ଭାରତରେ ୨ ଦିନ ଫ୍ରି’ରେ ଦେଖିପାରିବେ ନେଟଫ୍ଲିକ୍ସ

ନୂଆଦିଲ୍ଲୀ, ୨୦।୧୧:    ନେଟଫ୍ଲିକ୍ସ୍ ଭାରତରେ ଦୁଇ ଦିନ ଯାଏଁ ଫ୍ରି ସର୍ଭିସ୍ ଦେବ ବୋଲି ଘୋଷଣା କରିଛି । ନେଟଫ୍ଲିକ୍ସ୍ ଷ୍ଟ୍ରିମ୍ ଫେଷ୍ଟ୍ ଆଧାରରେ ଏହି ଫ୍ରି ସର୍ଭିସ୍ ଦିଆଯିବ ବୋଲି କମ୍ପାନୀ କହିଛି ।

ଏହି ଷ୍ଟ୍ରିମ୍ ଫେଷ୍ଟରେ ଭାରତରେ ନେଟଫ୍ଲିକ୍ସର ପ୍ରିମିୟମ କଣ୍ଟେଣ୍ଟ୍ ଦେଖିହେବ ।  ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । କିନ୍ତୁ ଏଥିପାଇଁ ସର୍ଭିସ୍ ଆଇଡି କିମ୍ବା ଓ ନମ୍ବର ଜରିଆରେ ସାଇନ୍ ଅପ୍ କରିବାକୁ ହେବ । ନେଟଫ୍ଲିକ୍ସର କହିବାନୁସାରେ, ଦୁଇ ଦିନ ଯାଏଁ ୟୁଜର୍ସଙ୍କ ପାଖରେ ସମସ୍ତ ଫିଚର୍ସକୁ ଆକସେସ୍ କରିବା ପାଇଁ ଅନୁମତି ମିଳିବ ଯାହା କେବଳ ପ୍ରିମିୟମ ୟୁଜରଙ୍କୁ ଦିଆଯାଏ । ସାଇନ୍ ଅପ୍ କରିବା ପାଇଁ ଡେବିଟ୍ ଓ କ୍ରେଡିଟ୍ କାର୍ଡର ଡିଟେଲ୍ସ ମଧ୍ୟ ଦେବାକୁ ପଡିବ ନାହିଁ ।

ନେଟଫ୍ଲିକ୍ସ୍ ଷ୍ଟ୍ରିମଫେଷ୍ଟରେ ଫ୍ରି ଭିଡିଓ ଦେଖିବା ପାଇଁ Netflix.com/streamfest କୁ ଲଗଇନ୍ କରିବାକୁ ହେବ । ଆଣ୍ଡ୍ରୋଏଡ୍ ଆପ୍ ଡାଉନଲୋଡ୍ କରି ମଧ୍ୟ ଏହାର ଫାଇଦା ଉଠାଇ ହେବ । ଯାହାର ପୂର୍ବରୁ ଆକାଉଣ୍ଟ ନାହିଁ ସେ ସାଇନ୍ ଅପ୍ କରିପାରିବେ ।ଆଜିଠୁ ଆପଣ ନେଟପ୍ଲିକ୍ସରେ ରିମାଇଣ୍ଡର ସେଟ୍ କରିପାରିବେ । ଯେତେବେଳେ ଲାଇଭ୍ ହେବ ସେତେବେଳେ ଆପଣ ଫ୍ରି ନେଟଫ୍ଲିକ୍ସ ଦେଖିପାରିବେ । ଯେଉଁମାନେ ଷ୍ଟ୍ରିମଫେଷ୍ଟରେ ସାଇନ୍ ଇନ୍ କରିବେ ସେମାନେ କେବଳ ଷ୍ଟାଣ୍ଡାର୍ଡ ଡେଫିନେସନ୍ କଣ୍ଟେଣ୍ଟ୍ ଦେଖିପାରିବେ ।

କମ୍ପାନୀ ଆହୁରି ମଧ୍ୟ କହିଛି ଯେ, ନେଟଫ୍ରିକ୍ସ ଆକାଉଣ୍ଟରୁ ସ୍ମାର୍ଟଫୋନ୍, ଟିଭି, ଆଇଓଏସ ଡିଭାଇସ, ଗେମିଂ କନସୋଲ୍ ଆଦିରେ କଣ୍ଟେଣ୍ଟ୍ ଦେଖିହେବ । ଏହାସୁ ସ୍ମାର୍ଟଫୋନରୁ ଟିଭିକୁ କାଷ୍ଟ୍ କରିହେବ । ଭାରତରେ ଡିସେମ୍ବର ୫ ରାତି ୧୨.୦୧ରୁ ୬ ଡିସେମ୍ବର ୧୧ଟା ୫୯ ଯାଏଁ ନେଟଫ୍ଲିକ୍ସ ଫ୍ରି ରହିବ । ଯଦି ଷ୍ଟ୍ରିମ୍ ଫେଷ୍ଟ ସମୟରେ ୟୁଜରଙ୍କ ସଂଖ୍ୟା ଲିମିଟ୍  ରହେ ତେବେ କମ୍ପାନୀ ଆଗୁଆ ସୂଚନା ଦେବ ।

Related posts

Leave a Comment