୩ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

ଛିନ୍ଦଓ୍ବାଡା ୨୦।୧୧: ମଧ୍ୟପ୍ରଦେଶରେ ବହୁ ଚର୍ଚ୍ଚିତ ଶିଶୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ହୋଇଛି । ଅମରଓ୍ବାଡା ଥାନା ଅଞ୍ଚଳରେ ଜମୁନିୟା ଗାଁରେ ୩ ବର୍ଷର ଶିଶୁ ସହ ଘଟିଥିଲା ଏଭଳି ନାରକୀୟ କାଣ୍ଡ । ଏହାପରେ ଘଟଣାକୁ ନେଇ ତୀବ୍ର ବିରୋଧ କରାଯାଇଥିଲା । ମଧ୍ୟପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାର ଶୁଣାଣି ଫାଷ୍ଟଟ୍ରାକ୍ କୋର୍ଟରେ ହୋଇଥିଲା । ୫ ମାସ ମଧ୍ୟରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।

କରୋନା ମହାମାରୀ ସମୟରେ ପ୍ରତ୍ୟକ୍ଷ ଭାବେ ସାକ୍ଷ ଗ୍ରହଣ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଚାର କରାଯାଇଥିଲା । ଭାରତୀୟ ଦଣ୍ଡବିଧି ଧାରା ୩୬୩, ୩୬୬, ୩୭୬, ୩୦୨, ୧୨୦ ବି ଏବଂ ୩୪ ଆଧାରରେ ଅଭିଯୁକ୍ତ ରିତେଶ ଓରଫ ରୋଶନ ଧୁର୍ବେ ଏବଂ ଧନପାଲ ଉଇକେଙ୍କ ବିରୋଧରେ ଅମରଓ୍ବାଡା ପୋଲିସ ମାମଲା ଦାୟର କରିଥିଲା । ଏହାସହ ୧୭ ଜୁଲାଇ ୨୦୨୦ରେ ଏହି ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ, ଜମୁନିୟା ଗାଁରୁ ୩ବର୍ଷର ଶିଶୁକୁ ଅପହରଣ କରାଯାଇଥିଲା । ପୋଲିସ ଦୁଇ ଦିନ ପରେ ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଥିଲା । ତଦନ୍ତ ବେଳେ ଅମରଓ୍ବାଡା ପୋଲିସ ଜାଣିବାକୁ ପାଇଥିଲା ଯେ, ଶିଶୁଟିକୁ ଦୁଷ୍କର୍ମ କରାଯାଇଥିଲା । ଘଟଣାକୁ ଲୁଚାଇବା ପାଇଁ ଶିଶୁଟିକୁ ହତ୍ୟା କରାଯାଇଥିଲା । ଏବେ ଘଟଣାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଅଭିଯୁକ୍ତ ରିତେଶକୁ ଫାଶୀ ଦଣ୍ଡାଦେଶ ଏବଂ ସହଯୋଗୀ ଧନପାଲକୁ ୭ ବର୍ଷ ଆଜୀବନ କାରାଦଣ୍ଡ ଏବଂ ଜରିମନାରେ ଦଣ୍ଡିତ କରାଯାଇଛି । ମୃତ ଶିଶୁର ମା’ କହିଛନ୍ତି ‘ମୁଁ ବହୁତ ଖୁସି’ ।

Related posts

Leave a Comment