙ୍କୁ ଫିଲ୍ମ ‘ଏମଏସ ଧୋନି’ ମିଳିବା ପରେ ଅକ୍ଷୟ କୁମାର ଖୁସି ନଥିଲେ। ତା’ଛଡା ସିଦ୍ଦିକି ନିଜ ଭିଡିଓ ଦାବି କରିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଅକ୍ଷୟ କୁମାର ରିୟା ଚକ୍ରବର୍ତ୍ତୀଙ୍କୁ କାନାଡ଼ା ଯିବା ପାଇଁ ସାହାଯ୍ୟ କରିଥିଲେ।

Related posts

Leave a Comment