ନଭେମ୍ବର ୩୦ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ ୨୨/୧୧ : ଆସନ୍ତା ୩୦ ନଭେମ୍ବର ୨୦୨୦ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦେଖାଯିବ ।  ଏଥର ଚନ୍ଦ୍ରଗ୍ରହଣ ବୃଷ ଏବଂ ରୋହିଣୀ ନକ୍ଷତ୍ରରେ ହେବାକୁ ଯାଉଛି। ରୋହିଣୀ ନକ୍ଷତ୍ରର ପ୍ରଭୁ ହେଉଛନ୍ତି ଚନ୍ଦ୍ର, ଯାହା ଏହି ଦିନ ତୁଳା ରେ ଗମନାଗମନ କରିବେ । ଚନ୍ଦ୍ରଗ୍ରହଣ ପଞ୍ଚାଙ୍ଗ ଅନୁଯାୟୀ, ନଭେମ୍ବର ୩୦ ତାରିଖ ଅପରାହ୍ନ ୦୧.୦୨ ମିନିଟରୁ ଆରମ୍ଭ ହୋଇ ୦୫.୨୩ ପର୍ଯ୍ୟନ୍ତ ରହିବ  । ବିଶେଷ କଥା ହେଉଛି ଏଥର ବୃଷ ରାଶିରେ ଚନ୍ଦ୍ରଗ୍ରହଣ ଉପଚ୍ଛାୟା ଦେଖିବାକୁ ମିଳିବ । ଯାହାକୁ ପେନୁମ୍ବ୍ରାଲ୍ ମଧ୍ୟ କୁହାଯାଏ | ଏହି ଚନ୍ଦ୍ରଗ୍ରହଣର ଅବଧି ୦୪ ଘଣ୍ଟା ୨୧ ମିନିଟ୍ ରହିବ | ଯାହା ଭାରତ, ଆମେରିକା, ପ୍ରଶାନ୍ତ ମହାସାଗର, ଏସିଆ ଏବଂ ଅଷ୍ଟ୍ରେଲିଆରେ ଦୃଶ୍ୟମାନ ହେବ । ପ୍ରାୟତଃ ସମସ୍ତ ରାଶିର ଉପରେ ଚନ୍ଦ୍ରଗ୍ରହଣର ପ୍ରଭାବ…

ସୋମବାରଠୁ ତେଜସ୍ ଏକ୍ସପ୍ରେସ୍‌ରେ ଲାଗିବ ବ୍ରେକ୍‌

  ସୋମାବାର ଠାରୁ ନିଜର ଯାତ୍ରା ଶେଷ କରିବ ଦେଶର ପ୍ରଥମ ଘରୋଇ ଟ୍ରେନ୍‌ ତେଜସ୍‌। ଭାରତର ପ୍ରଥମ ଘରୋଇ ଟ୍ରେନ୍‌ର ସ୍ପିଡ୍‌ରେ ଲାଗିବ ବ୍ରେକ୍‌। ନୁଆଦିଲ୍ଲୀ- ଲକ୍ଷ୍ନୌ ରୁଟ୍‌ରେ ଦୌଡ଼ୁଥିବା ତେଜସ୍‌ ଏକ୍ସପ୍ରେସ୍‌ ଆସନ୍ତାକାଲିଠୁ ବନ୍ଦ ହେବାକୁ ଥିବା ବେଳେ ୨୪ ନଭେମ୍ବରରେ ଅମହମଦାବାଦ-ମୁମ୍ବାଇ ଏକ୍ସପ୍ରେସ୍‌ ଯାତ୍ରା ବନ୍ଦ କରିବ। ଆଇଆରସିଟିସି ଦ୍ବାରା ପରିଚାଳିତ ହେଉଥିବା ତେଜ୍‌ସ ଏକ୍ସପ୍ରେସ୍‌ ବନ୍ଦ ହେବା ପଛର ମୂଳ କାରଣ ଯାତ୍ରୀ ବୋଲି କୁହାଯାଉଛି। କାରଣ କରୋନା କାଳରେ ଭିଆଇପି ତେଜସ୍ ଏକ୍ସପ୍ରେସ୍‌ରେ‌ ଯାତ୍ରୀ ଟିକେଟ୍‌ ବୁକ୍‌ କରୁନାହାନ୍ତି। ଏହା ଦ୍ବାରା ରେଳ ବିଭାଗକୁ ଏଥିରୁ କିଛି ଲାଭ ମିଳୁନଥିବା ସୂଚନା ମିଳିଛି। ଗୋଟିଏ ଦିନ ପାଇଁ ତେଜସ୍ ଏକ୍ସପ୍ରେସ୍‌ର ଖର୍ଚ୍ଚ ୧୫-୧୬ ଲକ୍ଷ ହେଉଥିବା ବେଳେ ଯାତ୍ରୀଙ୍କ ସଂଖ୍ୟା କମ୍‌ ରେଳ ବାଇକୁ ଘାଟାରେ ପକାଉଛି। ଏହା ପ୍ରଥମ ନୁହେଁ…