ରାଜ୍ୟରେ ଚିହ୍ନଟ ହେଲେ ୭୫୭ କରୋନା ସଂକ୍ରମିତ

ଭୁବନେଶ୍ବର ୨୦।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୨୫୪୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୬ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୨୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭୫ଜଣ, ବାଲେଶ୍ୱର ଜିଲ୍ଲାରୁ ୩୪ଜଣ, ବରଗଡ଼ ଜିଲ୍ଲାରୁ ୧୨ଜଣ, ଭଦ୍ରକ ଜିଲ୍ଲାରୁ ୧୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୫ଜଣ, କଟକ ଜିଲ୍ଲାରୁ ୬୭ଜଣ, ଦୋଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ୯ଜଣ, ଗଜପତି…

ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର ୨୦।୧୧: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୭୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୬ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରି ୪ ଜଣ, କଟକ ଜିଲ୍ଲାରୁ ୩ ଜଣ, ଗଞ୍ଜାମ, ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ, ଜଗତସିଂହପୁର, ଝାରସୁଗୁଡା, ପୁରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧୨୫୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୦୮୮ଟି ଆକ୍ଟିଭ୍‌ କେସ୍‌…

୩ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

ଛିନ୍ଦଓ୍ବାଡା ୨୦।୧୧: ମଧ୍ୟପ୍ରଦେଶରେ ବହୁ ଚର୍ଚ୍ଚିତ ଶିଶୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ହୋଇଛି । ଅମରଓ୍ବାଡା ଥାନା ଅଞ୍ଚଳରେ ଜମୁନିୟା ଗାଁରେ ୩ ବର୍ଷର ଶିଶୁ ସହ ଘଟିଥିଲା ଏଭଳି ନାରକୀୟ କାଣ୍ଡ । ଏହାପରେ ଘଟଣାକୁ ନେଇ ତୀବ୍ର ବିରୋଧ କରାଯାଇଥିଲା । ମଧ୍ୟପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାର ଶୁଣାଣି ଫାଷ୍ଟଟ୍ରାକ୍ କୋର୍ଟରେ ହୋଇଥିଲା । ୫ ମାସ ମଧ୍ୟରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । କରୋନା ମହାମାରୀ ସମୟରେ ପ୍ରତ୍ୟକ୍ଷ ଭାବେ ସାକ୍ଷ ଗ୍ରହଣ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଚାର କରାଯାଇଥିଲା । ଭାରତୀୟ ଦଣ୍ଡବିଧି ଧାରା ୩୬୩, ୩୬୬, ୩୭୬, ୩୦୨, ୧୨୦ ବି ଏବଂ ୩୪ ଆଧାରରେ ଅଭିଯୁକ୍ତ ରିତେଶ ଓରଫ ରୋଶନ ଧୁର୍ବେ ଏବଂ ଧନପାଲ ଉଇକେଙ୍କ ବିରୋଧରେ ଅମରଓ୍ବାଡା ପୋଲିସ…

ଆଜିଠୁ ନୂଆ ଲାଇସେନ୍ସ ବ୍ୟବସ୍ଥା

କଟକ୨୦/୧୧: ଆଜିଠୁ ନୂଆ ଲାଇସେନ୍ସ ବ୍ୟବସ୍ଥା। ରାଜ୍ୟରେ ୨୧ଟି ଆର୍‌ଟିଓରେ ନୂଆ ଡିଏଲ୍‌ ଆବେଦନ ପାଇଁ ସ୍ଲଟ୍‌ ଖୋଲିବାକୁ ଅନୁମତି ଦିଆଯାଇଛି। ଏଥିରେ ଚଣ୍ତିଖୋଲ, ବରପାଲି, କୋରାପୁଟ, ମୟୂରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଅନୁଗୋଳ, ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେଓଗଡ଼, ମାଲକାନଗିରି, ଭଞ୍ଜନଗର, ଗଞ୍ଜାମ, ସୋନପୁର, ତାଳଚେର, ରାଇରଙ୍ଗପୁର, ରାଉରକେଲା, ସମ୍ବଲପୁର ସାମିଲ ହୋଇଛନ୍ତି। ଆସନ୍ତା ୨୦ ତାରିଖଠାରୁ ଭଦ୍ରକ, ନୟାଗଡ଼, ନୂଆପଡ଼ା ଏବ˚ ଯାଜପୁରରେ ନୂଆ ଡିଏଲ୍‌ ଆବେଦନ କରିବାକୁ ଅନୁମତି ମିଳିଛି। ଅନ୍ୟପଟେ ୨୨ଟି ଆର୍‌ଟିଓରେ ନୂଆ ଲର୍ଣ୍ଣର୍ସ‌୍ ଲାଇସେନ୍ସ ଆବେଦନ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୁଶାନ୍ତଙ୍କ ବିଗ୍ ବଜେଟ୍ :୨୬/୧୧ ଆତଙ୍କୀ ହମଲା ଉପରେ ସିନେମା କରିବାକୁ କରିଥିଲେ ପ୍ଲାନିଂ

ମୁମ୍ବାଇ ୧୯/୧୧: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୫ମାସରୁ ଅଧିକ ହୋଇ ସାରିଲାଣି। କିନ୍ତୁ ଏବେ ସୁଦ୍ଧା ସିବିଆଇ ତରଫରୁ ମାମଲାରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇନାହିଁ। ଅଭିନେତାଙ୍କ ମୃତ୍ୟୁକୁ ନେଇ ଏବେ ବି ବିଭିନ୍ନ ପ୍ରକାରର ଅଟକଳ ଲଗାଯାଇଥାଏ। ଏବେ ବି ତାଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ନ୍ୟାୟର ଗୁହାରି କରନ୍ତି। କିନ୍ତୁ ଏହି ମାମଲାରେ ଏକ ଡେଭଲପମେଣ୍ଟ୍ ସାମନାକୁ ଆସିଛି। ସୂଚନା ମୁତାବକ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଦିନେ ପୂର୍ବେ ଅର୍ଥାତ୍ ଜୁନ୍ ୧୩ତାରିଖରେ ଏକ ଫିଲ୍ମ ବିଷୟରେ ବୁହତ ସମୟ କଥାବାର୍ତ୍ତା କରିଥିଲେ। ସୁଶାନ୍ତ ନିର୍ଦେଶକ ନିଖିଲ ଆଡଭାନୀଙ୍କ ଫିଲ୍ମରେ କାମ କରିବାକୁ ପ୍ରସ୍ତୁତି କରୁଥିଲେ। ୨୬/୧୧ ଆତଙ୍କବାଦୀ ଆକ୍ରମଣ ଉପରେ ହେବାକୁ ଯାଉଥିବା ଏହି ଫିଲ୍ମକୁ ଅଭିଯୁକ୍ତ ଅଜମଲ କସାବକୁ ନେଇ ନିର୍ମାଣ କରିବାର ଯୋଜନା ଥିଲା। ଏହା…

ଭାରତରେ ୨ ଦିନ ଫ୍ରି’ରେ ଦେଖିପାରିବେ ନେଟଫ୍ଲିକ୍ସ

ନୂଆଦିଲ୍ଲୀ, ୨୦।୧୧:    ନେଟଫ୍ଲିକ୍ସ୍ ଭାରତରେ ଦୁଇ ଦିନ ଯାଏଁ ଫ୍ରି ସର୍ଭିସ୍ ଦେବ ବୋଲି ଘୋଷଣା କରିଛି । ନେଟଫ୍ଲିକ୍ସ୍ ଷ୍ଟ୍ରିମ୍ ଫେଷ୍ଟ୍ ଆଧାରରେ ଏହି ଫ୍ରି ସର୍ଭିସ୍ ଦିଆଯିବ ବୋଲି କମ୍ପାନୀ କହିଛି । ଏହି ଷ୍ଟ୍ରିମ୍ ଫେଷ୍ଟରେ ଭାରତରେ ନେଟଫ୍ଲିକ୍ସର ପ୍ରିମିୟମ କଣ୍ଟେଣ୍ଟ୍ ଦେଖିହେବ ।  ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । କିନ୍ତୁ ଏଥିପାଇଁ ସର୍ଭିସ୍ ଆଇଡି କିମ୍ବା ଓ ନମ୍ବର ଜରିଆରେ ସାଇନ୍ ଅପ୍ କରିବାକୁ ହେବ । ନେଟଫ୍ଲିକ୍ସର କହିବାନୁସାରେ, ଦୁଇ ଦିନ ଯାଏଁ ୟୁଜର୍ସଙ୍କ ପାଖରେ ସମସ୍ତ ଫିଚର୍ସକୁ ଆକସେସ୍ କରିବା ପାଇଁ ଅନୁମତି ମିଳିବ ଯାହା କେବଳ ପ୍ରିମିୟମ ୟୁଜରଙ୍କୁ ଦିଆଯାଏ । ସାଇନ୍ ଅପ୍ କରିବା ପାଇଁ ଡେବିଟ୍ ଓ କ୍ରେଡିଟ୍ କାର୍ଡର ଡିଟେଲ୍ସ ମଧ୍ୟ ଦେବାକୁ ପଡିବ ନାହିଁ । ନେଟଫ୍ଲିକ୍ସ୍…