SCBରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ

କଟକ ୨୪।୧୧: କଟକ ବଡ଼ ଡାକ୍ତରଖାନାରେ ଓପନ୍ ହାର୍ଟ ସର୍ଜରୀକୁ ବନ୍ଦ କରାଯାଇଛି । କାର୍ଡିଓଥୋରାସିସ ବିଭାଗର ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ ଏହି ସର୍ଜରୀକୁ ବନ୍ଦ କରାଯାଇଛି । ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଓପନ୍ ହାର୍ଟ ସର୍ଜରୀକୁ ବନ୍ଦ ରଖାଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ବିଳମ୍ବିତ ରାତିରେ କାର୍ଡିଓଥୋରାସିସ ବିଭାଗ ଆଇସିୟୁରେ ଅକ୍ସିଜେନ ପାଇପ ଫାଟିଯିବା ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଛି । ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଅକ୍ସିଜେନ ପ୍ଲାଣ୍ଟକୁ ବନ୍ଦ କରାଯିବା ସହ ସ୍ଥିତି ସ୍ବାଭାବିକ ନ ହେବା ଯାଏଁ ଓପନ ହାର୍ଟ ସର୍ଜରୀକୁ ବନ୍ଦ ରଖାଯିବ ବୋଲି କୁହାଯାଇଛି ।

Related posts

Leave a Comment